Posted inଜାତୀୟ

ବାହାର ରାଜ୍ୟରେ ବିଜ୍ଞାପନ ପ୍ରକାଶନ ବନ୍ଦ ଲାଗି ଆବେଦନ: ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୯: ନିଜ ଅଞ୍ଚଳ ବାହାରେ ରାଜ୍ୟ ସରକାରମାନେ ପ୍ରକାଶ କରୁଥିବା ବିଜ୍ଞାପନ ବନ୍ଦ ରଖିବା ପାଇଁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ ପକ୍ଷରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ସମସ୍ତ ରାଜ୍ୟକୁ ନୋଟିସ୍‌ ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୟ ଅଞ୍ଚଳରେ ପ୍ରକାଶ କରାଯାଉଥିବା ବିଜ୍ଞାପନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ଲାଗି କମନ୍‌ କଜ୍‌ ନାମକ ଏନ୍‌ଜିଓ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ରାଜ୍ୟ ବାହାରେ ବିଜ୍ଞାପନ ଛାପିବାରୁ ଆମେ ରାଜ୍ୟ ସରକାରଙ୍କୁ କିପରି ଅଟକାଇପାରିବୁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଅନ୍ୟ ରାଜ୍ୟବାସୀଙ୍କୁ ନିଜ ରାଜ୍ୟରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟକୁ ଦେଖାଇ ସରକାର ପୁଞ୍ଜି ଆକର୍ଷଣ କରିବାକୁ ଚାହୁଁଥାଇପାରନ୍ତି। ଏନ୍‌ଜିଓ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ, ପୁଞ୍ଜିନିବେଶ ପାଇଁ ନୁହେଁ, ନିଜ କାର୍ଯ୍ୟକୁ ଅନ୍ୟ ରାଜ୍ୟରେ ପ୍ରଚାର କରାଇବା ନିମନ୍ତେ ନିର୍ବାଚନ ସମୟରେ ଏଭଳି ବିଜ୍ଞାପନ ପ୍ରକାଶ କରାଯାଉଛି। ରାଜନୈତିକ ଦଳ ସରକାରୀ ଅର୍ଥରେ ନିଜ ସଫଳତାର ପ୍ରଚାର କରିପାରିବେ ନାହିଁ। ଏଥିପାଇଁ ସେମାନେ ଦଳୀୟ ପାଣ୍ଠିର ଉପଯୋଗ କରନ୍ତୁ ବୋଲି ପ୍ରଶାନ୍ତ ଭୂଷଣ ଯୁକ୍ତି ବାଢ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଟନରଙ୍କୁ ପ୍ରେସର୍‌ କୁକରରେ ପିଟି ହତ୍ୟା

ବେଙ୍ଗାଲୁରୁ,୨୯।୮: ଲିଭ୍‌ ଇନ୍‌ ରିଲେସନ୍‌ଶିପ୍‌ରେ ରହୁଥିବା ଯୁବତୀ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବା ସନ୍ଦେହ କରି ପ୍ରେସର୍‌ କୁକରରେ ପିଟି ହତ୍ୟା କରିଛନ୍ତି ପ୍ରେମିକ। ଶନିବାର...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୯।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁୁଛି। ଦୈନିକ...

ବିବାହରେ ପହଞ୍ଚିଲେ ହଜାରେ ଅତିଥି: ଆଉ ତା’ପରେ

ରାୟପୁର,୭।୭: ଛତିଶଗଡ଼ ଅମ୍ବିକାପୁର ସହରରେ ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ କରୋନା ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। କରୋନା କାଳରେ ବିବାହ କାର୍ଯ୍ୟକ୍ରମରେ କମ୍‌...

ହ୍ବିଲ ଚେୟାରରେ ନଜର ଆସିଲେ ମମତା: ହେଲିକପ୍ଟର ଜରୁରୀ ଅବତରଣ କରିବା ବେଳେ ହୋଇଥିଲେ ଆହାତ

ନୂଆଦିଲ୍ଲୀ,୨୮।୬: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିବା ବେଳେ ଆହତ ହୋଇଛନ୍ତି। ତାଙ୍କ ଆଣ୍ଠୁ ଓ ହିପ୍‌ରେ ଆଘାତ ଲାଗିଛି। ଏଥିପାଇଁ...

ଗୁଗଲ ଡକ୍ୟୁମେଣ୍ଟରେ ନୂଆ ଫିଚର

ନୂଆଦିଲ୍ଲୀ, ୧।୫: ସର୍ବବୃହତ୍‌ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ ନିୟମିତ ବ୍ୟବଧାନରେ ଛୋଟ ଛୋଟ ପରିବର୍ତ୍ତନ ମାଧ୍ୟମରେ ନିଜ ଗ୍ରାହକଙ୍କୁ ବାନ୍ଧି ରଖିବାକୁ ପ୍ରୟାସ ଜାରି ରଖିଛି।...

ପୁଣିଥରେ ହେବ ବଡ଼ କୃଷକ ଆନ୍ଦୋଳନ! ୨୦ ମାର୍ଚ୍ଚରେ ପାର୍ଲାମେଣ୍ଟ ବାହାରେ ‘କୃଷକ ମହାପଞ୍ଚାୟତ’

ନୂଆଦିଲ୍ଲୀ,୧୦ ।୨: କୃଷକ ସଙ୍ଗଠନ ‘ମିଳିତ କୃଷକ ମୋର୍ଚ୍ଚା’ ଗୁରୁବାର ଏକ ବୈଠକ କରିଛି । ଏହି ବୈଠକରେ ଅନେକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହୋଇଛି...

ସୁପ୍ରିମ୍‌କୋର୍ଟରେ ତରୁଣ ତେଜପାଲଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ,୧୯।୮: ତହଲକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମ୍‌ କୋର୍ଟରେ ଝଟ୍‌କା ଲାଗିଛି। ଏଣିକି ତାଙ୍କ ବିରୋଧରେ ସହକର୍ମୀଙ୍କୁ ବଳାତ୍କାର ଓ ଯୌନ ଉତ୍ପୀଡ଼ନ...

ୟୁନିଫର୍ମ ସିଲାବସ୍‌ ନେଇ କେନ୍ଦ୍ର ସରକାରଙ୍କୁ ଜବାବ ଲୋଡିଲେ ହାଇକୋର୍ଟ,ସିବିଏସ୍‌ଇ-ଆଇସିଏସ୍‌ଇ-ରାଜ୍ୟବୋର୍ଡରେ ସମାନ ପାଠ…

ନୂଆଦିଲ୍ଲୀ, ୨।୫ : ସିବିଏସ୍‌ଇ-ଆଇସିଏସ୍‌ଇ-ରାଜ୍ୟବୋର୍ଡରେ ୟୁନିଫର୍ମ ସିଲାବସ୍‌ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ଲୋଡିଛନ୍ତି। ଏହାର ଜବାବ ସପ୍ତାହ ମଧ୍ୟରେ ଦାଖଲ କରିବାକୁ...

Advertisement
Archives

Model This Week