ପ୍ରାଣାୟାମରେ ବିଜ୍ଞାନ

ଡ. ନରେନ୍ଦ୍ର ସେଠୀ

ଆଧୁନିକ ବିଜ୍ଞାନ ଯୁଗରେ କୌଣସି ଘଟଣାକୁ ବିନା ପରୀକ୍ଷା ନିରୀକ୍ଷା କିମ୍ବା କଠିନ ତର୍ଜମାର ନିକିତିରେ ତଉଲିବା ପରେ ଯାଇ ଗ୍ରହଣ କରାଯାଇଥାଏ। ମାନବ ଜୀବନ ବଞ୍ଚିବାର ଏକ ପ୍ରାଚୀନ ଶୈଳୀ କୁହାଯାଉଥିବା ଯୋଗ ଓ ପ୍ରାଣାୟାମକୁ ସୁସ୍ଥ ଓ ନିରାମୟ ଜୀବନ ପାଇଁ ପ୍ରାଧାନ୍ୟ ଦିଆଯାଇଛି । ବିଶ୍ୱରେ ୨୦୦ କୋଟିରୁ ଅଧିକ ଲୋକ ଏହାକୁ ଦୈନନ୍ଦିନ ଜୀବନରେ ଅଭ୍ୟାସ କରୁଛନ୍ତି I ନିଃଶ୍ୱାସ ପ୍ରଶ୍ୱାସ ନେବା ଭଳି ଏକ ସହଜ ପ୍ରକ୍ରିୟା କିପରି ଆମର ମନ, ହୃଦୟ ଓ ଶରୀରକୁ ସୁସ୍ଥ ଓ ନିରାମୟ ରଖେ ତାହା ଯୋଗ ଶାସ୍ତ୍ରରେ ବର୍ଣ୍ଣିତ ଅଛି । ନିଃଶ୍ୱାସ ପ୍ରଶ୍ୱାସ ଉପରେ ନିୟନ୍ତ୍ରଣ ରଖିବା ପତଞ୍ଜଳି ଅଷ୍ଟାଙ୍ଗ ଯୋଗର ଏକ ଅଭିନ୍ନ ଅଙ୍ଗ ମଧ୍ୟ । ତେବେ ଭାରତର ଏଭଳି ପ୍ରାଚୀନ ପରମ୍ପରା ବିଷୟରେ ଆଧୁନିକ ବିଜ୍ଞାନର ମତ ଓ ଗବେଷଣାତ୍ମକ ନିଷ୍କର୍ଷ କ’ଣ ଆସନ୍ତୁ ତର୍ଜମା କରି ଦେଖିବା ।
ଆୟାଙ୍ଗାର ଯୋଗ ଶିକ୍ଷକ ଓ ଶରୀର କ୍ରିୟା ବିଜ୍ଞାନୀ ରଜର କୋଲେଙ୍କ ମତ ଅନୁସାରେ ‘ପ୍ରାଣାୟାମ ଖାଲି ନିଃଶ୍ୱାସ ପ୍ରଶ୍ୱାସ ନେବାର ଅଭ୍ୟାସ ନୁହେଁ ବରଂ ଏକ ଗାଡ଼ି ସଦୃଶ, ଯାହା ମନ ଓ ଶରୀରକୁ ସୁସ୍ଥ ଓ ଚଳନକ୍ଷମ ରଖିଥାଏ’। ହର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ପ୍ରାଣାୟାମ ତଥା ଯୋଗ ବିଜ୍ଞାନୀ ବୀର ସିଂହ ଖାଲ୍‌ସାଙ୍କ ମତରେ, ନିଃଶ୍ୱାସ ପ୍ରଶ୍ୱାସ ନେବାର ଗତି ସହ ଆମ ମନର ଅବସ୍ଥା ଓ ସ୍ବୟଂଚାଳିତ ତନ୍ତ୍ରିକା ପ୍ରଣାଳୀ ସହିତ ଏକ ପ୍ରତ୍ୟକ୍ଷ ସମ୍ପର୍କ ଅଛି । ସାଧାରଣତଃ ଆମେ ରାଗିଲେ ଆମର ନିଃଶ୍ୱାସ ନେବାର ଗତି ବଢ଼ିଯାଏ ଓ ଶାନ୍ତ ଥିଲେ ନିଃଶ୍ୱାସର ଗତି ସ୍ଥିର ଥାଏ ।
ତେଣୁକରି ନିଃଶ୍ୱାସର ବେଗ ଉପରେ ନିୟନ୍ତ୍ରଣ ରଖି ଆମେ ମନର ଅବସ୍ଥା ଉପରେ ନିୟନ୍ତ୍ରଣ କରିପାରିବା।
କଗ୍‌ନିଶନ ଆଣ୍ଡ ଇମୋଶନ ଜର୍ନାଲର ସଦ୍ୟ ପ୍ରକାଶିତ ଏକ ଗବେଷଣାତ୍ମକ ପ୍ରବନ୍ଧ ଅନୁଯାୟୀ ନିଃଶ୍ୱାସ ଉପରେ ନିୟନ୍ତ୍ରଣ କରି ଭୟ, ଆନନ୍ଦ ଓ ନିରାଶ ଭାବ ଉପରେ ଚାଳିଶ ପ୍ରତିଶତ ପରିବର୍ତ୍ତନ ମିଳିଛି । ଇଟାଲୀର ପ୍ରସିଦ୍ଧ ପାଭିଆ ବିଶ୍ୱବିଦ୍ୟାଳୟର ହୃଦ୍‌ରୋଗ ବିଶେଷଜ୍ଞଙ୍କ ଏକ ଅଧ୍ୟୟନରେ ଦିନକୁ ଏକ ଘଣ୍ଟା ଧୀର ନିଃଶ୍ୱାସ ନେବା ପାଇଁ ଅଭ୍ୟାସ କରୁଥିବା ପର୍ବତାରୋହୀ ଦଳର ସଦସ୍ୟମାନଙ୍କ ମଧ୍ୟରେ ପାଇଲେ ଯେ, ଯେଉଁମାନେ ଏହି ଅଭ୍ୟାସ କରୁଥିଲେ ସେମାନେ ଏଭରେଷ୍ଟ ଚଢ଼ିବା ପାଇଁ ଅମ୍ଳଜାନ ଦରକାର କରୁନଥିଲେ । ହର୍ଭାର୍ଡ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନ ଅନୁଯାୟୀ ପ୍ରାଣାୟାମ ଗୁଣସୂତ୍ର ଉପରେ ପ୍ରଭାବ ପକାଇ ଅନେକ ପ୍ରକାର ଦୁରାରୋଗରୁ ରକ୍ଷା କରେ । ତେବେ ୨୫ ବର୍ଷ ତଳେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ସ୍ନାୟୁ ବିଜ୍ଞାନୀ ଜ୍ୟାକ ଫେଲ୍‌ଡମ୍ୟାନ ପ୍ରାଣାୟାମ ଉପରେ ଗବେଷଣା କରି ଏକ ରୋଚକ ତଥ୍ୟ ଆବିଷ୍କାର କରିଥିଲେ । ସେ ମସ୍ତିଷ୍କ ଭିତରେ କିଛି ସ୍ନାୟୁପୁଞ୍ଜକୁ ଆବିଷ୍କାର କଲେ, ଯାହା ମଣିଷର ନିଃଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରିତ କରେ । ଏହି ସ୍ନାୟୁପୁଞ୍ଜକୁ ସେ ବ୍ରିଥିଙ୍ଗ ପେସ୍‌ ମେକର ନାମ ଦେଲେ । ପରେ ଆଧୁନିକ ଜ୍ଞାନକୌଶଳ ଦ୍ୱାରା ଅନେକ ଗବେଷଣା ଫଳରେ ୬୫ ପ୍ରକାର ସ୍ନାୟୁ ଥିବାର ଜଣାପଡ଼ିଲା, ଯାହା ମଣିଷର ଶ୍ୱାସ ପ୍ରକ୍ରିୟା ସହିତ ସଂଶ୍ଳିଷ୍ଟ ଅଛନ୍ତି । ଆମେ ଯେଉଁ ପ୍ରାଣାୟାମ ଅଭ୍ୟାସ କରୁ ତାହା ଦ୍ୱାରା ଆମେ ଆମର ନିଃଶ୍ୱାସ ପ୍ରକ୍ରିୟାକୁ ନିୟନ୍ତ୍ରିତ କରିଥାଉ । ଫଳରେ ଏହା ମସ୍ତିଷ୍କରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଶରୀରର ସ୍ନାୟୁ ତନ୍ତ୍ରକୁ ଉଜ୍ଜୀବିତ କରିଥାଏ, ଯାହା ହୃଦ୍‌ସ୍ପନ୍ଦନର ବେଗକୁ କମେଇ ଆମକୁ ଶାନ୍ତି ପ୍ରଦାନ କରେ ।
