ଅବଧାରିତ ଅପରାହ୍ନ

ବିମଳ ପ୍ରସନ୍ନ ଦାସ

୧୯୧୪ ମସିହା ମାର୍ଚ୍ଚ ୨୯ ତାରିଖ ପ୍ରାୟ ତିନିଟା ତିରିଶ ମିନିଟ – ଏକ ଅବଧାରିତ ଅପରାହ୍ନ, ଶ୍ରୀମା ଶ୍ରୀଅରବିନ୍ଦଙ୍କୁ ପ୍ରଥମେ ସାକ୍ଷତ କରିଥିଲେ। ସ୍ଥାନଟି ଥିଲା ବର୍ତ୍ତମାନର ପ୍ଲେଗ୍ରାଉଣ୍ଡ ଭିତରେ ଥିବା ଗୃହର ଉପର ମହଲାକୁ ଯିବା ଶିଡ଼ି ପାହାଚର ଲାଣ୍ଡିଂରେ। ଶ୍ରୀଅରବିନ୍ଦ ଉପର ମହଲାରୁ ଓହ୍ଲାଇ ଆସି ପାହାଚର ଶେଷ ପ୍ରାନ୍ତରେ ଅପେକ୍ଷା କରିଥାନ୍ତି ସେ ଦିନର ସେହି ଫରାଶୀ ତରୁଣୀ ମୀରାଙ୍କୁ। ଉଭୟଙ୍କ ଦୃଷ୍ଟିରେ ପରସ୍ପରକୁ ସାକ୍ଷାତ କରିବାର ଯେଉଁ ଅପୂର୍ବ ଆନନ୍ଦ ଓ ଆକାଙ୍‌କ୍ଷା ତାକୁ ଭାଷାରେ ପ୍ରକାଶ କରିବା ପୃଥିବୀର କୌଣସି ଭାଷା ଯେ ସମର୍ଥ ତାହା ଏହି ଲେଖକର ମନେହୁଏ ନାହିଁ। ଅସଫଳ ଭାଷାରେ କହିଲେ ସତେ ଯେପରି ଆକାଶ ନଇଁ ଆସୁଛି ଛୁଇଁ ଦେବାକୁ ପୃଥିବୀକୁ। ସତେ ଯେପରି ପୃଥିବୀ ବଢ଼େଇ ଦେଇଛି ତା’ର ଆବେଗ କମ୍ପନ ନିଃସର୍ତ୍ତ କରଯୁଗଳ ଅସୀମ ଅନନ୍ତ ଆକାଶ ଆଡ଼େ। ସମ୍ପୂର୍ଣ୍ଣ ସମର୍ପିତ କରି ଦେଇଛି ନିଜକୁ। ମହାକାଳ କେବଳ ହିଁ ସାକ୍ଷୀ ଆକାଶ ସହିତ ଧରିତ୍ରୀର ସମ୍ପୂର୍ଣ୍ଣ ସମର୍ପଣ ପର୍ବର। ଶ୍ରୀଅରବିନ୍ଦଙ୍କୁ ସାଷ୍ଟାଙ୍ଗ ପ୍ରଣାମ ନିବେଦନ କରି ଶୋଇ ଯାଇଛନ୍ତି ବିଶ୍ୱଜନନୀ। ଏହି ସମର୍ପଣ ପର୍ବକୁ ସ୍ବୀକୃତି ଜଣାଇ ଶ୍ରୀଅରବିନ୍ଦ କହିଛନ୍ତି, ଶରୀରର ପ୍ରତି ଜୀବକୋଶ ଯେ ସମର୍ପିତ ହୋଇପାରେ ଏହା ସେ ପ୍ରଥମେ ଲକ୍ଷ୍ୟ କଲେ। ଏହା ହିଁ ଥିଲା ଏକ ଅବଧାରିତ ଅପରାହ୍ନ।
ଏହି ମୁହୂର୍ତ୍ତରେ ଶ୍ରୀମା ଅନୁଭବ କରିଥିଲେ ପୃଥିବୀରେ ଅସଂଖ୍ୟ ଲୋକ ଅଜ୍ଞାନ ତମସାରେ ନିମଜ୍ଜିତ ରହିଥାନ୍ତୁ ନା କାହିଁକି ଭୂପୃଷ୍ଠରେ ଶ୍ରୀଅରବିନ୍ଦଙ୍କ ଉପସ୍ଥିତି ହିଁ ଦିନେ ସେ ତମସା ଆଲୋକରେ ରୂପାନ୍ତରିତ ହେବାର ତଥା ଦିବ୍ୟ ଯୁଗର ସୂତ୍ରପାତର ଅଲଂଘ୍ୟ ପ୍ରତିଶ୍ରୁତି।
ବିଶ୍ୱାସର ଏ ଦଲିଲ ଅନନ୍ୟ। ବିଧାତାର ପଞ୍ଜିକାରେ ସେହି ମୁହୂର୍ତ୍ତରେ ସ୍ପଷ୍ଟ ହୋଇ ଉଠିଥିବ ଶ୍ରୀମା’ଙ୍କ ଭୂମିକା – ଶ୍ରୀଅରବିନ୍ଦଙ୍କ ଯୋଗଯଜ୍ଞରେ ସେ ହେବେ ପୁରୋହିତ, ଦେବେ ଆହୁତି, ଚେତନାର ରହସ୍ୟ ଲୋକରେ ସେ ଆପଣାକୁ ସମର୍ପଣ କରିବେ ମହାଯୋଗୀଙ୍କ ଅଭିନବ ଏବଂ ଦୁଃସହ ପରୀକ୍ଷା ନିରୀକ୍ଷାର କହିବା ଆଧାର, କହିବା ସହଯୋଗୀ, କହିବା ସହକାରୀ, କହିବା ନିରୀକ୍ଷକ ଏବଂ କହିବା ଧାତ୍ରୀ ରୂପେ।
ଇତିହାସର ବିଡମ୍ବନା ବଶତଃ ଶ୍ରୀମା’ଙ୍କୁ ଅବଶ୍ୟ ଭାରତରୁ ବିଦାୟ ନେବାକୁ ପଡ଼ିଲା, କିନ୍ତୁ ସୂକ୍ଷ୍ମ ପର୍ଯ୍ୟାୟରେ ସେ ଯୋଗଯଜ୍ଞର ନୂତନ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଥିଲା। ୧୯୨୦ ମସିହା ଏପ୍ରିଲ୍‌ ୨୪ ତାରିଖରେ ଶ୍ରୀମା’ଙ୍କର ପୁନରାଗମନ ଉତ୍ତାରୁ ତାହା ଆମ ସ୍ଥୂଳ ଦୃଷ୍ଟିରେ ନେଲା ଯୁଗ୍ମ ତପସ୍ୟାର ରୂପ। ମନ ଓ ବୁଦ୍ଧିର ମାଧ୍ୟମ ଯୋଗେ ସେ ମହାଯୋଗର କଳନା ସମ୍ଭବପର ନୁହେଁ। କିନ୍ତୁ ଆକାଶରୁ ମାପି ନ ପାରିଲେ ମଧ୍ୟ ମହାଶୂନ୍ୟକୁ ଦୃଷ୍ଟିପାତ କଲେ ଯେମିତି ତାହାର ଅସୀମତାର ଧାରଣା କରିହୁଏ, ସେହିପରି ଦିବ୍ୟଶକ୍ତି ପ୍ରତି ଆସ୍ଥାଶୀଳ ହୋଇ ଶ୍ରୀମା ଏବଂ ଶ୍ରୀ ଅରବିନ୍ଦଙ୍କ ଆଭିମୁଖ୍ୟ ଦିଗରେ ଉନ୍ମୁଖ ହେଲେ ସେ ଅଭୂତପୂର୍ବ ତପସ୍ୟା ଉତ୍ତାପ ଊଣାଅଧିକ ଅନୁଭବ କରିହୁଏ। ଯେଉଁ ଅନୁଭବରୁ ଅନ୍ୟ କୌଣସି ଅଭିବ୍ୟକ୍ତି ଅଭାବରୁ ଏ ଲେଖକ ଉତ୍ତାପ ବୋଲି କହୁଛି, ତାହା ସୌମ୍ୟ ଉତ୍ତାପ; ବିନା ପ୍ରବାହରେ ତାହା ଆମ ଶୀତଳ ଚେତନାରେ ସଞ୍ଚାର କରେ ସଞ୍ଜୀବନୀର ଉଷ୍ମତା।
