Posted inଜାତୀୟ

ଅଭିଭାବକଙ୍କୁ ଆଶ୍ୱସ୍ତି, କରୋନା କମିଲେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୧୫।୮: ସ୍ବାଧିନତା ଦିବସ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ଦିଲ୍ଲୀର ଅଭିଭାବକଙ୍କୁ ଆଶ୍ୱସ୍ତି ଦେଇଛନ୍ତି। କେଜରିଓ୍ବାଲ କହିଛନ୍ତି ଯେପର୍ଯ୍ୟନ୍ତ କରୋନା ସଂକ୍ରମଣ କମ୍‌ ହୋଇନାହିଁ ସେ ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ ଖୋଲାଯିବ ନାହିଁ। ତାଙ୍କ ବକ୍ତବ୍ୟ ଆରମ୍ଭରେ ସେ ସମସ୍ତଙ୍କୁ ସ୍ବାଧିନତା ଦିବସର ଶୁଭକାମନା ଜଣାଇଥିଲେ। ଏହାସହ ଆଜିର ଦିନରେ ସେ ସମସ୍ତ ଶହୀଦ ବୀରଙ୍କୁ ମନେ ପକାଇଥିଲେ। ଯେଉଁମାନେ ଦେଶକୁ ସ୍ବାଧିନତାର ସ୍ବାଦ ଚଖାଇଥିଲେ ଓ ଆଜି ପର୍ଯ୍ୟନ୍ତ ଯେଉଁମାନେ ସୀମାରେ ରହି ଦେଶକୁ ସୁରକ୍ଷା ଯୋଗାଇ ଦେଉଛନ୍ତି ସମସ୍ତଙ୍କ ବଳିଦାନକୁ ଦେଶ ସବୁବେଳେ ମନେ ରଖିବ ବୋଲି କେଜରିଓ୍ବାଲ କହିଥିଲେ। କରୋନା ମହାମାରୀକୁ ନେଇ କେଜରିଓ୍ବାଲ କହିଥିଲେ ରାଜଧାନୀ ଦିଲ୍ଲୀରେ ଏବେ ପାଖାପାଖି ୭୫୦ କରୋନା ରୋଗୀ ସୁସ୍ଥ ହୋଇ ପ୍ଲାଜମା ଦାନ କରି ସାରିଲେଣି। ତେଣୁ ଆଗକୁ ମଧ୍ୟ ଆମେ ଏହି ମହାମାରୀଠାରୁ ବିଜୟ ଲାଗ କରିବା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ: ମୋଦି, ସୋନିଆଙ୍କୁ କରିବେ ସାକ୍ଷାତକାର

ନୂଆଦିଲ୍ଲାୀ,୨୧।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବେସେନା ମୁଖ୍ୟ ଉଦ୍ଧବ ଠାକରେ ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟକ୍ରମ ଅନୁସାରେ ଉଦ୍ଧବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଯୋଗ ଦିବସ ପୂର୍ବରୁ ଆନିମେଟେଡ୍‌ ଭୁଜଙ୍ଗାସନରେ ଦେଖାଦେଲେ ମୋଦି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେ ଫିଟ୍‌ ତାହା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ତେବେ ଆସନ୍ତା ୨୧ ତାରିଖରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ...

ସୁଶାନ୍ତ ସିଂ ରାଜପୁତ ମାମଲା: କ୍ୱାରାଣ୍ଟାଇନ୍‌ରୁ ବାହାରିଲେ ପାଟଣା ଏସ୍‌ପି

ପାଟଣା,୭ା୮: ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଥିବା ବିହାର କ୍ୟାଡର ଆଇପିଏସ ଅଧିକାରୀ ବିନୟ ତିଓ୍ବାରୀଙ୍କୁ କ୍ୱାରାଣ୍ଟାଇନ୍‌ ମୁକ୍ତ କରାଯାଇଛି।...

ଶ୍ରୀ ସାର୍‌ ସୟାଜି ଜେନରାଲ ହସ୍ପିଟାଲର ଶିଶୁ ବିଭାଗରେ ନିଆଁ

ଭଦୋଦରା,୧୦।୯: ଗୁଜୁରାଟ ଭଦୋଦରାରେ ଥିବା ଶ୍ରୀ ସାର୍‌ ସୟାଜି ଜେନରାଲ ହସ୍ପିଟାଲରେ ଥିବା ଶିଶୁ ବିଭାଗରେ ମଙ୍ଗଳବାର ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଓ୍ବାର୍ଡରେ...

ଆମେରିକା, ବ୍ରିଟେନରେ ଅଧିକାଂଶ ଶିଶୁ କରୋନା ସଂକ୍ରମିତ: ଭାରତ ପାଇଁ ବିପଦ ସଙ୍କେତ!

ନୂଆଦିଲ୍ଲୀ,୧୨ ।୮: ଭାରତରେ କରୋନାର ତୃତୀୟ ଲହର ଆସିବାକୁ ଥିବା ବେଳେ ଏଥିରେ ଶିଶୁମାନେ ଅଧିକ ପରିମାଣରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି...

ବସ୍‌, ଟ୍ରକ୍‌ ଡ୍ରାଇଭରଙ୍କ ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍‌ ନିୟମ ଉଠିବ!

ନୂଆଦିଲ୍ଲୀ, ୧୩।୬: ବସ୍‌, ଟ୍ରକ୍‌ ଡ୍ରାଇଭରଙ୍କ ପାଇଁ ଥିବା ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍‌ ନିୟମ ଉଠାଯିବ। ଏସମ୍ପର୍କରେ ବିଚାର ଚାଲିଛି ବୋଲି ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ...

ସ୍ତ୍ରୀଙ୍କୁ ମାସିକ ୨୫ ହଜାର ଭରଣ ପୋଷଣ ମାଗିଲେ ସ୍ବାମୀ

ନୂଆଦିଲ୍ଲୀ,୨୯।୧୧: ଛାଡ଼ପତ୍ର ମାମଲାରେ ସ୍ତ୍ରୀଙ୍କ ପକ୍ଷରୁ ସ୍ବାମୀଙ୍କ ଉପରେ ଭରଣ ପୋଷଣ ଦାବି କରାଯାଇଥାଏ। ତେବେ ଦିଲ୍ଲୀର ଏକ କୋର୍ଟରେ ଜଣେ ସ୍ବାମୀ ନିଜର ଆର୍ଥିକ...

କେନ୍ଦ୍ରମନ୍ତ୍ରୀ ସୋମପ୍ରକାଶ ଆଇସିୟୁରେ ଭର୍ତ୍ତି

ଚଣ୍ଡୀଗଡ଼,୨୪।୪: କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସୋମପ୍ରକାଶ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସମ୍ପର୍କରେ ଟୁଇଟ୍‌ କରି ସେ ସୂଚନା ଦେଇଛନ୍ତି। ଶରୀରରେ ଅମ୍ଳଜାନ ଅଭାବ...

Advertisement
Archives

Model This Week