Posted inଫୁରସତ

ପୁଅକୁ ସ୍କୁଲ ଛାଡିବାକୁ ଯାଉଥିଲେ ମା’, ପଛ ସିଟ୍‌ରେ ପିଲାଟିର କାର୍ଯ୍ୟ ଦେଖି ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଛୋଟ ପିଲାମାନଙ୍କୁ ସେମାନଙ୍କ ମାତାପିତା ସ୍କୁଲ ନେବାଆଣିବା କରନ୍ତି। ଅନେକ ଥର ପିଲାମାନେ ବିଦ୍ୟାଳୟକୁ ନ ଯିବାର ଜିଦ ଧରିଥାନ୍ତି। ସେମାନଙ୍କ ଅନିଚ୍ଛା ସତ୍ତ୍ୱେ ମାତାପିତା ପିଲାଙ୍କୁ ସ୍କୁଲ ନେଇଯାଆନ୍ତି। ବିଦ୍ୟାଳୟକୁ ନ ଯିବା ପାଇଁ, ଅନେକ ଥର ପିଲାମାନେ ଏପରି କୌଶଳ ବ୍ୟବହାର କରୁଥିବା ଦେଖାଯାଏ, ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ କରିଥାଏ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି।
ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଜଣେ ମା’ ନିଜ ପୁଅକୁ ସ୍କୁଟିରେ ବସାଇ ସ୍କୁଲ ନେଉଛନ୍ତି। ପିଲାଟି ସ୍କୁଲ ପୋଷାକ ପିନ୍ଧି କାନ୍ଧରେ ବ୍ୟାଗ ପକାଇଥିବାର ନଜର ଆସିଛନ୍ତି। କିନ୍ତୁ ପିଲାଟି ବହୁତ ଦୁଃଖୀ ଦେଖାଯାଉଛନ୍ତି। ଭିଡିଓ ଦେଖି ଅନୁମାନ କରାଯାଇପାରେ ଯେ, ସେ ସ୍କୁଲ ଯିବାକୁ ଚାହୁଁନାହାଁନ୍ତି, କିନ୍ତୁ ତାଙ୍କ ମା’ ତାଙ୍କୁ ବଳପୂର୍ବକ ସ୍କୁଲକୁ ନେଉଛନ୍ତି। ଏଥିରେ ରାଗିଯାଇ ପିଲାଟି ସ୍କୁଟିରେ ସଠିକ ଢଙ୍ଗରେ ନ ବସି ଚକା ଆସନ ପକାଇ ବସିଥିବାର ଦେଖାଯାଇଛି। ଯଦି ସ୍କୁଟିରେ ପିଲାଟିର ସନ୍ତୁଳନ ଟିକେ ଖରାପ ହୋଇଯାଏ, ତେବେ ସେ ଏକ ଦୁର୍ଘଟଣାର ଶିକାର ହୋଇପାରନ୍ତି।
ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ dasadlatif1212 ନାମକ ଜଣେ ୟୁଜର୍ସ ଶେୟାର କରିଛନ୍ତି, ଯାହାକୁ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫ ମିଲିୟନରୁ ଅଧିକ ଭ୍ୟୁ ମିଳିଥିବାବେଳେ ୨ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି। ଭିଡିଓ ଦେଖିଥିବା ଉପଭୋକ୍ତାମାନେ ଏହା ଉପରେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

 

View this post on Instagram

 

A post shared by Dasad Latif (@dasadlatif1212)


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?