ପ୍ରାଣାୟାମ କଲା ବେଳେ ଏସିଟାଇଲିକୋଲାଇନ ନାମକ ଏକ ସ୍ନାୟୁ ସଞ୍ଚାରକ ରସାୟନର କ୍ଷରଣ ହୁଏ, ଯାହା ମନ ଓ ଶରୀରକୁ ଶାନ୍ତ ରହିବାରେ ସାହାଯ୍ୟ କରିଥାଏ। ପ୍ରାଣାୟାମର ଅନେକ ଲାଭ ମଧ୍ୟରୁ ଆଉ ଏକ କଥା ହେଲା ଏହା ଶରୀର ଭିତରେ ବୟସ ବଢ଼ିବା ସାଙ୍ଗକୁ ଗ୍ରେ ସେଲକୁ ସଙ୍କୁଚିତ ହେବାକୁ ଦିଏନି, ଫଳରେ ବୟସ ବଢ଼ିଲେ ମଧ୍ୟ ଜଣେ ପୂର୍ଣ୍ଣ ସକ୍ଷମତାର ସହ ପୂର୍ବପରି ସ୍ବାସ୍ଥ୍ୟବାନ ରହେ। ପ୍ରାଣାୟାମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଇବା ସଙ୍ଗେ ସଙ୍ଗେ ଜୈବିକ ପ୍ରକ୍ରିୟାକୁ କାର୍ଯ୍ୟକ୍ଷମ ରଖେ । ପ୍ରାଣାୟାମ ଦ୍ୱାରା କୋଷ ଭିତରେ ଥିବା ଗୁଣସୂତ୍ରର ମଧ୍ୟ ଆୟୁ ବଢ଼ିଯାଏ, ଯାହା ପରୋକ୍ଷ ଭାବରେ ମଣିଷକୁ ଦୀର୍ଘଜୀବୀ କରିବାରେ ସାହାଯ୍ୟ କରିଥାଏ। ପ୍ରାଣାୟାମ କରିବା ଦ୍ୱାରା ସ୍ନାୟୁତନ୍ତ୍ର ହୃତ୍‌ପିଣ୍ଡର ବେଗ ଉପରେ ସିଧାସଳଖ ନିୟନ୍ତ୍ରଣ କରି ଶରୀରକୁ ଶାନ୍ତି ଓ ବିଷାଦମୁକ୍ତ ରଖେ। ଏହା ଫଳରେ ସୁନିଦ୍ରା, ଚିନ୍ତା ଶକ୍ତିରେ ବୃଦ୍ଧି ଓ ବିଷାଦମୁକ୍ତ ହେତୁ ରକ୍ତଚାପ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରିତ ରହେ। ଚଣ୍ଡିଗଡ଼ସ୍ଥିତ ଜବାହରଲାଲ ନେହେରୁ ଭେଷଜ ସଂସ୍ଥାନର ଏକ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରାଣାୟାମ କରିବା ଦ୍ୱାରା ସଂଜ୍ଞାନାତ୍ମକ କାର୍ଯ୍ୟ କ୍ଷମତାରେ ବୃଦ୍ଧି ଓ ବିଷାଦଭାବ ହ୍ରାସ କରିବାରେ ଅତ୍ୟନ୍ତ ଫଳପ୍ରଦ ବୋଲି ଜଣାପଡ଼ିଛି । ତେବେ ଏହା ବିଜ୍ଞାନ ଦ୍ୱାରା ପ୍ରମାଣିତ ଓ ବିଜ୍ଞାନସମ୍ମତ ଯେ ପ୍ରାଣାୟାମ ଦ୍ୱାରା ନିଃଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣ କରିପାରିଲେ ଆମେ ନିଶ୍ଚିତ ଲାଭାନ୍ବିତ ହେବା ।
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?