ସହକାରୀ ଦେବୋତ୍ତର ଆୟୁକ୍ତଙ୍କ ରେକର୍ଡପତ୍ର ଯାଞ୍ଚ

ରଘୁନାଥପୁର,୧୬।୯(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠକୁ ଶୁକ୍ରବାର ସହକାରୀ ଦେବୋତ୍ତର ଆୟୁକ୍ତ କଟକ, ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ ପରିଦର୍ଶନରେ ଆସିଥିଲେ। ଦାୟିତ୍ୱରେ ରହିବା ପରେ ଏହି ପୀଠକୁ ତାଙ୍କ ପ୍ରଥମ ଗସ୍ତ ଥିଲା। ଏହି ଅବସରରେ ସେ ସମସ୍ତ ରେକର୍ଡପତ୍ର ଯାଞ୍ଚ କରିବା ସହ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ସେ ପ୍ରଥମେ କ୍ୟାଶ୍‌ବୁକ୍‌ ଦେଖିବା ସହ ବିଭିନ୍ନ ବ୍ୟାଙ୍କରେ ପ୍ରଭୁଙ୍କ ନାମରେ ଗଚ୍ଛିତ ଥିବା ଜମା ଅର୍ଥ, ଦାନସୂତ୍ରରେ ଆସିଥିବା ସୁନାରୁପା ଅଳଙ୍କାର, ହିସାବ ରେଜିଷ୍ଟର, ଟେଣ୍ଡର ରେଜିଷ୍ଟର, ମୁଣ୍ଡା ରସିଦ, ଲିପିବଦ୍ଧ ହୋଇ ରହିଥିବା ରେଜିଷ୍ଟର, ଅନ୍ୟାନ୍ୟ ଫାଇଲ ଏବଂ ଭାଉଚର ଆଦି ତନଖିଥିଲେ। ପୀଠରେ ଅସୁରକ୍ଷିତ ଅବସ୍ଥାରେ ଥିବା ରୋଷଘର, ଭୋଗ ଓ ଦୀପ ଦୋକାନ ଗୃହ ଦେଖିବା ସହ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଗତ ଶ୍ରାବଣରେ ଲଗାଣ ବର୍ଷାରେ ଭଗ୍ନଗୃହରୁ ପାଣି ଗଳି ନିଲାମଧାରୀଙ୍କ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାର ଶୁଖିଲା ଭୋଗ ନଷ୍ଟ ହୋଇଯାଇଥିଲା। ଏ ସମ୍ପର୍କରେ ନିଲାମଧାରୀ ରମେଶ ଚନ୍ଦ୍ର ସାହୁ ସହକାରୀ ଆୟୁକ୍ତ ଆଚାର୍ଯ୍ୟଙ୍କୁ ଜଣାଇଥିଲେ। ସେହିପରି ପୂର୍ବରୁ ପୀଠରେ ପୂଜକଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ମାନସିକ ରୋଷେଇ ଓ ଅନ୍ନ ପ୍ରସାଦକୁ ଶ୍ରାବଣରେ ବନ୍ଦ କରିଦିଆଯାଇଥିଲା। ଦୀର୍ଘ ଦୁଇମାସ ଧରି ଏହା ବନ୍ଦ ରହିବା ଫଳରେ ପୀଠକୁ ଭକ୍ତଙ୍କ ଆଗମନ କମିଯାଇଛି। ଏହାଦ୍ୱାରା ପୂଜକ ଓ ସେବାୟତମାନେ ଅନେକମାତ୍ରାରେ ପ୍ରଭାବିତ ହୋଇଥିବା ପୂଜକ ଦିଲୀପ କୁମାର ପଣ୍ଡା କହିଥିଲେ। ଏହା ବିଚାରକୁ ନେଇ ପୀଠରେ ମାନସିକ ରୋଷେଇ ତଥା ଅନ୍ନ ପ୍ରସାଦ ପ୍ରସ୍ତୁତ ବ୍ୟବସ୍ଥା ଚାଲୁ କରିବା ପାଇଁ ଜ୍ଞାନରଞ୍ଜନ ପଣ୍ଡା ଅନୁରୋଧ କରିଛନ୍ତି। ଆଚାର୍ଯ୍ୟଙ୍କ ଏହି ଗସ୍ତ ସମୟରେ ପୀଠ କାର୍ଯ୍ୟନିିର୍ବାହୀ ଅଧିକାରୀ ଶୌର୍ଯ୍ୟରଞ୍ଜନ ପରିଜା, କିରାଣି ସରୋଜ କୁମାର ସାହାଣୀ, ଉପଦେଷ୍ଟା ସୁଶାନ୍ତ ଦାଶ, ସୁରେନ୍ଦ୍ରନାଥ ସ୍ବାଇଁ ଓ ଏଣ୍ଡାଓମେଣ୍ଟ ଇନ୍ସପେକ୍ଟର ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri