ଏ ବର୍ଷ ବି ହେଲାନି ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା

ପାରାଦୀପ,୧୭ା୯(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଚଳିତ ବର୍ଷ ବନ୍ଦ ରହିଲା। ୧୯୬୮ରୁ ପାଳିତ ହୋଇଆସୁଥିବା ଏହି ପୂଜା କନ୍ୟା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥାଏ। ଏନେଇ ପାରାଦୀପ ବନ୍ଦର ନଗରୀ ସପ୍ତାହବ୍ୟାପି ଉତ୍ସବ ମୁଖର ହୋଇଉଠେ। ଶନିବାର କନ୍ୟା ସଂକ୍ରାନ୍ତି ପଡୁଥିଲେ ମଧ୍ୟ ପୂଜା ଉତ୍ସବ ପାଳନ ହେଉନାହିଁ। ଏଥିପାଇଁ ସହରରେ ଏବେ ନୀରବତା ଦେଖିବାକୁ ମିଳିଛି। ପୂଜା ଅଞ୍ଚଳ ବ୍ୟାଙ୍କ ଲେନ ଛକରେ ଏବେ ବାହାର ରାଜ୍ୟର ପ୍ଲାଷ୍ଟିକ ଫୁଲ ବେପାରୀ ନିରାଶ ହୋଇଛନ୍ତି। କାରଣ ସେମାନେ ପ୍ରତିବର୍ଷ ବିଶ୍ୱକର୍ମା ପୂଜା ପୂର୍ବରୁ ଫୁଲ ନେଇ ଆସିଥାନ୍ତି। ଏହି ସମୟରେ ସେମାନଙ୍କର ଭଲ ବେପାର ହୋଇଥାଏ। ପାରାଦୀପର ଅଧିକାଂଶ ଗାଡି ମାଲିକ ଓ ଲେଦ ଗୁଡିକ ଏହି କନ୍ୟା ସଂକ୍ରାନ୍ତି ରେ ପୂଜା କରିଥାନ୍ତି। ସେଥିପାଇଁ ଏହି ପ୍ଲାଷ୍ଟିକ ଫୁଲ ଅଧିକ ବିକ୍ରି ହୋଇଥାଏ। ଏସମ୍ପର୍କରେ ପ୍ଲାଷ୍ଟିକ ଫୁଲ ବ୍ୟବସାୟୀ ତପନ କୁମାର କୁହନ୍ତି, ପ୍ଲାଷ୍ଟିକ ଫୁଲ ବ୍ୟବସାୟ ପାଇଁ ଆମେ ଏହି ସମୟରେ ପାରାଦୀପ ଆସୁ। ଏନେଇ ଏଠାକୁ ଆସିଥିଲୁ । ମାତ୍ର ପହଞ୍ଚତ୍ବା ପରେ ପୂଜା ହେଉ ନ ଥିବା ଜଣାପଡ଼ିଛି। ଏହା ଆମକୁ ନିରାଶ କରିଛି।
ସୂଚନାଯୋଗ୍ୟ, କୋଭିଡ କଟକଣା ପାଇଁ ଦୁଇବର୍ଷ ହେବ ପୂଜା ବନ୍ଦ ରହିଥିଲା।ଚଳିତ ବର୍ଷ ଅନେକ ସ୍ଥାନରେ ପୂର୍ବଭଳି ମହୋତ୍ସବ ପାଳନ ହେଲାଣି।କିନ୍ତୁ ପାରାଦୀପର ବିଶ୍ୱକର୍ମା ପୂଜା ବନ୍ଦ ହେବା ଘଟଣାର ଆୟୋଜକ ଓ ପ୍ରଶାସକ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏହି ପୂଜାର ପ୍ରମୁଖ ଆୟୋଜକ ଡମ୍ପର ମାଲିକସଂଘ ସଭାପତି ବିଜୟ କୁମାର ନାୟକ କୁହନ୍ତି, ଆମକୁ ପ୍ରଥମେ ପୋର୍ଟ ଅଥରିଟି ଚିଠି କରି ଡକାଇଥାନ୍ତି। ସେଠାରେ ପୂଜା ପାଇଁ ପ୍ରସ୍ତୁତି ବୈଠକ ହୋଇଥାଏ। ତା’ପରେ ଜାଗା ପାଇଁ ଅର୍ଥ ଜମା କରିବା ପରେ ମଣ୍ଡପ ଚିହ୍ନଟ ହୋଇଥାଏ। ପୂଜାର ସପ୍ତାହ ପୂର୍ବରୁ ଜିଲା ପ୍ରଶାସନ ଆଇନଶୃଙ୍ଖଳା ବୈଠକ କରିଥାନ୍ତି। ଏ ବର୍ଷ ପୋର୍ଟ ଅଥରିଟି ଆମକୁ ଡାକିଲେ ନାହିଁ। ସେଥିପାଇଁ ଆମେ ପୂଜା କରିଲୁ ନାହିଁ। ସମାନ କଥା ପ୍ରାୟ ଆଉ କିଛି ପୂଜାଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି, ଆମକୁ କେହି ପୂଜା କରିବା ପାଇଁ ଆବେଦନ କରିନାହାଁନ୍ତି । ପାରାଦୀପର ପ୍ରମୁଖ ପୂଜା କମିଟି କହିଲେ ୩ ଟ୍ରକ ମାଲିକ ସଂଘ, ୨ ଡମ୍ଫର ମାଲିକସଂଘ, ଓମ୍ଫା, ପାରାଦୀପ ବନ୍ଦର ଜନସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ମେରାଇନ ବିଭାଗ, ୬ଟି ୟୁନିୟନ, ଅଟୋରିକ୍ସା ସଂଘ ଓ ଅନ୍ୟ କିଛି ସଙ୍ଗଠନକୁ ବୁଝାଏ। କରୋନା ମହାମାରୀ ପରେ ଅଧିକାଂଶ ସଙ୍ଗଠନ ଦେବାଳିଆ ପରିସ୍ଥିତିରେ ଗତି କରୁଛନ୍ତି। ପୂଜା ନ ହେବା ମଧ୍ୟ କିଛି କମିଟିକୁ ସୁହାଇଛି ବୋଲି ଜଣେ ଶ୍ରମିକନେତା ବିଭୁତି ମହାରଣା କୁହନ୍ତି। ଏମିତି ଛକାପଞ୍ଝା ମଧ୍ୟରେ ପୂଜା ବନ୍ଦ ହୋଇ ଯାଇଛି।ଆଗାମି ବର୍ଷରେ ପୁଣି ଏହି ପୂଜା ହେବ କି ନାହିଁ ସେନଇ ଏବେଠାରୁ ସଂଶୟ ସୃଷ୍ଟି ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri