Posted inଖେଳ

କ୍ୟାରିୟରର ଅନଲକି ଓଭର

କାନବେରା,୨୮।୧୨: ଅଷ୍ଟ୍ରେଲିଆନ ପେସର ଆଣ୍ଡ୍ର୍ୟୁ ଟାଏ ଚଳିତ ବିଗ୍‌ ବାଶ ଲିଗ୍‌ (ବିବିଏଲ)ରେ କ୍ୟାରିୟରର ଅନଲକି ଓଭର ପକାଇଛନ୍ତି। ପର୍ଥ ସ୍କଚର୍ସ ପାଇଁ ଖେଳୁଥିବା ଟାଏ ମଙ୍ଗଳବାର ସିଡ୍‌ନୀ ଥଣ୍ଡର ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ୧୫ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ। ଏହି ଓଭରରେ ଥରେ କି ଦୁଇ ଥର ନୁହେଁ ବାରମ୍ବାର ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା।

ପ୍ରଥମ ବଲକୁ ବ୍ୟାଟର ସାମ ବିଲିଙ୍ଗ୍ସ କଭର ଅଞ୍ଚଳକୁ ଉଠାଇ ମାରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ବଲ ଏଜ ନେଇ ତୃତୀୟ ସ୍ଲିପରେ ଛିଡ଼ା ହୋଇଥିବା ଫିଲ୍ଡରଙ୍କ ଉପରେ ଚାଲି ଯାଇଥିଲା। ଦ୍ୱିତୀୟ ବଲରେ ପୁଣି ବ୍ୟାଟର ଏଜ ନେଇ ଚୌକା ହୋଇଯାଇଥିଲା। ଅବଶ୍ୟ ତୃତୀୟ ବଲରେ ମିଳିଥିଲା ଉଇକେଟ। ଚତୁର୍ଥ ବଲକୁ ହାଇଟ୍‌ ନୋ ବଲ ଦେଇଥିଲେ ଫିଲ୍ଡ ଅମ୍ପାୟର। ପରବର୍ତ୍ତୀ ବଲ ଓ୍ବାଇଡ୍‌ ଥିଲା। ତା’ ପରେ ପୁଣି ଥରେ ବ୍ୟାଟରଙ୍କ ଅଣ୍ଟା ଉପରକୁ ବଲ ଫୋପାଡ଼ି ଥିଲେ। ଏହାକୁ ମଧ୍ୟ ନୋ ବଲ ଦିଆଯାଇଥିଲା। ଫଳରେ ନିୟମ ଅନୁଯାୟୀ, ବିପଦଜନକ ବୋଲିଂ କାରଣରୁ ତାଙ୍କୁ ଆଉ ବୋଲିଂ କରିବାକୁ ଅମ୍ପାୟର ଅନୁମତି ଦେଇ ନ ଥିଲେ। କିନ୍ତୁ ବ୍ୟାଟିଂରେ କମାଲ କରିଥିଲେ ୩୫ ବର୍ଷୀୟ ଟାଏ। ସେ ମାତ୍ର ୨୫ ବଲରେ ୪୪ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ପାଳିରେ ଥିଲା ୩ ଲେଖାଏ ଚୌକା ଓ ଛକା। ଏହାସତ୍ତ୍ୱେ ତାଙ୍କ ଦଳ ପର୍ଥ ସ୍କଚର୍ସ ପରାଜୟରୁ ବର୍ତ୍ତି ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଳ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ଚାହାନ୍ତି ଶାସ୍ତ୍ରୀ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ୨୦୧୯ ଦିନିକିଆ ବିଶ୍ୱକପ୍‌ ଲାଗି ଦଳ ଚୟନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦଳରେ...

ଷ୍ଟ୍ରସ ଇସିବି କ୍ରିକେଟ କମିଟି ମୁଖ୍ୟ

ଲଣ୍ଡନ,୧୩।୯(ଏଏଫ୍‌ପି): ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରେୁ ଷ୍ଟ୍ରସ ପୁଣି ଥରେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) କ୍ରିକେଟ କମିଟି ଅଧ୍ୟକ୍ଷ ପଦକୁ ଫେରିଛନ୍ତି।...

ସ୍କୁଲ ଚେସ: ହର୍ଷିତ ଚାମ୍ପିୟନ

ଭୁବନେଶ୍ୱର, ୧।୭(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ ଆସୋସିଏଶନ(ଓଏସସିଏ) ଓ ଟିଏଏସ ଇନ୍ସପିରେଶନର ମିଳିତ ଆନୁକୂଲ୍ୟରେ ଆୟୋଜିତ ସ୍କୁଲ ଓପନ ଚେସ ଚାମ୍ପିୟନଶିପରେ କଟକର ହର୍ଷିତ...

ଜୋକୋଭିଚ୍‌ଙ୍କୁ ଦାୟିତ୍ୱହୀନ କହିଲେ କିର୍ଗୋସ

ବେଲଗ୍ରେଡ, ୨୫।୬- ବିଶ୍ୱର ନମ୍ବରଓ୍ବାନ ଟେନିସ ତାରକା ନୋଭାକ ଜୋକୋଭିଚ୍‌ ଏବେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି। ସେ ଆଡ୍ରିଆ ଟୁର୍‌ ଟେନିସ...

କରୋନାରେ ପୂର୍ବତନ ଫୁଟ୍‌ବଲରଙ୍କ ମୃତ୍ୟୁ

ମାଲାପୁରମ (କେରଳ), ୭ା୬ (ପି.ଟି.)- କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ପୂର୍ବତନ ସନ୍ତୋଷ ଟ୍ରଫି ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପ୍‌ ଖେଳାଳି ଇ. ହାମ୍‌ସାକୋୟାଙ୍କ ମୃତ୍ୟୁ ଘଟିଛି।...

ଭାଙ୍ଗିଲେ ୬୧ ବର୍ଷର ରେକର୍ଡ

ଚଳିତ ୫ ମ୍ୟାଚ୍‌ବିଶିଷ୍ଟ ଆଶେସ ସିରିଜରେ ବ୍ୟାଟିଂରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଓ୍ବାର୍ନର ମୋଟ୍‌ ୧୦ ଇନିଂସରୁ ୯୫ ରନ୍‌ ସଂଗ୍ରହ କରିଛନ୍ତି। ଯେଉଁଥିରେ...

ପାକିସ୍ତାନ ଗସ୍ତ କରିବ ଅଷ୍ଟ୍ରେଲିଆ

ମେଲବୋର୍ନ,୨୫।୧: ଅଷ୍ଟ୍ରେଲିଆ କ୍ରିକେଟ ଦଳ ତା’ର ନିୟମିତ ଖେଳାଳିଙ୍କ ସହ ପାକିସ୍ତାନ ଗସ୍ତ କରିବାକୁ ଯାଉଛି। ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଦଳର କୌଣସି ଖେଳାଳି ପାକିସ୍ତାନ ଯିବା...

ଭାରତୀୟ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ଧମକରେ ସତ୍ୟତା ନାହିଁ

ଆଣ୍ଟିଗୁଆ,୧୯ା୮(ପିଟି): ଭାରତୀୟ କ୍ରିକେଟ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଧମକ ଦିଆଯାଇଥିଲା। ହେଲେ ଏଥିରେ କୌଣସି ସତ୍ୟତା ନ ଥିବା ଭାରତୀୟ କ୍ରିକେଟ...

Advertisement
Archives

Model This Week