୨ ବର୍ଷ ହେବ ପିଲାଙ୍କ ପାର୍କ କାର୍ଯ୍ୟକ୍ଷମ ହେଉନି

ଜଗତ୍‌ସିଂହପୁର ଅଫିସ, ୧୭ା୯: ଉତ୍ତମ ସ୍ବାସ୍ଥ୍ୟ ଏବଂ ଭଲରେ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ହାପି ଓଡ଼ିଶା ହେଲ୍‌ଦି ଓଡ଼ିଶା ତଥା ସହରାଞ୍ଚଳ ରୂପାନ୍ତରଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ବିଶେଷକରି ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଥିବା ଖୋଲା ସ୍ଥାନରେ ପିଲାଙ୍କ ମନୋରଞ୍ଜନ ପାଇଁ ମିନି ପାର୍କ ଯୋଜନା ୨୦୨୧ରୁ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟ ଗୃହ ଓ ସହରାଞ୍ଚଳ ଉନ୍ନୟନ ବିଭାଗ ଏନେଇ ପଦକ୍ଷେପ ନେଇଛି। ଏନେଇ ବିଭିନ୍ନ ପୌର ପରିଷଦକୁ ପିଲାଙ୍କ ଖେଳ ଉପକରଣ ଆଦି ଯୋଗାଇ ଦିଆଗଲାଣି। ଏହି ଅନୁଯାୟୀ, ଜଗତ୍‌ସିଂହପୁର ପୌର ପରିଷଦକୁ ମଧ୍ୟ ଏହି ଉପକରଣ ଯୋଗାଇଥିଲେ ମଧ୍ୟ ମିନି ପାର୍କ ପାଇଁ ଜମି ଚିହ୍ନଟ ସରିନି। ଫଳରେ ସରକାରଙ୍କ ସହରାଞ୍ଚଳ ରୂପାନ୍ତରଣ ଯୋଜନା ପ୍ରହସନ ପାଲଟିଥିବା ସାଧାରଣରେ ଅଭିଯୋଗ ହେଉଛି।
ଯୋଜନା ଅନୁଯାୟୀ, ରାଜ୍ୟର ୧୧୪ ସହରାଞ୍ଚଳରେ ପିଲାଙ୍କ ଖେଳ ପାଇଁ ମିିନି ପାର୍କ ହେବ। ଏଥିରେ ଚାଲିବା ତଥା ବ୍ୟାୟାମ କରିବା ପାଇଁ ଟ୍ରାକ୍‌, ଓପନ ଏୟାର ଜିମ୍‌, ଖେଳ ଉପକରଣ, ରାସ୍ତା ପାର୍ଶ୍ୱରେ ପରିସ୍ରାଗାର, ପାଣି ଏବଂ ଭେଣ୍ଡିଂ ଜୋନ୍‌ ଆଦି ରହିବ। ଉପକରଣ ଯୋଗାଇବା ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଟେଣ୍ଡର ପାଇବା ଏଜେନ୍ସି ଉପକରଣ ଯୋଗାଇବାଠାରୁ ସ୍ଥାପନ କରିବା ପର୍ଯ୍ୟନ୍ତ ଏବଂ ମାଗଣାରେ ୩ ବର୍ଷ ମରାମତି କରିବା ପାଇଁ ବ୍ୟବସ୍ଥା ହୋଇଛି। ଖେଳ ଉପକରଣରେ ୩ରୁ ୧୪ ବର୍ଷର ପିଲାଙ୍କ ପାଇଁ ୪ଟି ରବର ସିଟ୍‌ ଥିବା ଆର୍କେଡ୍‌ ସ୍ବିଙ୍ଗ ରହିବ। ସେହିପରି ମେରି ଗୋ-ରାଉଣ୍ଡ (୩ରୁ ୧୨ ବର୍ଷ), ୨ଟି ସିଟ୍‌ ଥିବା ସିସ୍‌ (୨ରୁ ୧୦ ବର୍ଷ), ସ୍ପିରାଲ ସ୍ଲାଇଡ (୩ରୁ ୧୪ ବର୍ଷ), ରେନ୍‌ବୋ କ୍ଲିମ୍ବର (୩ରୁ ୧୪ ବର୍ଷ), ୩ ସିଟର ମେରି-ଗୋ ରାଉଣ୍ଡ (ସ୍ପେସିଆଲି ଆବ୍ଲେଡ୍‌), ୨ ସିଟର ସ୍ବିଙ୍ଗ (ସ୍ପେଶିଆଲି ଆବ୍ଲେଡ୍‌) ରହିବା ପାଇଁ ବ୍ୟବସ୍ଥା ହୋଇଛି । ଏହି ଅନୁଯାୟୀ ଏଜେନ୍ସି ଜଗତ୍‌ସିଂହପୁର ପୌର ପରିଷଦକୁ ଉପକରଣ ଯୋଗାଇଛି। କିନ୍ତୁ ୨ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ପୌର ପ୍ରଶାସନ ଜମି ଚିହ୍ନଟ କରିବାକୁ ସକ୍ଷମ ହୋଇନାହିଁ । ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ପୌର ପ୍ରଶାସନର ଆନ୍ତରିକତାର ଅଭାବରୁ ମୁଖ୍ୟମନ୍ତ୍ରୀଙ୍କ ଏହି ମହତ ଯୋଜନା କାର୍ଯ୍ୟକାରୀ ହେବାରେ ଯଥେଷ୍ଟ ବିଳମ୍ବ ହୋଇଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣ କହିଛନ୍ତି, ଜଗତ୍‌ସିଂହପୁର ସହରର ୧୦ରୁ ୧୬ଟି ୱାର୍ଡ ମଧ୍ୟରେ ମିନି ଷ୍ଟାଡିୟମ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିମଧ୍ୟରେ କିଛି ଉପକରଣ ପହଞ୍ଚତ୍ଥିଲେ ସୁଦ୍ଧା ସ୍ଥାନୀୟ ତହସିଲଦାର ଜମି ଚିହ୍ନଟରେ ବିଳମ୍ବ କରୁଥିବାରୁ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ । ତେବେ କେଉଁସବୁ ଉପକରଣ ଓ କେତେ ପରିମାଣର ପହଞ୍ଚତ୍ଛି ସେ ସମ୍ପର୍କରେ ସୂଚନା ଦେବାକୁ ଅରାଜି ହୋଇଥିଲେ। ଜମି ଚିହ୍ନଟ ପରେ ଯୋଜନା କାର୍ଯ୍ୟକାରୀ ହେଲାବେଳେ ପୂର୍ଣ୍ଣ ସୂଚନା ଦିଆଯିବ ବୋଲି ମନ୍ତବ୍ୟ ଦେଇଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ କହିଛନ୍ତି, ସେ ନୂଆ କରି ଦାୟିତ୍ୱ ନେଇଛନ୍ତି। କିନ୍ତୁ ତାଙ୍କ ପୂର୍ବରୁ ୨୦୨୧ ଡିସେମ୍ବରରୁ ପିଲାଙ୍କ ପାର୍କ ଭିତ୍ତି ଭୂମି ନିର୍ମାଣ ପାଇଁ କିଛି ସ୍ବୟଂ ସହାୟକ ଗୋଷ୍ଠୀକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଜମି ଚିହ୍ନଟ ହୋଇ ନ ଥିବା ବେଳେ କାହା ସ୍ବାର୍ଥରେ କାର୍ଯ୍ୟାଦେଶ ଦିଆଯାଇଥିଲା ତାହା ତାଙ୍କୁ ଜଣା ନାହିଁ ବୋଲି ସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri