Posted inଖେଳ

ଇନ୍‌ଡୋର ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‌

କଟକ ଅଫିସ,୨୦ା୨: ଦ୍ୱିତୀୟ ଖେଲୋ ଇଣ୍ଡିଆ ମହିଳା ଲିଗ୍‌ର ଫେନ୍ସିଂ ର଼୍ୟାଙ୍କିଙ୍ଗ୍‌ ପ୍ରତିଯୋଗିତା କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଫେବୃୟାରୀ ୨୩ରୁ ୨୬ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଖେଳାଯିବ। ରାଜ୍ୟ ଫେନ୍ସିଂ ସଂଘ, ଖେଲୋ ଇଣ୍ଡିଆ, ଏସ୍‌ଏଆଇ ଓ ଭାରତୀୟ ଫେନ୍ସିଂ ସଂଘର ମିଳିତ ଉଦ୍ୟମରେ ଏହି ମେଗା କ୍ରୀଡ଼ା ପ୍ରତିଯୋଗିତା କଟକରେ ଅନୁଷ୍ଠିତ ହେବ। ସର୍ବଭାରତୀୟ ସ୍ତରର ପ୍ରାୟ ୩୦୦ରୁ ଅଧିକ ଖେଳାଳି ଏହି ମେଗା ପ୍ରତିଯୋଗିତାରେ ଭାଗନେବେ। କ୍ୟାଡେଟ୍‌, ଜୁନିୟର ଓ ସିନିୟର ଭଳି ୩ଟି ବର୍ଗରେ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ପ୍ରତିଯୋଗୀମାନେ ସେମାନଙ୍କ ରହିବା ଓ ଖାଇବା ଦାୟିତ୍ୱ ସ୍ବୟଂ ବହନ କରିବେ। ଅଫିସିଆଲ ଓ ଟେକ୍ନିକାଲ ଟିମ୍‌ର ସମସ୍ତ ବ୍ୟବସ୍ଥା ରାଜ୍ୟ ଫେନ୍ସିଂ ସଙ୍ଘ ବହନ କରିବ। ଗତଥର ଜାତୀୟ ପୁରୁଷ ଟିମ୍‌ରେ ଶ୍ରେଷ୍ଠ ଦଳ ଗୁଡ଼ିକ ମଧ୍ୟରେ ୮ ନମ୍ବରରେ ଥିଲା ଓଡ଼ିଶା।

ମହିଳା ବର୍ଗରେ ବର୍ତ୍ତମାନ ୧୬ ନମ୍ବର ସ୍ଥାନରେ ରହିଛି ଓଡ଼ିଶା ଟିମ୍‌। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୨ ଖେଳାଳି ଭାଗ ନେଉଛନ୍ତି। ଜିଜ୍ଞାସା ମହାନ୍ତି, ଅନ୍ବେଷା ହୋତା, ସଂସ୍କୃତି ମହାନ୍ତିଙ୍କ ଭଳି ଉଦୀୟମାନ ଖେଳାଳି ଏଥିରେ ଭାଗ ନେଉଛନ୍ତି। ଏନେଇ ରବିବାର ଓସିଏ ସମ୍ମିଳନୀ କକ୍ଷରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ରାଜ୍ୟ କ୍ରୀଡ଼ା ବିଭାଗର ସାହାଯ୍ୟ ସମର୍ଥନ ଯୋଗୁ ଏପରି ଆୟୋଜନ ସମ୍ଭବ ହୋଇଛି ବୋଲି କହିଛନ୍ତି ରାଜ୍ୟ ଫେନ୍ସିଂ ସଙ୍ଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ। ଗତ କିଛିବର୍ଷ ମଧ୍ୟରେ ଓଡ଼ିଶାର ଫେନ୍ସିଂ କ୍ରୀଡ଼ାରେ ବ୍ୟାପକ ଉନ୍ନତି ପରିଲକ୍ଷିତ ହୋଇଛି। ଆଗାମୀ ଦିନରେ ଏପରି ଅନେକ ଜାତୀୟ ପ୍ରତିଯୋଗିତା ଆୟୋଜନ ହେବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri