Posted inଫୁରସତ

ପ୍ରାଚୀନ ସୁଡ଼ଙ୍ଗର ସନ୍ଧାନ

କାଇରୋ: ଇଜିପ୍ଟରେ ଏକ ପ୍ରାଚୀନ କାଳର ମାଗ୍ରା ମନ୍ଦିର ପାଖରେ ଏକ ସୁଡଙ୍ଗ ମିଳିଥିବା ଜଣାପଡିଛି। ଏହି ସୁଡଙ୍ଗ ଇଜିପ୍ଟର ରାଣୀ କ୍ଲିଓପାଟ୍ରାଙ୍କ ସମାଧି ପାଖରେ ପହଞ୍ଚିଥିବା ଅନୁମାନ କରାଯାଉଛି। ତେବେ ଏହି ସୁଡଙ୍ଗର ଉଚ୍ଚତା ୬ ଫୁଟ୍‌ ରହିଥିବାବେଳେ ଲମ୍ବା ୪ ହଜାର ୩ଶହ ଫୁଟ୍‌ ରହିଛି। ଏହି ମନ୍ଦିର ପ୍ରାଚୀନ ଆଲେକଜାଣ୍ଡ୍ରା ସହରର ପଶ୍ଚିମରେ ରହିଛି। ସେହି ସୁଡଙ୍ଗରୁ ଟୋଲେମିକ୍‌ ଯୁଗର ମୂର୍ତ୍ତି ଏବଂ କିଛି ଚିନା ମାଟିର ବାସନକୁସନ ମିଳିଛି। ସୁଡଙ୍ଗ ଖୋଳିବା ନେତୃତ୍ୱ ସାନ୍‌ ଡୋମିଙ୍ଗୋ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍‌ କ୍ୟାଥଲିନ୍‌ ମାର୍ଟିନେଜ୍‌ ନେଇଥିଲେ। ମାର୍ଟିନେଜ୍‌ କହିଛନ୍ତି, ଏହା ଏକ ମହତ୍ତ୍ୱପୂର୍ଣ୍ଣ ସୁଡଙ୍ଗ। ଏହି ସୁଡଙ୍ଗ ଆମକୁ କ୍ରିଓପାଟ୍ରାଙ୍କ ସମାଧି ପର୍ଯ୍ୟନ୍ତ ନେଇଯାଇପାରେ। ଯଦି ଏହି ସୁଡଙ୍ଗରେ ଗୋଟେ ସମାଧି ମନ୍ଦିର ଥିବା ସନ୍ଧାନ ମିଳିଯିବ, ତେବେ ଏହା ଏକବିଂଶ ଶତାବ୍ଦୀର ଗୁରୁତ୍ୱପୂର୍ଣ୍ଣ ଠାବ ହୋଇପାରିବ। ଏହି ଅଞ୍ଚଳରେ ଅନେକ ସମୟରେ ଭୂମିକମ୍ପ ଆସିବା ଫଳରେ ସୁଡଙ୍ଗର ଏକ ଭାଗ ପାଣିରେ ବୁଡି ରହିଥିବା ଅନୁମାନ କରାଯାଉଛି। ଖୋଳିବା ସମୟରେ କ୍ଲିଓପାଟ୍ରା ୭ମଙ୍କ ଚିତ୍ର ଥିବା ମୁଦ୍ରା, ସୁନା ଜିଭ ଥିବା ଏକ ମମି ମଧ୍ୟ ମିଳିଛି। ମାର୍ଟିନେଜ୍‌ଙ୍କ ବିଶ୍ୱାସ, ଏହି ମନ୍ଦିର ରାଣୀ କ୍ଲିଓପାଟ୍ରା ଏବଂ ତାଙ୍କ ପ୍ରେମିକ ମାର୍କ ଆଣ୍ଟୋନିଙ୍କ ସମାଧି ଉପରେ ତିଆରି ହୋଇଛି। ଇଜିପ୍ଟ ସରକାରଙ୍କ ପୂର୍ଣ୍ଣ ସହାୟତାରେ ମାର୍ଟିନେଜ୍‌ ଏହି ସୁଡଙ୍ଗ ଠାବ କରିପାରିଛନ୍ତି। କିନ୍ତୁ ତାଙ୍କୁ ଏ ପର୍ଯ୍ୟନ୍ତ ରାଣୀଙ୍କ ସମାଧି ମିଳି ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri