Posted inଜାତୀୟ

ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ

ପାଟନା,୨ା୧୧(ଆଇଏଏନ୍‌ଏସ୍‌): ବିହାର ବିଧାନସଭା ଲାଗି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୩ ତାରିଖରେ ହେବାକୁ ଥିବାବେଳେ ରବିବାର ସନ୍ଧ୍ୟାରେ ସେଠାରେ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ସବୁ ଦଳ ପକ୍ଷରୁ ପ୍ରଚାରକୁ ଜୋର୍‌ଦାର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷ ଦିନରେ ୪ଟି ନିର୍ବାଚନୀ ରାଲିରେ ଯୋଗଦେଇ ଏନ୍‌ଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଅଭିନେତାରୁ ରାଜନେତା ହୋଇଥିବା ମନୋଜ ତିଓ୍ବାରୀ ପ୍ରମୁଖ ଏନ୍‌ଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ସାମିଲ ହୋଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଆରଜେଡି ନେତା ତେଜସ୍ବୀ ଯାଦବ ବିଭିନ୍ନ ସଭା ଓ ରାଲିରେ ଯୋଗଦେଇ ମହାମେଣ୍ଟ ପାଇଁ ପ୍ରଚାର କରିଥିଲେ। ମଙ୍ଗଳବାର ୯୪ ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ଲଢ଼ୁଥିବା ହେଭିଓ୍ବେଟ ନେତାମାନଙ୍କ ମଧ୍ୟରେ ଅଛନ୍ତି ନନ୍ଦକିଶୋର ଯାଦବ (ପାଟନା ସାହିବ), ରଣଧୀର ସିଂ (ମଧୁବନ), ଶ୍ରବଣ କୁମାର (ନାଳନ୍ଦା), ତେଜସ୍ବୀ ଯାଦବ (ରାଘୋପୁର), ତେଜପ୍ରତାପ ଯାଦବ (ହସନପୁର) ଏବଂ ଲୁଭ୍‌ ସିହ୍ନା (ବାଙ୍କିପୁର)। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୪୬୩ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି। ମାଓବାଦୀ ପ୍ରବଣ ଅଞ୍ଚଳଗୁଡ଼ିକରେ ମତଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବିହାରରେ ମୁଖ୍ୟତଃ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଏବଂ ମହାମେଣ୍ଟ ମଧ୍ୟରେ ଲଢ଼େଇ ହେଉଛି। ଏନ୍‌ଡିଏରେ ଜେଡିୟୁ, ହିନ୍ଦୁସ୍ତାନୀ ଆଓ୍ବାମୀ ମୋର୍ଚ୍ଚା ଏବଂ ବିକାଶଶୀଳ ଇନସାନ ପାର୍ଟି ରହିଥିବାବେଳେ ଲୋକ ଜନଶକ୍ତି ପାର୍ଟି ଏକାକୀ ନିର୍ବାଚନ ଲଢ଼ୁଛି। ଅନ୍ୟପକ୍ଷରେ ମହାମେଣ୍ଟରେ ଆର୍‌ଜେଡି, କଂଗ୍ରେସ ଓ ବାମଦଳଗୁଡ଼ିକ ରହିଛନ୍ତି। ୭ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ ପରେ ୧୦ରେ ମତଗଣନା କରାଯିବ।
୧୧ଟି ରାଜ୍ୟର ୫୪ଟି ବିଧାନସଭା ଆସନ ଲାଗି ମଙ୍ଗଳବାର ଉପନିର୍ବାଚନ ହେବାକୁ ଥିବାବେଳେ ସେଠାରେ ରବିବାର ପ୍ରଚାର ଶେଷ ହୋଇଛି। ସେଥିରୁ ମଧ୍ୟପ୍ରଦେଶରେ ସର୍ବାଧିକ ୨୮ ଆସନ, ଗୁଜରାଟରେ ୮, ଉତ୍ତରପ୍ରଦେଶରେ ୭, ଓଡ଼ିଶା, ନାଗାଲାଣ୍ଡ, କର୍ନାଟକ ଓ ଝାଡ଼ଖଣ୍ଡରେ ୨ଟି ଲେଖାଏ ଏବଂ ଛତିଶଗଡ଼, ତେଲଙ୍ଗାନା ଓ ହରିୟାଣାରେ ଗୋଟିଏ ଲେଖାଏ ଆସନ ଲାଗି ଭୋଟଗ୍ରହଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ନେଉଛି ଜଳପ୍ରଳୟ

ନୂଆଦିଲ୍ଲୀ/କାଠମାଣ୍ଡୁ/ଢାକା,୧୫ା୭: ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। କିଛିଦିନ ତଳେ ମୌସୁମୀର ଆଗମନ ପୂର୍ବରୁ ପାଣି ପାଇଁ ହାହାକାର ହେଉଥିବା ଲୋକେ...

ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ, ୮ ଦିନରେ ୬,୩୯୨ ଜୀବନ ନେଲାଣି କରୋନା…

ନୂଆଦିଲ୍ଲୀ, ୧।୨ : ଜାନୁୟାରୀ ୨୫ଠାରୁ ଦେଶରେ କରୋନା ଆକ୍ରାନ୍ତଙ୍କ ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୮ ଦିନରେ କରୋନା ମହାମାରୀ ୬,୩୯୨...

ନିଜର ଦୋଷ ସ୍ବୀକାର କଲେ ସ୍ବାମୀ ଚିନ୍ମୟାନନ୍ଦ

ନୂଆଦିଲ୍ଲୀ,୨୦।୯: ଶାହାଜାହାନପୁରରେ ଜଣେ ଆଇନ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ମାମଲାରେ ଶୁକ୍ରବାର ସ୍ବାମୀ ଚନ୍ମୟାନନ୍ଦଙ୍କୁ ଗିରଫ କରାଯାଇଥିଲା। ଏହାପରେ ଚିନ୍ମୟାନନ୍ଦ ନିଜ ଦୋଷ ସ୍ବୀକାର...

ବର୍ଗର ଧରି ପହଞ୍ଚିଲେ ମା’ ଗୌରୀ

ମୁମ୍ବାଇ, ୫ା୧୦: ଡ୍ରଗ୍ସ ପାର୍ଟି ମାମଲାରେ ଏନ୍‌ସିବି ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ଗରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜାମିନ...

ଅନ୍ୟର ଚିନ୍ତାଧାରା ଗ୍ରହଣ କରିବା ଅର୍ଥ ନୁହେଁ ଯେ ଅଶାଳୀନ ଭାଷାକୁ ସହ୍ୟ କରାଯିବ…

ଗାନ୍ଧିନଗର, ୭।୮ : ସୁପ୍ରିମକୋର୍ଟର ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଗୁଜରାଟ ଗାନ୍ଧିନଗରରେ କହିଛନ୍ତି ଯେ ଅନ୍ୟର ମତ ଅବା ଚିନ୍ତାଧାରାକୁ ଗ୍ରହଣ କରିବା ଏବଂ ସହନଶୀଳ...

ୟୁପି ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ଲକ୍ଷ୍ନୌ,୮।୬: ୟୁପି ବିଧାନ ପରିଷଦ ନିର୍ବାଚନ ପାଇଁ ଭାଜପା ଗୁରୁବାର ନଅ ଜଣ ପ୍ରାର୍ଥୀ ଘୋଷଣା କରିଛି। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସମେତ ସେହି...

ଲିଭ୍‌-ଇନ୍‌ରେ ରହିଲେ ବଳାତ୍କାର ମାମଲା କରିପାରିବେନି ମହିଳା

ନୂଆଦିଲ୍ଲୀ, ୧୬ା୭: ନିଜ ଇଚ୍ଛାରେ କୌଣସି ପୁରୁଷଙ୍କ ସହ ଲିଭ୍‌-ଇନ୍‌ ରିଲେଶନରେ ରହି ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ସମ୍ପୃକ୍ତା ମହିଳା ତାଙ୍କ ବିରୋଧରେ...

ଗୋରଖପୁରରୁ ଲଢ଼ିବେ ଯୋଗୀ

ନୂଆଦିଲ୍ଲୀ,୧୫।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭାଜପା ପକ୍ଷରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ...

Advertisement
Archives

Model This Week