୩ ଦିନ ଦର୍ଶନ ବନ୍ଦ

ଆରଡ଼ି,୨୮।୧୨(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ୩ ଦିନ ପାଇଁ ବନ୍ଦ ରହିବ। ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି। କରୋନା ସଂକ୍ରମଣ ଏବଂ ଭିଡ଼କୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ସକାଳ ୬ଟାରୁ ଜାନୁଆରୀ ୨ ତାରିଖ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ।

ତେବେ କୋଭିଡ୍‌ କଟକଣା ମଧ୍ୟରେ ଦୈନଦିନ ନୀତିକାନ୍ତି ସମାପନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସୀମିତ ସେବାୟତ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ। ମନ୍ଦିର ବନ୍ଦ ସମୟ ମଧ୍ୟରେ ପୀଠରେ ୧୪୪ ଧାରା ବଜାୟ ରହିବ ବୋଲି ଉପ ଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମନୋଜ କୁମାର ପାତ୍ର ସୂଚନା ଦେଇଛନ୍ତି। ପୀଠରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୃତୟନ କରାଯିବ ବୋଲି ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା, ବାତ୍ୟା ବେଳେ ସ୍ଥାନାନ୍ତର ମନେପଡ଼େ

କେନ୍ଦ୍ରାପଡ଼ା ଅଫିସ, ୧୧।୫: କେନ୍ଦ୍ରାପଡ଼ା ଜିଲାରେ ବନ୍ୟା, ବାତ୍ୟା, ସୁନାମି ଭୟ ପ୍ରତିବର୍ଷ ଲାଗି ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ସୁରକ୍ଷା ପାଇଁ...

ଆଇନଜୀବୀ ବିନୟାନନ୍ଦଙ୍କ ପରଲୋକ

ଢେଙ୍କାନାଳ ଅଫିସ, ୯ା୯ : ଢେଙ୍କାନାଳର ବରିଷ୍ଠ ଆଇନଜୀବୀ ବିନୟାନନ୍ଦ ମହାପାତ୍ରଙ୍କ ରବିବାର ମୁକ୍ତାଦେଈପୁର ଶାସନସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୭୭ବର୍ଷ ହୋଇଥିଲା। ସେ କିଛିଦିନ...

ସବୁ ଜିଲାକୁ ଛୁଇଁଲା ମୌସୁମୀ

ଭୁବନେଶ୍ୱର,୧୩।୬(ବ୍ୟୁରୋ)-ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶନିବାର ରାଜ୍ୟର ସମସ୍ତ ଜିଲାକୁ ଛୁଇଁଛି। ଏ ନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ଉତ୍ତର...

ନିଶା ମାଫିଆ ଦୁଇ ଭାଇଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି

ବୁଗୁଡା,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡା ସହରର ରଘୁନାଥ ସାହିରେ ଥିବା ଦୁଇ ନିଶା ମାଫିଆ ଭାଇଙ୍କ ୩ କୋଟି ଟଙ୍କା ମୂଲ୍ୟର ବେଆଇନ ସମ୍ପତ୍ତିକୁ ବାଜ୍ୟାପ୍ତ...

ନଦୀ ପାଇଁ ଚିନ୍ତା ନାହିଁ

ଭୁବନେଶ୍ବର, ୨ା୮(ବ୍ୟୁରୋ): ନଦୀଗୁଡ଼ିକ ଉପରେ ମାନବ ସଭ୍ୟତା ସର୍ବଦା ନିର୍ଭରଶୀଳ। ଓଡ଼ିଶାର ପ୍ରାୟ ସାଢ଼େ ୪ କୋଟି ଲୋକ ତାଙ୍କ ଦୈନନ୍ଦିନ ଜୀବନରେ ନଦୀ ଉପରେ...

କୋଭିଡ୍‌ ପୁନଃ ସଂକ୍ରମଣ ଆଶଙ୍କା: ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ଚେତାବନୀ

ଭୁବନେଶ୍ୱର,୨୨।୨(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀ କିଛିଦିନ ଥମି ଯାଇଥିବା ବେଳେ ଏବେ ପୁଣି ମହାରାଷ୍ଟ୍ର ଓ କେରଳ ଭଳି କେତେକ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ...

କମେଣ୍ଟ ମାରି ବିଚ୍‌ ରାସ୍ତାରେ ଯୁବତୀଙ୍କଠାରୁ ଛେଚା ଖାଇଲେ ଯୁବକ, ଭିଡିଓ ଭାଇରାଲ

ଜୟପୁର,୪।୧୨(ଡି.ଏନ୍‌.ଏ.): ବିଚ୍‌ ରାସ୍ତାରେ କମେଣ୍ଟ ମାରୁଥିବା ରୋଡ୍‌ ରୋମିଓଙ୍କୁ ଚାପୁଡ଼ା ମାରିଲେ ଯୁବତୀ। କୋରାପୁଟ ଜିଲା ଜୟପୁର ଜୟନଗରସ୍ଥିତ ଶିଶୁ ପାର୍କ ନିକଟରେ ଘଟିଥିବା ଏପରି...

ଢେଙ୍କାନାଳ: ୩ ବ୍ଲକରେ ପ୍ରତିଦ୍ୱନ୍ଦ୍ୱିତା

ଢେଙ୍କାନାଳ ଅଫିସ,୨୪।୩: ଢେଙ୍କାନାଳ ଜିଲାରେ ବୁଧବାର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଜିଲାର ୮ ବ୍ଲକ ମଧ୍ୟରୁ ୫ଟିରେ ଉପାଧ୍ୟକ୍ଷ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ...

Advertisement
Archives

Model This Week