ସହକାରୀ ଦେବୋତ୍ତର ଆୟୁକ୍ତଙ୍କ ରେକର୍ଡପତ୍ର ଯାଞ୍ଚ

ରଘୁନାଥପୁର,୧୬।୯(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠକୁ ଶୁକ୍ରବାର ସହକାରୀ ଦେବୋତ୍ତର ଆୟୁକ୍ତ କଟକ, ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ ପରିଦର୍ଶନରେ ଆସିଥିଲେ। ଦାୟିତ୍ୱରେ ରହିବା ପରେ ଏହି ପୀଠକୁ ତାଙ୍କ ପ୍ରଥମ ଗସ୍ତ ଥିଲା। ଏହି ଅବସରରେ ସେ ସମସ୍ତ ରେକର୍ଡପତ୍ର ଯାଞ୍ଚ କରିବା ସହ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ସେ ପ୍ରଥମେ କ୍ୟାଶ୍‌ବୁକ୍‌ ଦେଖିବା ସହ ବିଭିନ୍ନ ବ୍ୟାଙ୍କରେ ପ୍ରଭୁଙ୍କ ନାମରେ ଗଚ୍ଛିତ ଥିବା ଜମା ଅର୍ଥ, ଦାନସୂତ୍ରରେ ଆସିଥିବା ସୁନାରୁପା ଅଳଙ୍କାର, ହିସାବ ରେଜିଷ୍ଟର, ଟେଣ୍ଡର ରେଜିଷ୍ଟର, ମୁଣ୍ଡା ରସିଦ, ଲିପିବଦ୍ଧ ହୋଇ ରହିଥିବା ରେଜିଷ୍ଟର, ଅନ୍ୟାନ୍ୟ ଫାଇଲ ଏବଂ ଭାଉଚର ଆଦି ତନଖିଥିଲେ। ପୀଠରେ ଅସୁରକ୍ଷିତ ଅବସ୍ଥାରେ ଥିବା ରୋଷଘର, ଭୋଗ ଓ ଦୀପ ଦୋକାନ ଗୃହ ଦେଖିବା ସହ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଗତ ଶ୍ରାବଣରେ ଲଗାଣ ବର୍ଷାରେ ଭଗ୍ନଗୃହରୁ ପାଣି ଗଳି ନିଲାମଧାରୀଙ୍କ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାର ଶୁଖିଲା ଭୋଗ ନଷ୍ଟ ହୋଇଯାଇଥିଲା। ଏ ସମ୍ପର୍କରେ ନିଲାମଧାରୀ ରମେଶ ଚନ୍ଦ୍ର ସାହୁ ସହକାରୀ ଆୟୁକ୍ତ ଆଚାର୍ଯ୍ୟଙ୍କୁ ଜଣାଇଥିଲେ। ସେହିପରି ପୂର୍ବରୁ ପୀଠରେ ପୂଜକଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ମାନସିକ ରୋଷେଇ ଓ ଅନ୍ନ ପ୍ରସାଦକୁ ଶ୍ରାବଣରେ ବନ୍ଦ କରିଦିଆଯାଇଥିଲା। ଦୀର୍ଘ ଦୁଇମାସ ଧରି ଏହା ବନ୍ଦ ରହିବା ଫଳରେ ପୀଠକୁ ଭକ୍ତଙ୍କ ଆଗମନ କମିଯାଇଛି। ଏହାଦ୍ୱାରା ପୂଜକ ଓ ସେବାୟତମାନେ ଅନେକମାତ୍ରାରେ ପ୍ରଭାବିତ ହୋଇଥିବା ପୂଜକ ଦିଲୀପ କୁମାର ପଣ୍ଡା କହିଥିଲେ। ଏହା ବିଚାରକୁ ନେଇ ପୀଠରେ ମାନସିକ ରୋଷେଇ ତଥା ଅନ୍ନ ପ୍ରସାଦ ପ୍ରସ୍ତୁତ ବ୍ୟବସ୍ଥା ଚାଲୁ କରିବା ପାଇଁ ଜ୍ଞାନରଞ୍ଜନ ପଣ୍ଡା ଅନୁରୋଧ କରିଛନ୍ତି। ଆଚାର୍ଯ୍ୟଙ୍କ ଏହି ଗସ୍ତ ସମୟରେ ପୀଠ କାର୍ଯ୍ୟନିିର୍ବାହୀ ଅଧିକାରୀ ଶୌର୍ଯ୍ୟରଞ୍ଜନ ପରିଜା, କିରାଣି ସରୋଜ କୁମାର ସାହାଣୀ, ଉପଦେଷ୍ଟା ସୁଶାନ୍ତ ଦାଶ, ସୁରେନ୍ଦ୍ରନାଥ ସ୍ବାଇଁ ଓ ଏଣ୍ଡାଓମେଣ୍ଟ ଇନ୍ସପେକ୍ଟର ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri