![](https://www.dharitri.com/wp-content/uploads/2022/08/SATA-2-196.jpg)
ଭଦ୍ରକ ଅଫିସ,୧୯।୮: ରାଜ୍ୟରେ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ଷା ପରେ ସମ୍ଭାବ୍ୟ ବନ୍ୟାକୁ ନଜରରେ ଭଦ୍ରକ ଜିଲାରେ ୮ଟି ଅଗ୍ନିଶମ ବାହିନୀ ସହ ୨ଟି ଓଡ୍ରାଫ ଟିମ୍ ଓ ଏନଡିଆରଏଫ୍ ଟିମ ମୁତୟନ ହେବେ । ତଳିଆ ଅଞ୍ଚଳର ଲୋକଙ୍କୁ ସଚେତନ କରାଯାଉଛି । ତେବେ କେନ୍ଦୁଝର ଓ ଆନନ୍ଦପୁର ଅଞ୍ଚଳରେ ବର୍ଷା ଉପରେ ନଜର ରଖାଯାଉଛି । ସାଳନ୍ଦୀ ନଦୀର ହଦଗଡ଼ ଡ୍ୟାମ ଗୋଟିଏ ଗେଟ୍ ଖୋଲିଛି ।
ବର୍ଷାକୁ ଦେଖି ଗେଟ୍ ଖୋଲିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସୂଚନା ଦେଇଛନ୍ତି। ବିଭିନ୍ନ ଅଞ୍ଚଳର ପିଆରଆଇ ମେମ୍ବରଙ୍କୁ ସଜାଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ଅନୁଯାୟୀ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ତେବେ ବର୍ଷାକୁ ନଜରରେ ରଖି ଶନିବାର ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିବା ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।