ସେପ୍ଟେମ୍ବରରେ ବି ଖୋଲିବନି ସ୍କୁଲ: ୫୮ ପ୍ରତିଶତ ଅଭିଭାବକ ଅରାଜି !

ନୂଆଦିଲ୍ଲୀ, ୧୧।୮: କରୋନା ମହାମାରୀ ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଲକ୍‌ ଡାଉନ୍‌ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଅନ୍‌ଲକ୍‌ର ତୃତୀୟ ପର୍ଯ୍ୟାୟରେ କେତେକ ବ୍ୟବସାୟିକ ଅନୁଷ୍ଠାନ ଖୋଲଯାଇଥିଲେ ମଧ୍ୟ ସ୍କୁଲ କଲେଜ ପୂର୍ବପରି ବନ୍ଦ ରହିଛି। ପୂର୍ବରୁ କୁହାଯାଉଥିଲା ଯେ, ହୁଏତ ସେପ୍ଟେମ୍ବର ୧ରେ ଅବା ଶେଷ ସୁଦ୍ଧା ସ୍କୁଲ ଖୋଲାଯିବ। ଏନେଇ ରାଜ୍ୟ ସରକାର ଏବଂ ଅଭିଭାବକଙ୍କଠାରୁ କେନ୍ଦ୍ର ସରକାର ସ୍କୁଲ ଖୋଲିବା ନେଇ ମତାମତ ଲୋଡ଼ିଥିଲେ। ତେବେ ୫୮ ପ୍ରତିଶତ ଅଭିଭାବକ ସୁରକ୍ଷା ଦୃଷ୍ଟିରୁ ସ୍କୁଲ ନ ଖୋଲିବାକୁ ମତ ପୋଷଣ କରିଛନ୍ତି। ଏକ ସର୍ଭେରେ ଅଭିଭାବକମାନେ ଏଭଳି ମତ ଦେଇଛନ୍ତି। ସର୍ଭେରେ ୨୫ ହଜାରରୁ ଅଧିକ ଅଭିଭାବକଙ୍କୁ ସାମିଲ୍‌ କରାଯାଇଥିଲା। ସ୍କୁଲ ବନ୍ଦ ହେବାରୁ ପାଠପଢ଼ା ସହିତ ବହୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳୁ ନ ଥିବାରୁ ଶିକ୍ଷା ମନ୍ତ୍ରଣାଳୟ ଏବଂ ସଂସଦୀୟ କମିଟିର ବୈଠକରେ ଚିନ୍ତା ବ୍ୟକ୍ତ କରାଯାଇଛି। ଏବେ ସ୍କୁଲ ଖୋଲିବାର କୌଣସି ଯୋଜନା ନାହିଁ ବୋଲି ଶିକ୍ଷାମନ୍ତ୍ରଣାଳୟ ସଂସଦୀୟ କମିଟି ସମ୍ମୁଖରେ ମତ ଉପସ୍ଥାପନ କରିଛନ୍ତି। ସ୍କୁଲ ଖୋଲିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମତ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ୨୦୨୦-୨୧ ଶୂନ ଶିକ୍ଷା ବର୍ଷ ହେବ ନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଛି। ଅବସ୍ଥା ସୁଧୁରିଲେ ସ୍କୁଲ ଖୋଲିବାର ଉଦ୍ୟମ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ଦର

ନୂଆଦିଲ୍ଲୀ,୪।୭: ଦିଲ୍ଲୀରେ ଏଲପିଜି ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ପାଇଛି। ତୈଳ କମ୍ପାନୀଗୁଡିକ ଗୋଟିଏ ସିଲିଣ୍ଡରର ମୂଲ୍ୟ ୭ ଟଙ୍କା ବୃଦ୍ଧି କରିଛନ୍ତି। ତେବେ ଘରୋଇ...

ଆତ୍ମହତ୍ୟାରେ ଶେଷ ଯୌତୁକ ଯନ୍ତ୍ରଣା

ଅହମଦାବାଦ, ୪ା୩: ଗତ ଫେବୃୟାରୀ ୨୫ରେ ସାବରମତୀ ନଦୀକୁ ଲମ୍ଫ ମାରି ଆତ୍ମହତ୍ୟା କରିଥିଲେ ଗୁଜରାଟ ଅହମଦାବାଦର ଆୟେଶା। ଏହା ପୂର୍ବରୁ ସେ ଏକ ଭିଡିଓ...

କରୋନା ଚିହ୍ନଟ ଲାଗି ଆସିଲା ନୂଆ ଲେଜର ପଦ୍ଧତି

ନୂଆଦିଲ୍ଲୀ, ୧୦ା୫: କରୋନା ସଂକ୍ରମଣ ଚିହ୍ନଟ କରିବା ଲାଗି ବୈଜ୍ଞାନିକମାନେ ପୁଣି ଏକ ନୂଆ ଲେଜର ଭିତ୍ତିକ ଶ୍ୱାସନଳୀ ପରୀକ୍ଷା ପଦ୍ଧତିର ବିକାଶିତ କରିଛନ୍ତି। ଆର୍ଟିଫିସିଆଲ...

ଭିତିରି କଥା କହିଲେନି

ନୂଆଦିଲ୍ଲୀ,୨୩ା୬: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସୁପ୍ରିମୋ ଶରଦ ପାଓ୍ବାରଙ୍କ ଘରେ ବିରୋଧୀଙ୍କ ବୈଠକକୁ ଭାଜପାକୁ ଚ୍ୟାଲେଞ୍ଜ ଦେବା ପ୍ରକ୍ରିୟାର ଆରମ୍ଭ ବୋଲି ରାଜନୈତିକ ବିଶ୍ଳେଷକମାନେ...

ଭାରତୀୟଙ୍କ ଆୟୁଷ କମି କମି ଯାଉଛି, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୯ା୭: ଭାରତରେ ଲୋକଙ୍କ ଆୟୁଷ ଦିନକୁ ଦିନ କମିକମି ଯାଉଛି। ଆମେରିକାର ଏକ ୟୁନିଭର୍‌ସିଟି ପକ୍ଷରୁ ଏହା କୁହାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ପ୍ରଦୂଷଣ।...

କର୍ନାଟକ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ଚାଲ, ପୂର୍ବତନ ଏମପି ଚନ୍ଦ୍ରପ୍ପା ହେଲେ କାର୍ଯ୍ୟକାରୀ ଅଧ୍ୟକ୍ଷ

ବେଙ୍ଗାଲୁରୁ,୯।୪: କର୍ନାଟକ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ କଂଗ୍ରେସ ଅନୁସୂଚିତ ଜାତିର ନେତା ଓ ପୂର୍ବତନ ଏମପି ବିଏନ ଚନ୍ଦ୍ରପ୍ପାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରିଛି। କଂଗ୍ରେସ...

ଗଣମାଧ୍ୟମ ନିରବଚ୍ଛିନ୍ନ ଖବର ପ୍ରକାଶ କରିବାକୁ ରାଜ୍ୟକୁ ପରାମର୍ଶ ଦେଲା କେନ୍ଦ୍ର

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା (କୋଭିଡ-୧୯)ର କରାଳ ପ୍ରକୋପ ସମଗ୍ର ବିଶ୍ୱକୁ ଗ୍ରାସ କରିସାରିଲାଣି। ଭାରତରେ ମଧ୍ୟ ଧୀରେ ଧୀରେ ଏହା ଭୟଙ୍କର ପରିସ୍ଥିତିକୁ ଗତି କରୁଛି।...

କୋଠା ଭୁଷୁଡି ୧୦ ମୃତ

ଭିୱଣ୍ଡି,୨୧ ।୯: ମହାରାଷ୍ଟ୍ର ଥାନେର ଭିୱଣ୍ଡିରେ ସୋମବାର ସକାଳେ ଏକ ତିନି ମହଲା କୋଠା ଭୁଷୁଡି ପଡିବା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା...

Advertisement
Archives

Model This Week