Posted inଜାତୀୟ

ସମୁଦ୍ର ପତ୍ତନ ବୃଦ୍ଧି : ଚେନ୍ନାଇ, କୋଲକାତାକୁ ବିପଦ

ନୂଆଦିଲ୍ଲୀ, ୫।୩: ଜଳବାୟୁ ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧି ଯୋଗୁ ବଢ଼ୁଥିବା ସମୁଦ୍ର ପତ୍ତନ ଦ୍ୱାରା ଏସିଆର ଅନେକ ବଡ଼ ସହର ପାଇଁ ବିପଦ ସୃଷ୍ଟି ଆଶଙ୍କା ଥିତ୍ବା ବିଶେଷଜ୍ଞଙ୍କ ପକ୍ଷରୁ ହୋଇଥିବା ଅଧ୍ୟୟନରେ କୁହାଯାଇଛି। ଭାରତରେ ୨୧୦୦ ବେଳକୁ ଚେନ୍ନାଇ, କୋଲକାତା ଭଳି ବଡ଼ ସହର ଏବଂ ପ୍ରଶାନ୍ତ ମହାସାଗରର ପଶ୍ଚିମାଞ୍ଚଗୁଡ଼ିକ ପ୍ରତି ବିପଦ ବଢ଼ିଯିବ। ଅନ୍ୟପକ୍ଷେ ଚେନ୍ନାଇ, କୋଲକାତା ଭଳି ସବୁଜ ବାଷ୍ପ ପ୍ରଭାବରେ ୟାଙ୍ଗୁନ, ବ୍ୟାଙ୍କକ୍‌ ମାନିଲା ଭଳି ସହରଗୁଡ଼ିକର ସ୍ଥିତି ଜଟିଳ ହୋଇପଡ଼ିବ। ଜର୍ନାଲ ନେଚର ଅଫ୍‌ କ୍ଲାଇମେଟ୍‌ ଚେଞ୍ଜରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ସମୁଦ୍ର ଜଳ ତାପମାତ୍ରା ବଢ଼ିବା ଯୋଗୁ ସମୁଦ୍ର ଜଳ ପତ୍ତନ ବଢ଼ିବାରେ ଲାଗିଛି। ଏହାଛଡ଼ା ତରଳୁଥିବା ହିମବାହ ମଧ୍ୟ ଏହା ପଛର ବଡ଼ କାରଣ ବୋଲି କୁହାଯାଉଛି। ଗ୍ଲୋବାଲ କ୍ଲାଇମେଟ୍‌ର କମ୍ପ୍ୟୁଟର ମଡେଲ ଏବଂ ବିଶେଷ ପ୍ରକାର ଷ୍ଟାଟିଷ୍ଟିକାଲ ମଡେଲକୁ ଅଧ୍ୟୟନରେ ପ୍ରୟୋଗ କରାଯାଇଥିବା ନ୍ୟାଶନାଲ ସେଣ୍ଟର ଫର୍‌ ଆଟ୍‌ମୋସ୍ପିୟର ରିସର୍ଚ୍ଚ (ଏନ୍‌ସିଏଆର୍‌) କହିଛି। ସମୁଦ୍ର ପତ୍ତନ ବୃଦ୍ଧି ପାଇଁ ଆଭ୍ୟନ୍ତରୀଣ ଜଳବାୟୁ ପରିବର୍ତ୍ତନଶୀଳତା ମଧ୍ୟ ଦାୟୀ। ତେବେ ୨୦୦୬ ତୁଳନାରେ ୨୧୦୦ ମସିହା ବେଳକୁ ବନ୍ୟା ସ୍ଥିତି ୧୮ ଗୁଣା ବଢ଼ିବ ବୋଲି ଅଧ୍ୟୟନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

‘ମୋତେ ମାରିଦେଲେ ବି ମୁଁ ବାଂଲାଦେଶ ଫେରିବି’, କାହିଁକି ଏମିତି କହିଲେ ଶେଖ ହାସିନା? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୭: ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ, ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି ଯେ ସେ ଏବଂ ଆୱାମୀ ଲିଗର ଅନ୍ୟ ନିର୍ବାସିତ ନେତାମାନେ ଚଳିତ ବର୍ଷ…

Bankipur By-Election: ବାଙ୍କିପୁରରେ BJPକୁ କାହିଁକି ହରାଇବା ଦରକାର? ୩ କାରଣ କହିଲେ ପିକେ

ପାଟନା,୧୦।୭: ଜନ ସୁରାଜ ପ୍ରାର୍ଥୀ ପ୍ରଶାନ୍ତ କିଶୋର ବାଙ୍କିପୁର ନିର୍ବାଚନମଣ୍ଡଳୀରେ ସକ୍ରିୟ ଭାବରେ ଗସ୍ତ କରୁଛନ୍ତି, ଲୋକଙ୍କୁ ବୁଝାଉଛନ୍ତି ଯେ ଉପନିର୍ବାଚନରେ ଭାଜପାକୁ କାହିଁକି ପରାସ୍ତ କରାଯିବା…

ପୁଣି ଜେଲ୍‌ ଯିବେ ରାଜପାଲ ଯାଦବ, କୋର୍ଟ କହିଲେ ତାଙ୍କୁ ଅନେକ ସୁଯୋଗ ଦେବା ପରେ ବି…

ମୁମ୍ବାଇ,୧୦ା୭: ବଲିଉଡ୍‌ ଅଭିନେତା ରାଜପାଲ ଯାଦବ ତାଙ୍କ ଚେକ୍‌ ବାଉନ୍ସ ମାମଲା ପାଇଁ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୭ଟି…

ମୋ ବିଶ୍ୱାସ ଭାଙ୍ଗିଦେଇଥିଲା ପୋଲିସ: ଜାଣନ୍ତୁ କାହିଁକି ଏମିତି କହିଲେ ବିଜୟ

ନୂଆଦିଲ୍ଲୀ,୧୦।୭: ୨୦୨୫ରେ କରୁରରେ ଘଟିଥିବା ଦୁଃଖଦ ଦଳାଚକଟା ଉପରେ ଗଭୀର ଦୁଃଖ ପ୍ରକାଶ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟକୁ ଗଭୀର…

‘ମୋତେ ଚୁପ୍ କରିବାକୁ ହେଲେ ମାରିବାକୁ ପଡିବ’, ଭାଜପାକୁ ଚ୍ୟାଲେଞ୍ଜ ଦେଲେ ଦିଦି

କୋଲକାତା,୧୦।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଭାଜପା ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ…

ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ! ଟିକା ନେବା ପରେ ବି ୪ ସଂକ୍ରମିତ, ୨ ଜଣଙ୍କ ଜୀବନ ଗଲା…

ଅମରାବତୀ,୧୦।୭: ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ ଫେରିବାର ସଙ୍କେତ ମିଳିଛି। ରାଜ୍ୟର କଡ଼ପ୍ପା ଜିଲାରେ କୋଭିଡ-୧୯ର କିଛି ନୂଆ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri