ସୁନାହାର ଲୁଟ୍‌ କରି ପଳାଉଥିଲେ, ନିର୍ଧୁମ ଛେଚିଲେ ଲୋକେ

ସିମୁଳିଆ, ୨୬।୯(ଡି.ଏନ.ଏ.): ୧୬ନଂ. ଜାତୀୟ ରାଜପଥରେ ସୋମବାର ମଧ୍ୟାହ୍ନରେ ଜୟନ୍ତୀ ସାହୁ ନାମ୍ନୀ ଜଣେ ମହିଳାଙ୍କ ବେକରୁ ସୁନାହାର ଲୁଟ୍‌ କରି ଫେରାର ହୋଇଯାଉଥିବା ୨ଜଣ ଯୁବକ ଧରାପଡ଼ି ନିର୍ଧୁମ ଛେଚା ଖାଇଛନ୍ତି। ପରେ ସେମାନଙ୍କୁ ପୋଲିସ ଜିମା ଦିଆଯାଇଛି।
ସ୍ଥାନୀୟ କୁପୁରାବଜାର ଅଞ୍ଚଳର ବିଦ୍ୟାଧର ସାହୁ ଓ ତାଙ୍କ ସ୍ତ୍ରୀ ଜୟନ୍ତୀ ଭଦ୍ରକ ଜିଲା ଚରମ୍ପାରୁ କରୋନା ଟିକା ନେଇ ବାଇକ (ନଂ. ଓଡ଼ି୨୨ଏଲ-୩୨୦୫) ଯୋଗେ ଘରକୁ ଫେରୁଥିଲେ। ପରେ ରାଜପଥର ମଇତାପୁର ନିକଟରେ ଅନ୍ୟ ଏକ ବାଇକ୍‌ (ନଂ. ଓଡ଼ି୦୧ଏସି-୧୮୭୭)ରେ ୨ ଜଣ ଯୁବକ ତାଙ୍କ ପିଛା କରି ଜୟନ୍ତୀଙ୍କ ବେକରୁ ସୁନାହାର ଟାଣି ନେଇ ଫେରାର ହୋଇଯାଇଥିଲେ। ଜୟନ୍ତୀଙ୍କ ସ୍ବାମୀ ବିଦ୍ୟାଧର ତାଙ୍କ ପିଛା କରିଥିଲେ। ରାଜପଥରେ କାମ ଚାଲୁଥିବାରୁ ବାଇପାସ୍‌ ରୋଡରେ ଗାଡ଼ି ଜାମ ଥିବାରୁ ଉକ୍ତ ଦୁଇ ଯୁବକ ଧରାପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ନିର୍ଧୁମ ପିଟି ପୋଲିସକୁ ହସ୍ତାନ୍ତର କରିଥିଲେ। ଉକ୍ତ ଦୁଇ ଯୁବକ ହେଲେ ଖଇରା ବ୍ଲକ ମହତୀପୁର ଅଞ୍ଚଳର ଦେବାଶିଷ ଦାସ(୩୬) ଓ ବାପି ନାୟକ(୩୨)।


Enter your email to get our daily news in your inbox.

All Right Reserved By Dharitri.Com

ରହିଲେ ୮୫ କାଉନ୍‌ସିଲର, ୭ ନଗରପାଳ ପ୍ରାର୍ଥୀ

ଢେଙ୍କାନାଳ ଅଫିସ, ୧୦ା୩: ଢେଙ୍କାନାଳ ପୌର ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ବୁଧବାର ଶେଷ ହୋଇଛି। ଯାଞ୍ଚ ପରେ ୨୩ ୱାର୍ଡର ୮୫ କାଉନ୍‌ଲସିଲର ଏବଂ...

