Posted inଖେଳ

ସ୍କଟିଶ ମହିଳା ପ୍ରିମିୟର ଲିଗ୍‌:ପ୍ରଥମ ଗୋଲ ସ୍କୋର କଲେ ବାଲା

ଗ୍ଲାସ୍‌ଗୋ, ୮ା୧୨ (ପି.ଟି.)- ସ୍କଟିଶ ମହିଳା ପ୍ରିମିୟର ଲିଗ୍‌ରେ ଭାରତର ଷ୍ଟାର ଫୁଟ୍‌ବଲର ବାଲା ଦେବୀ ତାଙ୍କର ପ୍ରଥମ ଗୋଲ୍‌ ସ୍କୋର କରିଛନ୍ତି। ବାଲା ଏହି ଫୁଟ୍‌ବଲ ଟୁର୍ନାମେଣ୍ଟରେ ରେଞ୍ଜର୍ସ ଏଫ୍‌ସି ଦଳ ତରଫରୁ ଖେଳୁଛନ୍ତି। ତାଙ୍କ ଦଳ ରବିବାର ମଦରଓ୍ବେଲ ଏଫ୍‌ସି ଦଳକୁ ୯-୦ ଗୋଲରେ ହରାଇ ଦେଇଛି। ବାଲା ମ୍ୟାଚର ୬୫ତମ ମିନିଟ୍‌ରେ ବଦଳ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇଥିଲେ। ସେ ୮୫ତମ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ, ଯାହା କି ତାଙ୍କ ଦଳର ଅନ୍ତିମ ଗୋଲ ଥିଲା। ୟୁରୋପରେ ଏକ ଟପ୍‌ ଟିଅର୍‌ ପ୍ରଫେଶନାଲ ଲିଗ୍‌ରେ ସ୍କୋର କରିବାରେ ବାଲା ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି। କିରଷ୍ଟି ହୋଓ୍ବାଟ୍‌ ଏବଂ ଲିଜି ଆର୍ନୋଟ୍‌ ଗୋଟିଏ ଲେଖାଏଁ ହ୍ୟାଟ୍ରିକ୍‌ କରିଥିବାବେଳେ ମେଗାନ ବେଲ୍‌ ଏବଂ ଡାଏନା ବୋର୍ମା ମଧ୍ୟ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଭାରତର ୩୦ ବର୍ଷୀୟା ବାଲା ଜାନୁୟାରୀରେ ୟୁରୋପର ଏକ ଟପ୍‌ ଟିଅର କ୍ଲବ ସହ ଏକ ପ୍ରଫେଶନାଲ ଚୁକ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳକୁ ପ୍ରଶଂସାରେ ପୋତି ପକାଇଲେ ଏହି ଅଷ୍ଟ୍ରେଲିଆ ଖେଳାଳି, ଭାଇରାଲ ହେଉଛି ପୋଷ୍ଟ

ବ୍ରିସବେନ୍‌, ୨୧।୧: ଅଷ୍ଟ୍ରେଲିଆକୁ ଧରାଶାୟୀ କରି ଐତିହାସିକ ବିଜୟ ହାସଲ କରିଥିବା ଭାରତୀୟ ଦଳକୁ ଚାରିଆଡୁ ଶୁଭେଚ୍ଛା ମିଳିଛି। ଏହି ସମୟରେ ଅଷ୍ଟ୍ରେଲିଆର ଓପନର ଡେଭିଡ୍‌...

ପ୍ରୋତ୍ସାହନ ଅଭାବ: ଲୁଣିମାଠିଆ ଆଦିବାସୀ ହକି ଖେଳାଳି

ମହାକାଳପଡ଼ା,୧୩ା୧(ଡି.ଏନ୍‌.ଏ.): ହକି ବିଶ୍ୱକପ୍‌ ପାଇଁ ସାରା ଓଡ଼ିଶା ସହ ବିଶ୍ୱ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ହକି...

କୋହଲିଙ୍କ ବିପକ୍ଷରେ ସୌଦିଙ୍କ ପରଫେକ୍ଟ ୧୦

ଖ୍ରୀଷ୍ଟଚର୍ଚ୍ଚ,୨୯ା୨- ଚଳିତ ନ୍ୟୁଜିଲାଣ୍ଡ ଗସ୍ତରେ ବିରାଟ କୋହଲି ପୁଣି ବିଫଳ ହୋଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ମାତ୍ର ୨୪୨ ରନ୍‌ରେ ଅଲଆଉଟ୍‌...

ପିଏସଏଲରୁ ଓହରିଲେ ଲିନ

ଲାହୋର,୧୬।୩- ଲାହୋର କ୍ୱାଲାଣ୍ଡର୍ସ ଦଳକୁ ସେମିଫାଇନାଲରେ ପହଞ୍ଚାଇଥିବା ଅଷ୍ଟ୍ରେଲିଆନ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ କ୍ରିସ ଲିନ ପିଏସ୍‌ଏଲରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଭାଇରସ ଯୋଗୁ...

ଭଜିଙ୍କୁ ଖେଳରତ୍ନ ନ ମିଳିବା ପ୍ରସଙ୍ଗ: ତଦନ୍ତ ନିର୍ଦ୍ଦେଶ ଦେଲେ କ୍ରୀଡ଼ାମନ୍ତ୍ରୀ

ଚଣ୍ଡିଗଡ଼,୩୧।୭(ପି.ଟି.)- ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂ (ଭଜି)ଙ୍କୁ ଚଳିତ ବର୍ଷ ରାଜୀବ ଗାନ୍ଧୀ ଖେଳରତ୍ନ ଲାଗି ପଞ୍ଜାବ ସରକାରଙ୍କ ପକ୍ଷରୁ ମନୋନୀତ କରାଯାଇଥିଲା। ହେଲେ...

ଓସିଏ: ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ

କଟକ ଅଫିସ, ୩ା୮- ଖେଳାଳି ଚୟନରେ ପୁଣି ହୋଇଛି ଅନିୟମିତତା। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଲୋଧା କମିଟିର ସୁପାରିସକୁ ଉଲ୍ଲଙ୍ଘନ କରିଛି। ବିନା ଟ୍ରାଏଲ ମ୍ୟାଚ୍‌...

୭ ନଂ ଜର୍ସି ପିନ୍ଧିବାର କାରଣ କହିଲେ ଧୋନୀ

ଚେନ୍ନାଇ,୧୮।୩: ପୂରା କ୍ୟାରିୟର ୭ ନଂ ଜର୍ସି ପିନ୍ଧି ଖେଳିଥିବା ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ସ୍ବତନ୍ତ୍ର ନମ୍ବର ପଛର କାରଣ ପ୍ରକାଶ...

ଶ୍ରୀଲଙ୍କା ଆଗରେ ୧୮୪ ରନ୍‌ର ଟାର୍ଗେଟ୍‌

ଦୁବାଇ,୧।୯: ଏସିଆ କପ୍‌ ପାଇଁ ଆଜି ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ- ଶ୍ରୀଲଙ୍କା। ଉଭୟ ଟିମ୍‌ ମଧ୍ୟରେ ଟକ୍କର ବରାବର ଚାଲିଛି। ତେବେ ଶ୍ରୀଲଙ୍କା ଅଧିନାୟକ ଦସୁନ...

Advertisement
Archives

Model This Week