Posted inଖେଳ

ସୌରାଷ୍ଟ୍ରକୁ ଦ୍ୱିତୀୟ ରଣଜୀ ଟାଇଟଲ

କୋଲ୍‌କାତା,୨୦ା୨(ପି.ଟି.): କୋଲ୍‌କାତାର ଇଡେନ୍‌ ଗାର୍ଡେନରେ ଅନୁଷ୍ଠିତ ରଣଜୀ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ବେଙ୍ଗଲକୁ ପରାସ୍ତ କରିବା ସହିତ ଦ୍ୱିତୀୟଥର ପାଇଁ ରଣ୍‌ଜୀ ଟ୍ରଫି ଜିତିଛି ସୌରାଷ୍ଟ୍ର। ଅଧିନାୟକ ଜୟଦେବ ଉନାଡକଟ୍‌ଙ୍କ ଘାତକ ବୋଲିଂ ଓ ଅର୍ପିତ ବାସବଦାଙ୍କ ବ୍ୟାଟିଂ ବଳରେ ସୌରାଷ୍ଟ୍ର ରବିବାର ରଣ୍‌ଜୀ ଟ୍ରଫି ଫାଇନାଲର ଚତୁର୍ଥ ଦିନରେ ୯ ଉଇକେଟରେ ବେଙ୍ଗଲକୁ ପରାସ୍ତ କରିଛି। ପ୍ରଥମ ଇନିଂସରେ ସୌରାଷ୍ଟ୍ର ୨୩୦ ରନ୍‌ରେ ଅଗ୍ରଣୀ ହାସଲ କରିଥିବା ବେଳେ ବେଙ୍ଗଲ ଦ୍ୱିତୀୟ ଇନିଂସରେ ୨୪୧ ରନ୍‌ରେ ଅଲଆଉଟ ହୋଇଥିଲା। ବିଜୟ ପାଇଁ ୧୨ ରନ୍‌ ଆବଶ୍ୟକ ଥିବା ବେଳେ ଜୟ ଗୋହିଲ(୦)ଙ୍କ ଉଇକେଟ ହରାଇ ଜିତି ନେଇଥିଲା ସୌରାଷ୍ଟ୍ର।

ତୃତୀୟ ଦିନର ଅସମାପ୍ତ ସ୍କୋର ୧୬୯/୪ରୁ ଖେଳ ଆରମ୍ଭ କରି ବେଙ୍ଗଲ ୭୨ ରନ୍‌ ଯୋଡ଼ି ବାକି ୬ ଉଇକେଟ ହରାଇଥିଲା। ପୂର୍ବଦିନର ଅପରାଜିତ ବ୍ୟାଟର ଅଧିନାୟକ ମନୋଜ ତିଓ୍ବାରୀ ମାତ୍ର ୧୨ ରନ୍‌ ଯୋଡ଼ି ପାଭିଲିୟନ ଫେରିଥିଲେ। ୨୦୫ ରନ୍‌ରେ ବେଙ୍ଗଲ ଇନିଂସର ନବମ ଉଇକେଟର ପତନ ଘଟିଥିଲା। ଇନିଂସ ପରାଜୟ ଆଶଙ୍କାରେ ଥିବା ବେଳେ ମୁକେଶ କୁମାର ୧୫ ଓ ଇଶାନ ପୋରେଲ ୨୨ ରନ୍‌ କରି ଦଳୀୟ ସ୍କୋର ୨୪୧ରେ ପହଞ୍ଚାଇଥିଲେ। ଜୟଦେବ ଉନାଡକଟ୍‌ ୬ ଉଇକେଟ ନେଇ ବେଙ୍ଗଲର ସର୍ବାଧିକ କ୍ଷତି ଘଟାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚେତନ ସାକାରିୟା ୩ ଉଇକେଟ ନେଇଥିଲେ। ଉଭୟ ଦଳ ୨୦୨୦ ରଣଜୀ ଟ୍ରଫି ଫାଇନାଲରେ ମୁହାଁମୁହିଁ ହୋଇଥିବା ବେଳେ ଚଳିତ ବର୍ଷ ଏହାର ଆକ୍ସନ ରିପ୍ଲେ ଦେଖିବାକୁ ମିଳିଛି। ୨୦୨୦ରେ ସୌରାଷ୍ଟ୍ର ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଚାମ୍ପିୟନ ହୋଇଥିଲା।

ସୌରାଷ୍ଟ୍ର ପାଇଁ ବେଙ୍ଗଲ ଗ୍ରୀନ୍‌ ଟର୍ଫ ପ୍ରସ୍ତୁତ କରିଥିବା ବେଳେ ନିଜ ଜାଲରେ ନିଜେ ଫସି ଯାଇଥିଲା। ପ୍ରଥମ ଇନିଂସ୍‌ରେ ଦଳ ମାତ୍ର ୧୭୪ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ୪୦୪ ରନ୍‌ କରି ସୌରାଷ୍ଟ୍ର ୨୩୦ ରନ୍‌ରେ ଆଗୁଆ ରହିଥିଲା। ସମୁଦାୟ ୯ ଉଇକେଟ ଅକ୍ତିଆର କରିଥିବା ଜୟଦେବ ଉନାଡକଟ୍‌ଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ୧୦ ମ୍ୟାଚ ଖେଳି ଦ୍ୱିତୀୟ ସର୍ବାଧିକ ୯୦୭ ରନ୍‌ କରିଥିବା ଅର୍ପିତ ବାସବଦାଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ ଘୋଷଣା କରାଯାଇଥିଲା। କର୍ନାଟକର ମୟଙ୍କ ଅଗ୍ରଓ୍ବାଲ ୯ ମ୍ୟାଚ୍‌ରୁ ୮୨.୫୦ ଆଭରେଜ୍‌ ସହିତ ସର୍ବାଧିକ ୯୯୦ ରନ୍‌ କରିଥିବା ବେଳେ କେରଳର ଜଲଜ ସକ୍ସେନା ୭ ମ୍ୟାଚ୍‌ରୁ ସର୍ବାଧିକ ୫୦ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?