ଖୋଲିଲା ସ୍କୁଲ: ଏପରି ପଢ଼ୁଛନ୍ତି ପିଲାମାନେ, ଗୋଟିଏ ବି ଆସୁନି କରୋନା ମାମଲା

ବ୍ୟାଙ୍କକ, ୧୧।୮:କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍‌ ଦେଲେ ସ୍କୁଲ, କଲେଜ, ଦୋକାନ ବଜାର ସବୁକିଛି ବନ୍ଦ ରହିଛି। ହେଲେ ଏବେ ଧୀରେ ଧୀରେ ଲକ୍‌ଡାଉନ୍‌ ଖୋଲୁଛି। ଏହାରି ମଧ୍ୟରେ ଥାଇଲ୍ୟାଣ୍ଡରେ କଡ଼ା ନିୟମ ସହିତ ସ୍କୁଲଗୁଡିକ ଖୋଲାଯାଇଛି। ସ୍କୁଲ ମଧ୍ୟରେ ସାମାଜିକ ଦୂରତ୍ୱ ପାଳନ କରାଯାଉଛି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରି କଠୋର ନିୟମକୁ ଦେଖି କିଛି ଲୋକେ ପ୍ରଶଂସା କରୁଥିବା ବେଳେ ଆଉ କେତେକ ପିଲାମାନଙ୍କ ପାଇଁ ଏହା ଖରାପ ବୋଲି କହୁଛନ୍ତି। ଏହାକୁ ଦେଖିବା ପରେ ଭାରତରେ ଏହିପରି ସ୍କୁଲ ଖୋଲିବା ସପକ୍ଷରେ ଲୋକେ ଆସୁଛନ୍ତି।
ଥାଇଲ୍ୟାଣ୍ଡରେ ଗତ ଜୁଲାଇ ମାସରୁ ସ୍କୁଲ ଖୋଲା ଗଲାଣି। ହେଲେ ଏହା ପରଠାରୁ ଗୋଟିଏ ବି କରୋନା ମାମଲା ସମ୍ମୁଖକୁ ଆସି ନାହିଁ। ଏହାର କାରଣ ହେଉଛି ସ୍କୁଲରେ କଠୋର ନିୟମ। ଏଠାରେ ବିଦ୍ୟାଳୟରେ ଗୋଟିଏ କ୍ଲାସରେ ୨୫ରୁ କମ୍‌ ପିଲା ରହୁଛନ୍ତି। ଏଥିସହ ଶ୍ରେଣୀଗୃହର କବାଟ, ଝରକା, ଡେସ୍କ ସହ ସମସ୍ତ ସ୍ଥାନକୁ ଦିନକରେ ଅନେକ ଥର ସାନିଟାଇଜ କରାଯାଉଛି। ପାଠ ପଢ଼ିବା ସମୟରେ ପିଲାମାନେ ମାସ୍କ ପିନ୍ଧି ବସୁଛନ୍ତି। ପ୍ରତ୍ୟେକ ଶ୍ରେଣୀ ଗୃହ ବାହାରେ ହାତ ଧୋଇବା ପାଇଁ ବେଶିନ୍‌ ତିଆରି ହୋଇଛି। ପ୍ରତି କ୍ଲାସ ଶେଷ ହେବାପରେ ପିଲାମାନେ ହାତ ଧୋଉଛନ୍ତି। ସାମାଜିକ ଦୂରତା ରକ୍ଷା ନିମନ୍ତେ ମଧ୍ୟ ସେମାନଙ୍କୁୁ ଶିକ୍ଷା ଦିଆଯାଉଛି। ଖୋଳିବା ସମୟରେ ମଧ୍ୟ ପିଲାମାନଙ୍କୁ ପିଞ୍ଜରାରେ ରଖାଯାଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶ ଭ୍ରମଣ: ଭଡ଼ା ୯୬ ଲକ୍ଷ

ଓ୍ବାଶିଂଟନ, ୨୨।୬: ପର୍ଯ୍ୟଟନ ଶିଳ୍ପ ବିକାଶ ପାଇଁ ଆମେରିକାର ଷ୍ଟାର୍ଟଅପ୍‌ ‘ସ୍ପେସ୍‌ ପ୍ରସ୍ପେକ୍ଟିଭ୍‌’ ପକ୍ଷରୁ ଏକ ନୂଆ ଧରଣର ଯୋଜନା ପ୍ରସ୍ତୁତ କରାଯାଇଛି। ୨୦୨୪ଠାରୁ ଏହି...