ବିଲଡ଼ରଙ୍କୁ ୨୦ ଲକ୍ଷ ଦାଦାବଟି ମାଗିବା ମାମଲା :ପୂର୍ବତନ ମେୟର ପିଣ୍ଟୁ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧ା୧୦-ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ବିଏମ୍‌ସିର ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ ସୋମବାର କଡା ସୁରକ୍ଷାରେ ଅଣାଯାଇ କୋର୍ଟରେ ହାଜର...

ଦାରୁଦିଅଁ ଦର୍ଶନ ପାଇଁ ୬୫ କି.ମି. ଚାଲିଲେ ୨ ଦୃଷ୍ଟିହୀନ

ପୁରୀ ଅଫିସ,୧୯।୨:ଦାରୁଦିଅଁଙ୍କ ପ୍ରତି ମନରେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିଭାବନା ଦୁଇଜଣ ଦୃଷ୍ଟିହୀନ ଶ୍ରଦ୍ଧାଳୁଙ୍କୁ ଗୁରୁବାର ଶ୍ରୀକ୍ଷେତ୍ରକୁ ଟାଣି ଆଣିଥିଲା। ସେମାନେ ପ୍ରାୟ ୬୫ କି.ମି....

ଭୋଟର ତାଲିକାରେ ନାଁ ନାହିଁ

ଆରଡ଼ି, ୧୮।୧ (ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ୯ ନଂ. ଓ୍ବାର୍ଡର ସଂଶୋଧିତ ଭୋଟର ତାଲିକାରୁ ୪୦ଜଣ ବ୍ୟକ୍ତିଙ୍କ ନାମ...

ଆଖଣ୍ଡଳମଣିରେ ଶିବ ବିବାହ: ସରିଲା ମଙ୍ଗଳକୃତ୍ୟ

ଆରଡ଼ି,୩।୬(ଡି.ଏନ.ଏ.): ରାତି ପାହିଲେ ଦେବ ଦମ୍ପତିଙ୍କ ବାହାଘର। ଦେବଦେବ ମହାଦେବ ସାଜିବେ ବର ଓ ମାତା ପାର୍ବତୀ ସାଜିବେ କନ୍ୟା। ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି...

ମନ୍ତ୍ରୀଙ୍କ ଭୁବନ ବ୍ଲକ ଗସ୍ତ: ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

ଭୁବନ, ୫।୬(ଡି.ଏନ୍‌.ଏ.)- ରାଜ୍ୟ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ପାହ୍ୟା ମିଳିବା ପରେ ମଙ୍ଗଳବାର ପ୍ରଥମ ଥର ଭୁବନ ବ୍ଲକ ଗସ୍ତ କରିଛନ୍ତି ଖଣି, ଇସ୍ପାତ ଏବଂ ପୂର୍ତ୍ତ...

ବନ୍ଧୁକ ମୁନରେ ୨୦ ଲକ୍ଷ ଟଙ୍କା, ୩୦ ଭରି ସୁନା ଲୁଟ୍‌

ଧର୍ମଗଡ,୧୪।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଭଇରିପାଲି ଗାଁରେ ଏକ ବଡଧରଣ ଡକାୟତି ହୋଇଛି। ସୋମବାର ବିଳମ୍ବିତ ରାତିରେ ସୌରଭ ଜୈନଙ୍କ ଘରୁ ୬ ଜଣ...

ଜୀବନ ହେଲାଣି ଦୁର୍ବିଷହ, ସଟ୍‌ଡାଉନ୍‌ ହଟାଅ

ବଲାଙ୍ଗୀର ଅଫିସ/ଗୁଡଭେଲା, ୧୪ା୫ (ଡି.ଏନ୍‌.ଏ.)-ଗତ ମେ ୧ ତାରିଖ ଦିନ ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ୍‌ ରୁଷୁଡା ପଞ୍ଚାୟତର ଲିଖିରିଆ ଗଁାର ଦୁଇଜଣ ପ୍ରବାସୀ ଶ୍ରମିକ...

Advertisement
Archives

Model This Week