ଗାଁରେ ପଶିଲା ସମୁଦ୍ର ଜୁଆର: ଅପହଞ୍ଚ ସାନ୍ତାଳୀ ଗାଁ ପାଣିଖିଆରେ ଦୁଇଟି ଘାଇ

ମହାକାଳପଡ଼ା, ୨୪।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଏକ ଜଙ୍ଗଲିଆ ସାନ୍ତାଳୀ ଗାଁରେ ପ୍ରବେଶ କରିଛି। ଫଳରେ ନାଂଜୁରା ପଞ୍ଚାୟତ ଅଧୀନ ଲୁଣା ଓ ହେନ୍ତାଳ ଜଙ୍ଗଲ ଘେରା ପାଣିଖିଆ ଗାଁର ଅନେକ ଘରେ ଆଣ୍ଠୁଏ ପାଣି ପଶିଯାଇଥିବା ଗ୍ରାମବାସୀ କହିଛନ୍ତି।

ବିଳମ୍ବିତ ରାତିରେ ଗାଁ ପାର୍ଶ୍ୱ ଜଙ୍ଗଲ ନାଳରୁ ସାମୁଦ୍ରିକ ଜୁଆର ମାଡ଼ି ଆସିବା ସହ ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଜୁଆର ପାଣି ଗାଁ ଭିତରକୁ ପଶିବା ପରେ କିଛି ସମୟ ମଧ୍ୟରେ ଅନେକ ଘରେ ଆଣ୍ଠୁଏ ପାଣି ଜମି ଯାଇଥିଲା। ପରିସ୍ଥିତି ଭୟାବହ ହେବାରୁ କେତେକ ପରିବାରର ଶିଶୁ, ମହିଳା ଓ ବୃଦ୍ଧାବୃଦ୍ଧ ଘର ଛାଡ଼ି ଉଚ୍ଚସ୍ଥାନକୁ ଚାଲିଯାଇଥିବା ଦେଖାଯାଇଛି।

ସୂଚନା ଅନୁସାରେ, ପ୍ରାୟ ୨୦ ଜଣ ଶିଶୁ ଓ ମହିଳା ଘର ଛାଡ଼ି ମୁଖ୍ୟବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏପର୍ଯ୍ୟନ୍ତ ଅନେକ ପରିବାର ଭୋକ ଉପାସରେ ରହିଛନ୍ତି।

ପାଣିଖିଆ ଗାଁରେ ୫୦ରୁ ଅଧିକ ପରିବାରର ପ୍ରାୟ ୩୦୦ ଲୋକ ବସବାସ କରୁଥିବା କୁହାଯାଇଛି। ଜନଜାତି ଅଧ୍ୟୁଷିତ ଏହି ଗାଁରେ ଏବେବି ଅନେକ ମୌଳିକ ସୁବିଧାର ଅଭାବ ରହିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସ୍ବାଧୀନତା ପରେ ମଧ୍ୟ ଗାଁକୁ ଭଲ ରାସ୍ତା ର୍ନିମାଣ ହୋଇନାହିଁ। ବର୍ଷା ଦିନରେ ଗାଁ ଜଳବନ୍ଦୀ ହୋଇ ରହୁଥିବାରୁ ଲୋକଙ୍କ ଜୀବନଯାପନ ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ୁଛି।

ଗ୍ରାମର ସୁନାରାମ ମାରାଣ୍ଡି, ଗୁରୁଭା ହାଁସଦା, ଲବ ମାରାଣ୍ଡି, କୁଶ ମାରାଣ୍ଡି, ଗଜେନ୍ଦ୍ର ମାରାଣ୍ଡି, ରମେଶ୍ୱର ମାରାଣ୍ଡି, ପୂର୍ଣ୍ଣଚନ୍ଦ୍ର ଟୁଡୁ, ଚରଣ ଟୁଡୁଙ୍କ ସମେତ ଅନ୍ୟ ଗ୍ରାମବାସୀ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଦେଶ ସ୍ବାଧୀନ ହୋଇଥିଲେ ମଧ୍ୟ ସେମାନେ ଏବେବି ଅବହେଳିତ ଅବସ୍ଥାରେ ଅଛନ୍ତି। ବର୍ଷା ଦିନ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଗାଁର ସମସ୍ୟା ସମ୍ପର୍କରେ ଅବଗତ କରାଇବେ ବୋଲି ଗ୍ରାମବାସୀ କହିଛନ୍ତି।

ଏଭଳି ପରିସ୍ଥିତିରେ ପାଣିଖିଆ ଗାଁ ପ୍ରତି ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ସହାୟତା, ଖାଦ୍ୟ ଓ ସୁରକ୍ଷିତ ଆଶ୍ରୟର ବ୍ୟବସ୍ଥା କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ରଘୁରାମ ଆର୍‌. ଆୟାରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କର ମତାମତ ମିଳିପାରିନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?