Posted inଜାତୀୟ

୧୧ ଦୋଷୀଙ୍କୁ ମୁକ୍ତ ନେଇ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କଲେ ଏସ୍‌ସି…

ନୂଆଦିଲ୍ଲୀ, ୨୫।୮ : ବିଲକିସ ବାନୋ ମାମଲାରେ ଦୋଷୀମାନଙ୍କୁ ମୁକ୍ତ କରିବା ବିରୋଧରେ ହୋଇଥିବା ଆବେଦନ ନେଇ ଗୁରୁବାର ସୁପ୍ରିମକୋର୍ଟ(ଏସ୍‌ସି)ରେ ଶୁଣାଣି ହୋଇଥିଲା। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିବା ସହିତ ସମସ୍ତ ଦୋଷୀଙ୍କୁ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ।

୨୧ ଜାନୁୟାରୀ ୨୦୦୮ ରେ ସମସ୍ତ ୧୧ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ପକ୍ଷରୁ ଦଣ୍ଡିତ କରାଯାଇଥିଲା।  ପରେ ବମ୍ବେ ହାଇକୋର୍ଟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ। କିନ୍ତୁ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ସେମାନଙ୍କୁ ମୁକ୍ତ କରାଯାଇଥିଲା।

ଦୋଷୀମାନେ ୧୫ ବର୍ଷରୁ ଅଧିକ ସମୟ ଜେଲରେ ରହିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସୁପ୍ରିମକୋର୍ଟରେ ସମୟ ପୂର୍ବରୁ ମୁକ୍ତି ପାଇଁ ଆବେଦନ କରିଥିଲେ। ୧୯୯୨ ନୀତି ଅନୁଯାୟୀ ଗୁଜରାଟ ସରକାରଙ୍କୁ ଦଣ୍ଡାଦେଶର କ୍ଷମା ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସରକାର ଏକ କମିଟି ଗଠନ କରି ସମସ୍ତ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

୩ ମାର୍ଚ୍ଚ ୨୦୦୨ ଦଙ୍ଗା ସମୟରେ ଦାହୋଦ ଜିଲାର ଲିମଖେଡା ତାଲୁକର ରାନ୍ଧିକପୁର ଗାଁରେ ବିଲକିସ ବାନୋଙ୍କ ପରିବାର ଉପରେ ଦଙ୍ଗାକାରୀମାନେ ଆକ୍ରମଣ କରିଥିଲେ। ସେତେବେଳେ ପାଞ୍ଚ ମାସର ଗର୍ଭବତୀ ଥିବା ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ତାଙ୍କ ପରିବାରର ୭ଜଣଙ୍କୁ ଦଙ୍ଗାକାରୀଙ୍କ ଦ୍ୱାରା ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ଗୁଜରାଟ ସରକାରଙ୍କ ନିଷ୍ପତ୍ତି ନେଇ ବିଲକିସ ବାନୋ ଭାବପ୍ରବଣତା ସହିତ କହଥିଲେ ଯେତେବେଳେ ମୁଁ ଶୁଣିଲି ଯେ ୧୧ ଜଣ ଅପରାଧୀ ଯେଉଁମାନେ ମୋ ପରିବାର ଏବଂ ମୋ ଜୀବନକୁ ନଷ୍ଟ କରିଦେଇଥିଲେ ଏବଂ ମୋର ୩ ବର୍ଷର ଝିଅକୁ ମୋଠାରୁ ଛଡ଼ାଇ ନେଇଥିଲେ। ସେମାନେ ମୁକ୍ତ ହୋଇଛନ୍ତି। ଏହି ଖବର ଶୁଣି ମୁଁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି।

ମୁଁ କେବଳ ପ୍ରଶ୍ନ କରୁଛି ଯେ, କିଭଳି କୌଣସି ମହିଳାଙ୍କ ପାଇଁ ନ୍ୟାୟ ଶେଷ ହୋଇଯିବ? ମୋର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଉପରେ ବିଶ୍ୱାସ ଥିଲା। ମୁଁ ସିଷ୍ଟମ ଉପରେ ବିଶ୍ୱାସ କରିଥିଲି ଏବଂ ଧୀରେ ଧୀରେ ମୋର ମନରେ ସୃଷ୍ଟି ହୋଇଥିବା ଆଘାତ ସହିତ ବଞ୍ଚିବାକୁ ଶିଖୁଥିଲି। ଏହି ଦୋଷୀମାନଙ୍କ ମୁକ୍ତି ମୋର ଶାନ୍ତି ଛଡ଼ାଇ ନେଇଛି ଏବଂ ନ୍ୟାୟ ପ୍ରତି ମୋର ବିଶ୍ୱାସକୁ ଦୋହଲାଇ ଦେଇଛି। ମୋର ଦୁଃଖ ଏବଂ ମୋର କମି ଯାଉଥିବା ବିଶ୍ୱାସ କେବଳ ମୋ ପାଇଁ ନୁହେଁ ବରଂ କୋର୍ଟରେ ନ୍ୟାୟ ପାଇଁ ଲଢୁଥିବା ପ୍ରତ୍ୟେକ ମହିଳାଙ୍କ ପାଇଁ ବୋଲି ବିଲକିସ ବାନୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୬।୬: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ…

ଫିଲ୍ମ ପରେ ଏବେ କ୍ରିକେଟ ମଇଦାନରେ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ହେଲେ ଏହି ଟିମ୍‌ର ମାଲିକ

ନୂଆଦିଲ୍ଲୀ, ୨୬।୬: ବଲିଉଡର ଆକ୍ସନ ଷ୍ଟାର୍ ଜନ ଅବ୍ରାହମ୍ ଏବେ କ୍ରିକେଟ୍ ପିଚ୍‌ରେ ନଜର ଆସିବେ। ସେ ପ୍ରଥମ ୟୁରୋପିଆନ୍ ଟି-୨୦ ପ୍ରିମିୟର ଲିଗ୍ (ETPL)ର ଫ୍ରାଞ୍ଚାଇଜ୍…

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri