Posted inଖେଳ

ଦ୍ୱିତୀୟ ଦିନିକିଆ: ଭାରତୀୟ ମହିଳାଙ୍କ ସହଜ ବିଜୟ

ଲକ୍ଷ୍ନୌ,୧୦।୩(ପି.ଟି.): ଅଭିଜ୍ଞ ମହିଳା ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀଙ୍କ ୪ ଉଇକେଟ ସଫଳତା ପରେ ସ୍ମୃତି ମାନ୍ଧନା ଓ ପୁନମ ରାଉତଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟ ଦଳ ବିଜୟୀ ହୋଇଛି। ୧୨୮ଟି ବଲ ବାକି ରଖି ଭାରତ ୯ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି। ଏଥିସହିତ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଏବେ ୧-୧ ସମାନସ୍ତରରେ ପହଞ୍ଚିଛି। ପ୍ରଥମ ଦିନିକିଆରେ ୮ ଉଇକେଟରେ ପରାସ୍ତ ହୋଇଥିବା ଭାରତ ଏଥିସହ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛି।
ସ୍ଥାନୀୟ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୪୧ ଓଭରରେ ୧୫୭ ରନକରି ଆଲଆଉଟ ହୋଇଥିଲା। ଜବାବରେ ଭାରତ ୨୮.୪ ଓଭରରେ ମାତ୍ର ଗୋଟିଏ ଉଇକେଟ ହରାଇ ୧୬୦ ରନକରି ବିଜୟୀ ହୋଇଥିଲା। ୧୦ ଓଭର ବୋଲିଂ କରି ୪୨ ରନ ବ୍ୟୟ କରିବା ସହ ମୂଲ୍ୟବାନ ୪ ଉଇକେଟ ନେଇଥିବା ୩୮ ବର୍ଷୀୟା ଝୁଲଣ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୫୮ ରନ ଟାର୍ଗେଟର ପିଛା କରି ଭାରତ ଓପନର ଜେମିମା ରୋଡ୍ରିଗୁଏଜଙ୍କୁ ପ୍ରଥମେ ହରାଇଥିଲା। ଜେମିମା ୯ ରନ କରିଥିବାବେଳେ ଶମନିମ ଇସ୍‌ମାଇଲଙ୍କ ଦ୍ୱାରା କ୍ଲିନ୍‌ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ତେବେ ଏହା ପରେ ଆଉ କୌଣସି କ୍ଷତି ହେବାକୁ ନ ଦେଇ ସ୍ମୃତି ଓ ପୁନମ୍‌ ଅପରାଜିତ ୧୩୮ ରନର ଶତକୀୟ ଭାଗୀଦାରି ସ୍ଥାପନ କରି ଦଳକୁ ବିଜୟୀ କରାଇଥିଲେ। ସ୍ମୃତି ୬୪ଟି ବଲ୍‌ର ସମ୍ମୁଖୀନ ହୋଇ ଆକ୍ରମଣାତ୍ମକ ବ୍ୟାଟିଂ କରି ୧୦ ଚୌକା ଓ ୩ ଛକା ସହ ଦ୍ରୁତ ୮୦ ରନକରି ଅପରାଜିତ ରହିଥିଲେ। ଏଥିସହ ମାନ୍ଧନା ଦିନିକିଆରେ ରନ୍‌ ଚେଜ୍‌ କରିବା ଅବସରରେ କ୍ରମାଗତ ୧୦ଟି ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି। ସେ ପୁରୁଷ ଓ ମହିଳା ଉଭୟ ବର୍ଗ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ପ୍ରଥମ ଖେଳାଳିଭାବେ ଏହି ବିରଳ ସଫଳତା ହାସଲ କରିଛନ୍ତି। ଏହି କ୍ରମରେ ସେ ନ୍ୟୁଜିଲାଣ୍ଡର ସୁଜି ବେଟ୍ସଙ୍କୁ ପଛରେ ପକାଇଛନ୍ତି। ବେଟ୍ସ ପୂର୍ବରୁ ରନ ପିଛା କରିବା ଅବସରରେ ୯ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଦୁଇଜଣଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ପୁରୁଷ ଓ ମହିଳା ଖେଳାଳି କ୍ରମାଗତ ୬ରୁ ଊର୍ଦ୍ଧ୍ୱ ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି। ସେହିପରି ପୁନମ୍‌ ୮୯ଟି ବଲ୍‌ ଖେଳି ୮ ଚୌକା ସହ ୬୨ ରନକରି ଅପରାଜିତ ରହିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ତରଫରୁ ଲାରା ଗୁଡାଲ ସର୍ବାଧିକ ୪୯ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟିକା ସୁନ୍‌ ଲୁସ୍‌ ୩୬, ମିଗ୍‌ନନ ଡୁ ପ୍ରୀଜ ୧୧, ମାରିଜନେ କ୍ୟାପ୍‌ ୧୦, ତ୍ରିସା ଚେଟ୍ଟୀ ୧୨ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ବୋଲିଂରେ ଭାରତ ତରଫରୁ ଝୁଲଣଙ୍କ ୪ ଉଇକେଟକୁ ବାଦ୍‌ ଦେଲେ ବାମହାତୀ ସ୍ପିନର ରାଜେଶ୍ୱରୀ ଗାଏକ୍ୱାଡ ୩, ଦ୍ରୁତ ବୋଲର ମାନ୍‌ସୀ ଯୋଶି ୨, ହରମନପ୍ରୀତ କୌର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ୪୧ ଓଭରରେ ୧୫୭
(ଲାରା ଗୁଡାଲ- ୪୯, ସୁନ୍‌ ଲୁସ- ୩୬, ଝୁଲଣ- ୪/୪୨, ରାଜେଶ୍ୱରୀ- ୩/୩୭, ମାନସୀ- ୨/୨୩)।
ଭାରତ ୨୮.୪ ଓଭରରେ ୧୬୦/୧
(ସ୍ମୃତି- ୮୦*, ପୁନମ- ୬୨*, ଇସ୍‌ମାଇଲ- ୧/୪୬ )।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା: ଭାଗ ନେବ ଓଡ଼ିଶା

ଭୁବନେଶ୍ୱର,୨୯ା୩: ବିହାର ରାଜ୍ୟ ଅଧୀନ ବେଗୁସରାଇଠାରେ ମାର୍ଚ୍ଚ ୩୧ରୁ ୫୨ତମ ଜାତୀୟ ସିନିୟର ପୁରୁଷ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ଏକ ୧୮...

ଟ୍ରୋଲିଂକୁ ନେଇ ରାଗରେ ନିଆଁବାଣ ହେଲେ ସୋନୁ, କହିଲେ ‘ସେ ଆମ ହିରୋ’

ବମ୍ବେ,୨୯।୩: ଆରମ୍ଭରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୭ତମ ସିଜନ ଚର୍ଚ୍ଚାରେ ରହିଆସୁଛି। ସୋସିଆଲ ମିଡିଆରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଏବଂ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ...

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri