ଶିଶୁ ସୁରକ୍ଷା ସନ୍ଦିହାନ

ଢେଙ୍କାନାଳ ଅଫିସ, ୨୫।୮: ସ୍କୁଲମୁହାଁ ହେବେ କୋମଳମତି ଶିଶୁ।  ଛୋଟ ବୟସରୁ ସେମାନଙ୍କୁ ଯୋଗାଇ ଦିଆଯିବ ଶୈଖିକ ପରିବେଶ। ଖାଇବାକୁ ଦିଆଯିବ ପୁଷ୍ଟିକର ଖାଦ୍ୟ। ନିଆଯିବ ସ୍ବାସ୍ଥ୍ୟର ଯତ୍ନ। କେବଳ ଶିଶୁ ନୁହନ୍ତି, ଗର୍ଭବତୀ, ପ୍ରସୂତିଙ୍କ ଟିକାକରଣଠାରୁ ଆରମ୍ଭ କରି କିଶୋରୀ ବାଳିକାଙ୍କୁ ଦିଆଯିବ ସ୍ବାସ୍ଥ୍ୟ ସମ୍ପର୍କିତ ସବିଶେଷ ସୂଚନା। ଏଭଳି ମହତ୍‌ ଉଦ୍ଦେଶ୍ୟ ରଖି ଆରମ୍ଭ ହୋଇଛି ସମନ୍ବିତ ଶିଶୁ ବିକାଶ ଯୋଜନା। ଏଥିରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି ପର୍ଯ୍ୟାପ୍ତ ଅର୍ଥ। ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ, କର୍ମଚାରୀ ନିଯୁକ୍ତି ସାଙ୍ଗକୁ ଆନୁଷଙ୍ଗିକ ଭିତ୍ତିଭୂମି ପ୍ରସ୍ତୁତ ହେଉଛି। ହେଲେ ଏହାକୁ ଠିକ୍‌ ଭାବେ ପରିଚାଳନା କରିବାକୁ ନାହାନ୍ତି ପଦସ୍ଥ ଅଧିକାରୀ। ଢେଙ୍କାନାଳ ଜିଲାର ୮ ବ୍ଲକ ମଧ୍ୟରୁ ୫ଟିରେ ସମନ୍ବିତ ଶିଶୁ ବିକାଶ ଅଧିକାରୀ (ସିଡିପିଓ) ପଦବୀ ଖାଲି ପଡ଼ିଛି, ଯାହାକୁ ନେଇ ବିଭାଗରେ ସୃଷ୍ଟି ହୋଇଛି ଏକପ୍ରକାର ଅଚଳାବସ୍ଥା।

କରୋନା ପରେ ବଢ଼ିଯାଇଛି ଅଙ୍ଗନଓ୍ବାଡି କେନ୍ଦ୍ରର ଦାୟିତ୍ୱ। ଟିକାକରଣ, ଜନ୍ମମୃତ୍ୟୁ ପଞ୍ଜୀକରଣ, ଜନଗଣନା, ଗର୍ଭବତୀ ଓ ପ୍ରସୂତିଙ୍କ ସ୍ବାସ୍ଥ୍ୟରକ୍ଷା, ମମତା ଯୋଜନାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଏଠାରେ। ଅଙ୍ଗନଓ୍ବାଡି କେନ୍ଦ୍ର କିପରି ପରିଚାଳନା ହେଉଛି, ସେଠାରେ କାର୍ଯ୍ୟରତ କର୍ମୀ, ସହାୟିକାମାନେ ଠିକ୍‌ ଭାବେ ଦାୟିତ୍ୱ ତୁଲାଉଛନ୍ତି କି ନାହିଁ, ସରପ୍ରାଇଜ୍‌ ଭିଜିଟ୍‌, ପ୍ରଦାନ କରାଯାଉଥିବା ଛତୁଆର ମାନ ଯାଞ୍ଚ ଏସବୁ କାମ ତଦାରଖ କରିଥାଆନ୍ତି ସିଡିପିଓ। କେବଳ ଏତିକି ନୁହେଁ, ବାଲ୍ୟ ବିବାହ ରୋକିବା ଲାଗି ସେମାନଙ୍କୁ ପ୍ରତି ବ୍ଲକର ନୋଡାଲ ଅଫିସର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ହେଲେ ଢେଙ୍କାନାଳ ସଦର, ଭୁବନ, ପରଜଙ୍ଗ, ଗଁଦିଆ, ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଦୀର୍ଘଦିନ ହେଲା ଖାଲିପଡ଼ିଛି। ଆଦିବାସୀ ବହୁଳ ବ୍ଲକ ଏବଂ ଅପହଞ୍ଚ ଇଲାକାରେ ରହୁଥିବା ଶିଶୁ ଯେପରି ଅପପୁଷ୍ଟିର ଶିକାର ନ ହୁଅନ୍ତି, ସେଥିଲାଗି ଗୁରୁତ୍ୱ ଦେବାକୁ ସରକାର କହୁଛନ୍ତି। ହେଲେ ଏଦିଗରେ କାର୍ଯ୍ୟ କରୁଥିବା ପଦପଦବୀ ପୂରଣ ହେଉନାହିଁ, ଯାହା ଆଲୋଚନାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ଜିଲାରେ ମୋଟ ୨୨୨୦ ଅଙ୍ଗନୱାଡି କେନ୍ଦ୍ର ରହିଛି। ୩ରୁ ୬ବର୍ଷ ବୟସର ୪୫, ୦୭୨ ଶିଶୁ ଏସବୁ କେନ୍ଦ୍ରକୁ ପାଠ ପଢ଼ିବାକୁ ଯାଉଛନ୍ତି। ଢେଙ୍କାନାଳ ବ୍ଲକରେ ୨୮୧ କେନ୍ଦ୍ରରେ ୬,୨୪୪, ଭୁବନ ବ୍ଲକରେ ୨୭୦ କେନ୍ଦ୍ରରେ ୫,୧୪୯, ଗଁଦିଆ ବ୍ଲକରେ ୨୭୦ କେନ୍ଦ୍ରରେ ୬,୩୫୩, ହିନ୍ଦୋଳ ବ୍ଲକରେ ୪୨୩ କେନ୍ଦ୍ରରେ ୭,୧୮୪, କାମାକ୍ଷାନଗର ବ୍ଲକରେ ୧୪୭ କେନ୍ଦ୍ରରେ ୪,୪୮୩, କଙ୍କଡ଼ାହାଡ଼ ବ୍ଲକରେ ୨୧୯ କେନ୍ଦ୍ରରେ ୪,୯୪୭, ଓଡ଼ାପଡ଼ା ବ୍ଲକରେ ୨୯୮ କେନ୍ଦ୍ରରେ ୫,୫୫୫, ପରଜଙ୍ଗ ବ୍ଲକରେ ୨୧୨ କେନ୍ଦ୍ରରେ ୫,୧୫୭ ପିଲା ପଢୁଛନ୍ତି। ତେବେ ଜିଲାର ଅଧିକାଂଶ ଅଙ୍ଗନଓ୍ବାଡି କେନ୍ଦ୍ର ଅବ୍ୟବସ୍ଥିତ ହୋଇପଡ଼ିଛି। କେଉଁଠି ପାଣି ତ ଅନ୍ୟ କେଉଁଠି ବିଦ୍ୟୁତ୍‌ ସମସ୍ୟା ଲାଗି ରହିଛି। ତେଣୁ ଶିଶୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଓ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖଙ୍କୁ ସମସ୍ୟା ବିଷୟରେ ଅବଗତ କରାଇଥିଲେ ଜିଲାପାଳ ସରୋଜ କୁମାର ସେଠୀ।
ସେହିପରି ଜିଲାସ୍ତରରେ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକ୍ରମର ସମୀକ୍ଷା କରିବା ଦାୟିତ୍ୱ ସମାଜ ମଙ୍ଗଳ ଅଧିକାରୀଙ୍କର ହୋଇଥିବାବେଳେ ଉକ୍ତ ପଦବୀ ମଧ୍ୟ ଦୀର୍ଘଦିନ ହେଲା ଖାଲିପଡ଼ିଛି। ଜିଲା କାର୍ଯ୍ୟାଳୟର ରାଜସ୍ବ ବିଭାଗ ଦାୟିତ୍ୱରେ ଥିବା ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଧିକାରୀ ତଥା ଡେପୁଟି କଲେକ୍ଟର ଅତିରିକ୍ତ ଭାବେ ଏହି ଦାୟିତ୍ୱ ସମ୍ଭାଳୁଛନ୍ତି। ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଥିବାବେଳେ ଜିଲାରେ ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମ କିପରି ଚାଲିଥିବ, ତାହା ସହଜରେ ଅନୁମେୟ ବୋଲି ସାଧାରଣରେ ଆଲୋଚନା ହେଉଛି।
ଏ ସଂକ୍ରାନ୍ତରେ ଜିଲା ସମାଜ ମଙ୍ଗଳ ଅଧିକାରୀ ଦାୟିତ୍ୱରେ ଥିବା ସୌଦାମିନୀ ସାହୁ କୁହନ୍ତି, ୫ ବ୍ଲକରେ ସିଡିପିଓ ପଦବୀ ଖାଲି ପଡିଛି ା ୨ ବ୍ଲକରେ ସିଡିପିଓ ପଦବୀ ପୂରଣ ପାଇଁ ନିର୍ଦ୍ଦେଶନାମା ଆସିଲାଣି। ଅନ୍ୟ ବ୍ଲକଗୁଡ଼ିକରେ ଜିଲାସ୍ତରରେ ଦାୟିତ୍ୱ ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri