ବାତ୍ୟାର ବୈଜ୍ଞାନିକ ବିଶ୍ଳେଷଣ

ଡ. ସଞ୍ଜୟ କୁମାର ସାମନ୍ତରାୟ

ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାରେ ଓଡ଼ିଶା ପ୍ରାୟ ପ୍ରତ୍ୟେକ ବର୍ଷ ଗଭୀର ଭାବେ ପ୍ରଭାବିତ ହୋଇ ଆସୁଛି। କେଉଁ ବର୍ଷ ବର୍ଷାଦିନ ପୂର୍ବରୁ ବାତ୍ୟା ଆସେ ତ କେଉଁ ବର୍ଷ ବର୍ଷାଦିନ ପରେ ବାତ୍ୟା ଆସେ। ବିଗତ ବର୍ଷଗୁଡ଼ିକର ବାତ୍ୟାକୁ ବୈଜ୍ଞାନିକମାନେ ବିଶ୍ଳେଷଣ କରି ଦେଖିଛନ୍ତି ଯେ, ବର୍ଷାଦିନ ପୂର୍ବରୁ ହେଉଥିବା ବାତ୍ୟାର ପ୍ରଭାବ କମ୍‌ ଥାଏ ଏବଂ ବର୍ଷାଦିନ ପରେ ହେଉଥିବା ବାତ୍ୟାର ପ୍ରଭାବ ଅଧିକ ଥାଏ। ୨୦୧୯ ମେ ୩ରେ ଆମେ ‘ଫନୀ’ ଓ ୨୦୨୦ ମେ ୨୦ ରେ ‘ଅମ୍ଫନ ବାତ୍ୟାକୁ ସାମ୍ନା କରି ଆସିଛେ। ଏହାର ପ୍ରଭାବ ଅକ୍ଟୋବର ୨୯, ୧୯୯୯ ବାତ୍ୟା ତୁଳନାରେ ଯଥେଷ୍ଟ କମ୍‌ ଥିଲା। ଏହା ଏକ ଜ୍ୱଳନ୍ତ ଉଦାହରଣ। ୨୦୨୧ ମେ’ରେ ୩ଟି ବାତ୍ୟା ଆସିଛି। ସେଥି ମଧ୍ୟରୁ ବାତ୍ୟା ‘ୟାସ’ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବାନୁମାନ ଦ୍ୱାରା ବାତ୍ୟାରେ ଓଡ଼ିଶାବାସୀଙ୍କ ଧନ ଜୀବନ ରକ୍ଷା ହୋଇପାରିଛି। ଏହା ସମ୍ଭବ ହୋଇପାରିଛି ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକମାନଙ୍କର ଅତି ନିର୍ଭୁଲ ଆଗୁଆ ପୂର୍ବାନୁମାନ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମ ଯୋଗୁ- ଏହା ଆମମାନଙ୍କ ପାଇଁ ଗର୍ବ ଓ ଗୌରବର କଥା।
ନିକଟରେ ଭାରତୀୟ ବୈଜ୍ଞାନିକମାନେ ଏକ ନୂଆ ପ୍ରଯୁକ୍ତି ବିକଶିତ କରିଛନ୍ତି, ଯାହା ଭାରତ ମହାସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼କୁ ସାଟେଲାଇଟ୍‌ ଅପେକ୍ଷା ଆଗୁଆ ଠାବ କରିପାରିବ। ସେମାନଙ୍କ ମତରେ ବାତ୍ୟାଜନିତ କ୍ଷୟକ୍ଷତି ରୋକିବାରେ ବିଭିନ୍ନ ପ୍ରତିକାର ବ୍ୟବସ୍ଥା ଯଥେଷ୍ଟ ପୂର୍ବରୁ ଗ୍ରହଣ କରାଯାଇପାରିବ। ବର୍ତ୍ତମାନ ପର୍ଯ୍ୟନ୍ତ ରିମୋର୍ଟ ସେନ୍‌ସିଂ ପ୍ରଯୁକ୍ତି ସାମୁଦ୍ରିକ ଝଡ଼କୁ ଯଥେଷ୍ଟ ପୂର୍ବରୁ ଚିହ୍ନଟ କରୁଥିଲେ ହେଁ ଏହା ସମ୍ଭବ ହୋଇଥାଏ। ଯେତେବେଳେ ଉଷ୍ମ ମହାସାଗର ପୃଷ୍ଠରେ ସୃଷ୍ଟି ଲଘୁଚାପ ସିଷ୍ଟମ ବିକଶିତ ହୁଏ, ତେବେ ଉଷ୍ମ ସାଗର ପରିବେଶରେ ସାଇକ୍ଲୋନିକ ସିଷ୍ଟମ ସୃଷ୍ଟି ହେବା ପୂର୍ବରୁ ବାୟୁମଣ୍ଡଳୀୟ ଅସ୍ଥିରତା ପ୍ରକ୍ରିୟା ସହିତ ଜଳାବର୍ତ୍ତ ହୋଇଥାଏ; ଯାହା ଉଚ୍ଚତର ବାୟୁମଣ୍ଡଳୀୟ ସ୍ତରରେ ବଢ଼ିଥାଏ। ସମୁଦ୍ର ଉପରେ ଡିପ୍ରେସନ ସୃଷ୍ଟି ସମ୍ପର୍କରେ ଜାଣିବାରେ ଏହା ଏକ ମୁଖ୍ୟ ବୈଶିଷ୍ଟ୍ୟ। ଏହାକୁ ବ୍ୟବହାର କରି ଅନେକ ପୂର୍ବରୁ ବାତ୍ୟା ସମ୍ପର୍କରେ ପୂର୍ବାନୁମାନ କରାଯାଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଉକ୍ତ ଟେକ୍‌ନୋଲୋଜିର ବିକାଶ କରିଛନ୍ତି ୟାଣ୍ଟାଇ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କୋଷ୍ଟାଲ ଜୋନ୍‌(ଚାଇନା)ର ଭୌତିକ ସମୁଦ୍ର ବିଜ୍ଞାନ ଗବେଷିକା ବିଷ୍ଣୁପ୍ରିୟା ସାହୁ (ଓଡ଼ିଶା), ଆଇଆଇଟି ଖଡ଼ଗପୁରର ଜିୟା ଆଲବର୍ଟ ଏବଂ ପ୍ରସାଦ କେ. ଭାସ୍କରନ୍‌। ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକ୍ରମ (ସିସିପି) ଅଧୀନ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସହଯୋଗରେ ସେମାନେ ନୂଆ ପଦ୍ଧତି ବିକଶିତ କରିଛନ୍ତି। ଉକ୍ତ ୩ ଜଣ ଭାରତୀୟ ବୈଜ୍ଞାନିକଙ୍କ ଗବେଷଣା ନିକଟରେ ଆଟ୍‌ମୋସ୍ଫିୟରିକ୍‌ ଗବେଷଣା ପତ୍ରିକାରେ ପ୍ରକାଶ ପାଇଛି। ପୁନଶ୍ଚ ସେମାନେ ୨୦୧୩ର ଫାଇଲିନ୍‌ ଓ ବାର୍‌ଡା, ୨୦୧୮ର ଗାଜା ଓ ମାଡ଼ି, ୨୦୧୭ର ମୋରା ଏବଂ ୨୦୦୯ର ଆଇଲା ବାତ୍ୟାକୁ ନେଇ ଅଧ୍ୟୟନ କରିଥିଲେ। ସେମାନଙ୍କ ପଦ୍ଧତିରେ ଉକ୍ତ ବାତ୍ୟାଗୁଡିକୁ ଅନୂ୍ୟନ ୪ ଦିନ ଆଗରୁ ଜାଣିପାରିବେ ବୋଲି ବୈଜ୍ଞାନିକମାନେ ମତପ୍ରକାଶ କରିଥିଲେ।
୧୮୯୧ରୁ ୨୦୦୦ ମଧ୍ୟରେ ଓଡ଼ିଶା ପ୍ରାୟ ୯୮ଟି ବାତ୍ୟାର ମୁକାବିଲା କରିଥିବାବେଳେ ପଶ୍ଚିମବଙ୍ଗ ୬୯ଟି, ତାମିଲନାଡ଼ୁ ୬୨ଟି, ଗୁଜରାଟ ୨୮ଟି, କେରଳ ୩ଟି ଓ କର୍ନାଟକ ୨ଟି ବାତ୍ୟାର ସମ୍ମୁଖୀନ ହୋଇଛନ୍ତି। କେବଳ ୧୯୯୯ରୁ ୨୦୨୧ ମଧ୍ୟରେ ଓଡ଼ିଶା ୮ଟି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଅଧିକାଂଶ ବାତ୍ୟାରେ ଅନେକ ଧନ ଜୀବନ, ଗୃହପାଳିତ ପଶୁ, କୃଷିଜାତ ଦ୍ରବ୍ୟ, ରାସ୍ତାଘାଟ, ଘରଦ୍ୱାର, ବିଜୁଳି ଶକ୍ତି, ବୃକ୍ଷଲତା, ଜୀବଜନ୍ତୁ, ଅଫିସ ରେକର୍ଡପତ୍ର, ଘରର ଆସବାବପତ୍ର ଓ ସର୍ବୋପରି ଅନେକ ଲୋକ ବିଭିନ୍ନ ରୋଗ ଓ ମହାମାରୀରେ ଶିକାର ହୁଅନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ପ୍ରସ୍ତୁତି, ବାତ୍ୟା ସମୟରେ ସତର୍କତା ଓ ବାତ୍ୟା ପରବର୍ତ୍ତୀ ତୁରନ୍ତ ପଦକ୍ଷେପ ନେଲେ ଅନେକ ଧନଜୀବନ ଓ ବହୁମୂଲ୍ୟ ସମ୍ପତ୍ତି ରକ୍ଷା କରାଯାଇପାରିବ।
