ଆକାଶରେ ଉଡିଲା ସ୍କୁଟି, ତାପରେ ଯାହା ହେଲା, ଦେଖନ୍ତୁ ଭିଡିଓ…

ମୁମ୍ବାଇ,୨୩।୧୧ : ସ୍କୁଟର, ବାଇକ ଏବଂ କାର୍‌ ରାସ୍ତାରେ ଯାଉଥିବାର ଆମେ ଦେଖୁଛେ, କିନ୍ତୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଝିଅ ନିଜ ସ୍କୁଟିକୁ ଆକାଶରେ ଉଡାଉଛନ୍ତି। ଏହି ଭିଡିଓ ଦେଖିବା ପରେ ୟୁଜର ହତବାକ୍‌ ହୋଇପଡିଛନ୍ତି।ଜଣେ ହୁଜର ସୋସିଆଲ ମିଡିଆ ଏକ୍ସରେ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ଦେଖାଯାଉଛି ଜଣେ ଝିଅ ନିଜ ସ୍କୁଟି କୁ ରାସ୍ତାରେ ଚଳାଇବା ପରିବର୍ତ୍ତେ ଆକାଶରେ ଉଡ଼ାଇବା ଆରମ୍ଭ କରୁଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ୟୁଜରମାନେ ଏକ ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି। ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରିବାବେଳେ ଜଣେ ୟୁଜର ଏପରିକି ଲେଖିଛନ୍ତି ଆଜି ସେ ପାପାଙ୍କ ପରୀଙ୍କୁ ମଧ୍ୟ ଆକାଶରେ ଉଡୁଥିବାର ଦେଖିଛନ୍ତି।

ଏକ୍ସ ୟୁଜର @Ronak_choudhry ଏହି ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳୁଛି ଜଣେ ଝିଅ ନିଜ ସ୍କୁଟି ସହିତ ରାସ୍ତାରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଛନ୍ତି। ଏହି ଭିଡିଓର ସବୁଠାରୁ ମଜାଦାର କଥା ହେଉଛି ଝିଅ ଜଣକ ନିଜ ସ୍କୁଟିର ହ୍ୟାଣ୍ଡେଲ ଛାଡି ସାମ୍ନାରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ଧକ୍କା ଦେଉଛନ୍ତି।
ବାସ୍ତବରେ, ଯେଉଁ ଭିଡିଓ ସାମ୍ନାକୁ ଆସିଛି ଦେଖିବା ପରେ ଲାଗୁଛି ଝିଅ ଜଣକ ନିଜ ସ୍କୁଟିରେ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ତେଣୁ ସେ ସ୍କୁଟିରେ ବସି ସୁଇଚ ଅନ କରୁଛନ୍ତି । ଏହାପରେ ଆକ୍ସଲେଟରକୁ ଜୋରରେ ମୋଡି ଦେଇଛନ୍ତି। ଯେଉଁଥିପାଇଁ ସ୍କୁଟିଟି ଆକାଶରେ ଉଡି ଏବଂ କିଛି ଦୂରରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ଧକ୍କା ଦେଉଛି। ଏହା ସହିୀତ ଝିଅ ଜଣକ ମଧ୍ୟ ତଳେ ପଡ଼ିଯାଉଛନ୍ତି।
ଜଣେ ୟୁଜର ଲେଖିଛନ୍ତି ତୁମେ ସ୍କୁଟି ଚଳାଇବା ସମୟରେ ଭଗବାନ ତୁମର ଆଖପାଖର ଲୋକଙ୍କୁ ରକ୍ଷା କରନ୍ତୁ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?