କିନ୍ତୁ ମାନବ ସଭ୍ୟତା ଆଜି ଏକ ବିଚିତ୍ର ପରିସ୍ଥିତିରେ ଉପନୀତ ବିଜ୍ଞାନ ଓ ବୈଷୟିକ ଚମକତ୍ାରିତାରେ ମଣିଷ ଯେତିକି ସମୃଦ୍ଧ ହେଉଛି ନୈତିକତା ଓ ଆଧ୍ୟାମତ୍ିକତା ଦିଗରେ ସେତିକି ଅନ୍ତଃସାରଶୂନ୍ୟ ହୋଇଯାଉଛି। ଫଳରେ ଶାନ୍ତି ଓ ଆନନ୍ଦର ଦାରିଦ୍ର୍ୟକୁ ବରଣକରି ଆପଣେଇ ନେବାକୁ ବାଧ୍ୟ ହେଉଛି। ଭଗବତ ଅନ୍ବେଷା ସତେ ଯେପରି ଏକ ମରୀଚିକା। ଫଳରେ ଜୀବନର ପ୍ରତିପଦରେ ଅପଶକ୍ତିର ମୁକାବିଲା ପାଇଁ ମଣିଷ ଅହରହ ଶ୍ୱାସରୁଦ୍ଧ। ସୁତରାଂ ଜୀବନର ପ୍ରତିଟି ମୁହୂର୍ତ୍ତ ସଂଘର୍ଷମୟ। ମହାଯୋଗୀ ଶ୍ରୀଅରବିନ୍ଦ ଏ ପରିସ୍ଥିତିକୁ ଚେତନାର ସଂକଟ ଭାବରେ ଅଭିହିତ କରିଛନ୍ତି। ଏହି ସଂକଟରୁ ମୁକ୍ତି ପାଇଁ ଶ୍ରୀଅରବିନ୍ଦ ନୂତନ ଚେତନା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ନୂତନ ଚେତନା ମନ୍ୟୁଷର ସମସ୍ତ ମୂଲ୍ୟବୋଧକୁ ପରିବର୍ତ୍ତନ କରିଦେବ। ସେତେବେଳେ ମଣିଷ ବ୍ୟକ୍ତିଗତ ଓ ସମଷ୍ଟିଗତ ଅହଂ ପରିତ୍ୟାଗ କରି ଦିବ୍ୟ ପ୍ରେରଣା ଦ୍ୱାରା ପରିଚାଳିତ ହେବ।
ଋଷି ଶ୍ରୀଅରବିନ୍ଦଙ୍କ ମହାଯୋଗର ଆଭିମୁଖ୍ୟ ସଂପ୍ରତି ଅନେକଙ୍କୁ ଜଣା। କ୍ରମାଗତ ଅଧିକରୁ ଅଧିକ ବ୍ୟକ୍ତି ଜାଣିବାର ସୁଯୋଗ ଅବ୍ୟାହତ ରହିଛି। (The Human Cycle) ‘ମାନବ ଯୁଗଚକ୍ର’ ଗ୍ରନ୍ଥରେ ଇଙ୍ଗିତ ଦେଇଛନ୍ତି ଏପରି କି ଅଳ୍ପ ସଂଖ୍ୟକ ବ୍ୟକ୍ତି ଯଥାର୍ଥ ଅଭୀପ୍‌ସା ସହ ସାଧନା କଲେ ମହାଶକ୍ତିର ବିଭୂତି କାର୍ଯ୍ୟକାରୀ ହେବ।
ମୋ : ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରତିକୂଳ ପରିସ୍ଥିତିରେ ପିଲାବେଳୁ ବଢ଼ି ଆସିଥିବା ଝିଅଟି ନିଜ ବାହାଘର ଲାଗି ସଞ୍ଚତ୍ଥିବା ଟଙ୍କାରେ ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି। ସେ ହେଉଛନ୍ତି ତାମିଲନାଡୁର ଟ୍ରିପ୍ଲିକେନ୍‌...

କ୍ୱାଡ୍‌ର ଲକ୍ଷ୍ୟ

ପ୍ରଥମେ ଯେତେବେଳେ ଇଣ୍ଡୋ ପାସିଫିକ୍‌ (ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର)ର ୪ ଆଗୁଆ ଗଣତାନ୍ତ୍ରିକ ଦେଶଗୁଡ଼ିକର ଏକ ରଣନୀତିକ ମେଣ୍ଟ ଭାବେ କ୍ୱାଡ୍‌ ପରିକଳ୍ପନା କରାଯାଇଥିଲା...

ଏଇ ଭାରତରେ

ଆଇଟି ଚାକିରି ଛାଡ଼ି ପାର୍ଥସାରଥୀ ନାରା ନିଜ ଅଞ୍ଚଳରେ କମ୍ୟୁନିଟି ଫାର୍ମିଂ ବା ଗୋଷ୍ଠୀଗତ କୃଷିର ବିକାଶ କରୁଛନ୍ତି। ନିଜର ୨୦ ଏକର ଫାର୍ମରୁ ବର୍ଷକୁ...

ଏଇ ଭାରତରେ

ସହରରେ ଏବେ ଛାତ ଉପରେ ଚାଷ କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ସେମାନଙ୍କ ପାଇଁ ଥାନେ ସୋସାଇଟି ପଥପ୍ରଦର୍ଶନ ପାଲଟିବ ବୋଲି କୁହାଯାଇପାରେ। କାରଣ ଏହି...

ଏଇ ଭାରତରେ

ଲକ୍‌ଡାଉନ୍‌ ସମୟରେ ଜଣେ ଅଟୋଚାଳକଙ୍କ ବଦାନ୍ୟତା ଏବେ ଚର୍ଚ୍ଚାରେ ରହିଛି। ମହାରାଷ୍ଟ୍ର ଠାଣେର ପୁରୁଷୋତ୍ତମ ଗୁପ୍ତା ସହରରେ ରହୁଥିବା ଅଟୋଚାଳକ ତଥା ନିର୍ମାଣ ଶ୍ରମିକମାନଙ୍କୁ ମାଗଣାରେ...

ଅଯୋଧ୍ୟା: ନାମ ହିଁ ଯଥେଷ୍ଟ

ସୟଦ୍‌ ସଫିର୍‌ ଅଲି ଭାରତବର୍ଷର ସବୁଠାରୁ ଅଧିକ ସମୟ ଚର୍ଚ୍ଚିତ ଆନ୍ଦୋଳନର ନାମ ଥିଲା ରାମ ମନ୍ଦିର ଏବଂ ୯ ନଭେମ୍ବର ୨୦୧୯ରେ ଏହାର ପରିସମାପ୍ତି...

ସଇତାନର ଶାନ୍ତିପାଠ

ଉପେନ୍ଦ୍ର ବିଶ୍ୱାଳ   ‘ଘୁଷୁରି ମୁହଁରେ ପାଚିଲା କଦଳୀ’ ପରି ଶାନ୍ତି ଯାହା ପାଇଁ ବିଷ ସଦୃଶ, ସେପରି ସଇତାନ ମୁହଁରେ ଆଜି ଶାନ୍ତିପାଠ। ଅବିଶ୍ୱସନୀୟ...

ଏଇ ଭାରତରେ

ଶାଢ଼ି ଲାଇବ୍ରେରି କଥା କେବେ ଶୁଣିଥିଲେ କି? ଏମିତିକା ଲାଇବ୍ରେରି ଦେଖିବାକୁ ପାଇବେ ଗୁଜରାଟର ବରୋଦାରେ। ଏହାକୁ ଜୁନ୍‌ ୨୦୨୦ରେ ୮ ଜଣ ମହିଲା ଏକାଠି...

Advertisement
Archives

Model This Week