ସାଧାରଣତଃ ବାତ୍ୟା ପୂର୍ବରୁ ଯେଉଁସବୁ ତୁରନ୍ତ ପଦକ୍ଷେପ ନେବାକଥା ସେଗୁଡ଼ିକ ମଧ୍ୟରେ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀ ତଥା ଅନ୍ୟ ଲୋକମାନଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରିବା, ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା ଅତ୍ୟନ୍ତ ଜରୁରୀ। ବିପର୍ଯ୍ୟୟ ପରିଚାଳନା ଟିମ୍‌, ଓଡ୍ରାଫ, ଏନ୍‌ଡିଆର୍‌ଏଫ, ରାସ୍ତା ସଫା ମେଶିନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ସମସ୍ତ ଯନ୍ତ୍ରପାତି ବାତ୍ୟା ପୂର୍ବରୁ ବିଭିନ୍ନ ପ୍ରଭାବିତ ହେବାକୁ ଥିବା ଜିଲାକୁ ପଠାଇବା ନିତାନ୍ତ ଆବଶ୍ୟକ। ଅମଳ ହେବାକୁ ଥିବା ଶସ୍ୟ ଜାତୀୟ ଫସଲ, ପନିପରିବା, ଫଳମୂଳ ଅମଳ କରି ପିଇବା ପାଣି, ଘରର ଖାଦ୍ୟଦ୍ରବ୍ୟ, ମୂଲ୍ୟବାନ ପଦାର୍ଥକୁ ନିରାପଦ ସ୍ଥାନରେ ରଖିବା ଚାଷୀ ଭଉଣୀ ଭାଇମାନଙ୍କର ଏକାନ୍ତ କାମ୍ୟ। ବାତ୍ୟା ସମୟରେ ବାତ୍ୟା ଆଶ୍ରୟସ୍ଥଳ କିମ୍ବା ପକ୍କାଘରେ ବାତ୍ୟା ପରେ ପରେ ଅନେକ ଲୋକ ଓ ଗୃହପାଳିତ ପଶୁପକ୍ଷୀ ବିଭିନ୍ନ ପ୍ରକାର ରୋଗର ଶିକାର ହୁଅନ୍ତି। ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ସେବନ କରନ୍ତୁ। ଫସଲ କିଆରିରେ ଜମି ରହିଥିବା ଜଳକୁ ହୁଡ଼ା କାଟି ନିଷ୍କାସନ କରିଦିଅନ୍ତୁ। ଉପୁଡ଼ି ପଡ଼ିଥିବା ବୃକ୍ଷଲତାକୁ ଯଥାସମ୍ଭବ ରକ୍ଷା କରନ୍ତୁ। ଆବଶ୍ୟକସ୍ଥଳେ ବର୍ଷାପାଣିକୁ ବାନ୍ଧି ରଖି ଚାଷ କ୍ଷେତ୍ରରେ ଲଗାନ୍ତୁ।
ବାତ୍ୟା ସହନଶୀଳ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ଏବଂ ସମୁଦ୍ର ଜୁଆର ରୋକିବା ପାଇଁ ସୁଦୃଢ଼ ଉଚ୍ଚ ଘେରିବନ୍ଧ ବୈଜ୍ଞାନିକମାନଙ୍କ ପରାମର୍ଶରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଶୀଘ୍ର ତିଆରି କଲେ ଭବିଷ୍ୟତରେ ହେବାକୁଥିବା ବାତ୍ୟା ଦାଉରୁ ଅନେକ ମୂଲ୍ୟବାନ ଧନ, ଜୀବନ, ଜୀବିକା, ପଶୁପକ୍ଷୀ, ବୃକ୍ଷଲତା, ରାସ୍ତାଘାଟକୁ ରକ୍ଷା କରାଯାଇ ପାରିବ ଏହା ନିଃସନ୍ଦେହ। ସମୟ ଥାଉ ଥାଉ ସରକାର ଉଚିତ ପଦକ୍ଷେପ ନେବା ଏକାନ୍ତ କାମ୍ୟ।
ପ୍ରତିଷ୍ଠାତା ସଭାପତି,
ଭାରତୀୟ ଜଳବାୟୁ କଂଗ୍ରେସ ଓ ପ୍ରାକ୍ତନ ଅଧ୍ୟକ୍ଷ ଓୟୁଏଟି, ଭୁବନେଶ୍ୱର
ମୋ: ୯୪୩୮୧୨୬୯୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?