ଭାରତକୁ ଆମେରିକାର ଖୋଲା ଖୋଲି ଧମକ

ୱାଶିଂଟନ,୭ ।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତର ନିରବତାକୁ ଆମେରିକା ଆଦୌ ସହ୍ୟ କରିପାରୁନି । ପୂର୍ବରୁ କେତେଥର ଏହି ପ୍ରସଙ୍ଗରେ...

ଖବରକାଗଜ ଶିଳ୍ପକୁ ବଞ୍ଚାଅ: କେନ୍ଦ୍ରକୁ ଅନୁରୋଧ କଲା ଆଇଏନ୍‌ଏସ୍‌

ନୂଆଦିଲ୍ଲୀ,୧୫ା୪: ଲକ୍‌ଡାଉନ୍‌ ହେତୁ ଦେଶରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। କରୋନା ମାଡ଼ରେ ଖବରକାଗଜ ଶିଳ୍ପ ବହୁଳ ପ୍ରଭାବିତ ହୋଇଛି। ଅଦୃଶ୍ୟ ଭାଇରସ୍‌ ଖବରକାଗଜକୁ ମିଳୁଥିବା...

୩ ମାଲବାହୀ ଗାଡ଼ିକୁ ଯୋଡ଼ାଗଲା: ୧୭୭ ଓ୍ବାଗନ ନେଇ ଯାତ୍ରା କଲା ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌

ବିଳାସପୁର,୮।୨: ଭାରତୀୟ ରେଳ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ୩ ମାଲବାହୀ ଗାଡ଼ିକୁ ଯୋଡ଼ାଯାଇଛି। ମୋଟ ୧୭୭ଟି ଓ୍ବାଗନକୁ ନେଇ ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌...

ତାମିଲନାଡୁରେ ଆତଙ୍କ, ୩୩ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ତାମିଳନାଡୁରେ ୩୩ ଜଣ ନୂଆ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ...

ଟ୍ରମ୍ପ୍‌ଙ୍କ ଆସନ ଟଳମଳ: ଆମେରିକା ସ୍ଥିତି ଅସମ୍ଭାଳ

ଓ୍ବାଶିଂଟନ,୩୦ା୩: କୋଭିଡ୍‌-୧୯ ମାଡ଼ରେ ବିଶ୍ୱର ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର ପାଲଟିବାକୁ ଯାଉଛି ଶକ୍ତିଶାଳୀ ଆମେରିକା। ମହାମାରୀ କରୋନା ବିଶ୍ୱବ୍ୟାପୀ କାୟା ବିସ୍ତାର କରି ମୁଣ୍ଡ ପରେ...

ଫେରିଆସିଲେ ସ୍ବାଗତ କରିବୁ: ପ୍ରିନ୍ସ ହ୍ୟାରିଙ୍କୁ ମହାରାଣୀ କହିଲେ

ଲଣ୍ଡନ,୪ା୩: ତୁମେ ଯେତେବେଳେ ବି ଫେରିଆସିବ ଆମେ ତୁମକୁ ସ୍ବାଗତ କରିବୁ। ରାଜକୀୟ ଉତ୍ତରଦାୟିତ୍ୱରୁ ଦୂରେଇ ଯାଇଥିବା ବ୍ରିଟେନର ମହାନ ରାଜବଂଶର ଅନ୍ୟତମ ଦାୟାଦ ପ୍ରିନ୍ସ...

୧୨୦୦୦ କିଲୋମିଟର ଉଡ଼ିଲା କୋଇଲି, ଚକିତ ହେଲେ ବୈଜ୍ଞାନିକ

ଓ୍ବାଲର୍‌ଡ ଲାଇଫ୍‌ ସାଇନ୍ସ ଆଣ୍ଡ୍‌ କଞ୍ଜରଭେଶନ ସେଣ୍ଟର ଏବଂ ବ୍ରିଟିଶ ଟ୍ରଷ୍ଟ୍‌ ଅଫ୍‌ ଅର୍ନିଥୋଲୋଜି ମିଳିତ ଭାବେ ମଙ୍ଗୋଲିୟନ ବୈଜ୍ଞାନିକ ୨୦ରୁ ଅଧିକ ପକ୍ଷୀଙ୍କ ଉପରେ...

Advertisement
Archives

Model This Week