ବିବାଦୀୟ ନିୟମ ପ୍ରତ୍ୟାହାର କଲା ଏସ୍‌ବିଆଇ

ନୂଆଦିଲ୍ଲୀ,୩୦।୧: ଦେଶର ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସ୍‌ବିଆଇ ଆଣିଥିବା ନୂଆ ନିଯୁକ୍ତି ନିୟମକୁ ନେଇ ବିବାଦ ଦେଖାଦେବା ପରେ ଶନିବାର ଏହାକୁ ପ୍ରତ୍ୟାହାର କରିନିଆଯାଇଛି। ନୂଆ ନିୟମରେ ୩ ମାସରୁ ଊର୍ଦ୍ଧ୍ୱ ଗର୍ଭବତୀ ଥିବା ମହିଳା ପ୍ରାର୍ଥୀଙ୍କୁ ବ୍ୟାଙ୍କରେ କାର୍ଯ୍ୟ କରିବାକୁ ସାମୟିକ ଭାବେ ବାରଣ କରାଯାଇଥିଲା। ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଦିଲ୍ଲୀ ମହିଳା କମିଶନଙ୍କ ହସ୍ତକ୍ଷେପ ପରେ ଏସ୍‌ବିଆଇ କର୍ତ୍ତୃପକ୍ଷ ନୂଆ ନିୟମ ପ୍ରତ୍ୟାହାର
କରି ପୂର୍ବ ନିୟମକୁ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଥିବା ଏକ ବିବୃତିରେ କୁହାଯାଇଛି। ଗତ ଡିସେମ୍ବର ୩୧ରେ ଏସ୍‌ବିଆଇ ଜାରି କରିଥିବା ସର୍କୁଲାର ଅନୁଯାୟୀ ଜଣେ ମହିଳା ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଗର୍ଭବତୀ ଥିଲେ ତାଙ୍କୁ ଅସ୍ଥାୟୀ ଭାବେ ଅନୁପଯୁକ୍ତ ବିବେଚନା କରାଯିବ। ଫଳରେ ସେ କାର୍ଯ୍ୟରେ ଯୋଗଦେଇ ପାରିବେନାହିଁ। ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ସନ୍ତାନ ଜନ୍ମ କରିବାର ୪ ମାସ ପରେ କାମରେ ଯୋଗଦେବାକୁ ଅନୁମତି ମିଳିବ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏଭଳି ପଦକ୍ଷେପ ଭେଦଭାବପୂର୍ଣ୍ଣ ଏବଂ ବେଆଇନ। କୋଡ୍‌ ଅଫ୍‌ ସୋସିଆଲ ସିକ୍ୟୁରିଟି,୨୦୨୦ରେ ଦିଆଯାଇଥିବା ମାତୃତ୍ୱ ସୁବିଧାର ଏହା ବିରୁଦ୍ଧାଚରଣ କରୁଛି ବୋଲି ଶନିବାର ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ବ୍ୟାଙ୍କକୁ ନୋଟିସ ମାଧ୍ୟମରେ ଜଣାଇଥିଲେ। ଏହା ମୌଳିକ ଅଧିକାର ବିରୋଧରେ ଯାଉଥିବାରୁ ପକ୍ଷପାତମୂଳକ ବୋଲି ସେ ଦର୍ଶାଇଥିଲେ। କର୍ମଚାରୀ ୟୁନିୟନ, ସିପିଆଇ ନେତା, ସିଆଇଟିୟୁ ଏବଂ ଅନ୍ୟମାନେ ମଧ୍ୟ ବ୍ୟାଙ୍କର ନୂଆ ସର୍କୁଲାରକୁ ସମାଲୋଚନା କରିଥିଲେ। ଶେଷରେ ଏସ୍‌ବିଆଇ କର୍ତ୍ତୃପକ୍ଷ ନୂଆ ସର୍କୁଲାର ଫେରାଇ ନେବା ସହ ପୂର୍ବ ପ୍ରଚଳିତ ନିୟମକୁ କାଏମ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri