ସେପ୍ଟେମ୍ବରରେ ବି ଖୋଲିବନି ସ୍କୁଲ: ୫୮ ପ୍ରତିଶତ ଅଭିଭାବକ ଅରାଜି !

ନୂଆଦିଲ୍ଲୀ, ୧୧।୮: କରୋନା ମହାମାରୀ ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଲକ୍‌ ଡାଉନ୍‌ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଅନ୍‌ଲକ୍‌ର ତୃତୀୟ ପର୍ଯ୍ୟାୟରେ କେତେକ ବ୍ୟବସାୟିକ ଅନୁଷ୍ଠାନ ଖୋଲଯାଇଥିଲେ ମଧ୍ୟ ସ୍କୁଲ କଲେଜ ପୂର୍ବପରି ବନ୍ଦ ରହିଛି। ପୂର୍ବରୁ କୁହାଯାଉଥିଲା ଯେ, ହୁଏତ ସେପ୍ଟେମ୍ବର ୧ରେ ଅବା ଶେଷ ସୁଦ୍ଧା ସ୍କୁଲ ଖୋଲାଯିବ। ଏନେଇ ରାଜ୍ୟ ସରକାର ଏବଂ ଅଭିଭାବକଙ୍କଠାରୁ କେନ୍ଦ୍ର ସରକାର ସ୍କୁଲ ଖୋଲିବା ନେଇ ମତାମତ ଲୋଡ଼ିଥିଲେ। ତେବେ ୫୮ ପ୍ରତିଶତ ଅଭିଭାବକ ସୁରକ୍ଷା ଦୃଷ୍ଟିରୁ ସ୍କୁଲ ନ ଖୋଲିବାକୁ ମତ ପୋଷଣ କରିଛନ୍ତି। ଏକ ସର୍ଭେରେ ଅଭିଭାବକମାନେ ଏଭଳି ମତ ଦେଇଛନ୍ତି। ସର୍ଭେରେ ୨୫ ହଜାରରୁ ଅଧିକ ଅଭିଭାବକଙ୍କୁ ସାମିଲ୍‌ କରାଯାଇଥିଲା। ସ୍କୁଲ ବନ୍ଦ ହେବାରୁ ପାଠପଢ଼ା ସହିତ ବହୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳୁ ନ ଥିବାରୁ ଶିକ୍ଷା ମନ୍ତ୍ରଣାଳୟ ଏବଂ ସଂସଦୀୟ କମିଟିର ବୈଠକରେ ଚିନ୍ତା ବ୍ୟକ୍ତ କରାଯାଇଛି। ଏବେ ସ୍କୁଲ ଖୋଲିବାର କୌଣସି ଯୋଜନା ନାହିଁ ବୋଲି ଶିକ୍ଷାମନ୍ତ୍ରଣାଳୟ ସଂସଦୀୟ କମିଟି ସମ୍ମୁଖରେ ମତ ଉପସ୍ଥାପନ କରିଛନ୍ତି। ସ୍କୁଲ ଖୋଲିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମତ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ୨୦୨୦-୨୧ ଶୂନ ଶିକ୍ଷା ବର୍ଷ ହେବ ନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଛି। ଅବସ୍ଥା ସୁଧୁରିଲେ ସ୍କୁଲ ଖୋଲିବାର ଉଦ୍ୟମ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ଜେନ୍‌ ଆଲ୍‌ଫାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ, ୨୭ା୮ : ରାଜସ୍ଥାନର ଜୟପୁରସ୍ଥିତ ରାମପୁରା କନୱରପୁରା ଗ୍ରାମର ପ୍ରାଥମିକ ସ୍କୁଲ ଘରର ଭଙ୍ଗାଦଦରା ଅବସ୍ଥା ଯୋଗୁ ପିଲାମାନଙ୍କୁ ଏକ ଗୁହାଳରେ ପାଠ ପଢ଼ାଯାଉଥିଲା। ନିକଟରେ…

ନେପାଳରେ ଆକସ୍ମିକ ବନ୍ୟା: ୯୫ ମୃତ

କାଠମାଣ୍ଡୁ, ୨୭ା୮: ତିବ୍ବତ-ରସୁୱାଗଢ଼ି ସୀମାରୁ ୨୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ଅସ୍ଥିର ପାହାଡ଼ ଧସିବା ଏବଂ ସୀମାନ୍ତରେ ଥିବା ଲେନ୍ଦେ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ନେପାଳର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri