Posted inଜାତୀୟ

ଏଟିଏମରୁ ଉଠାଇପାରିଲେନି ୪୦୦ଟଙ୍କା, SBI କୁ ଦେବାକୁ ପଡିଲା ୫୮,୭୦୦ ଟଙ୍କାର ଜରିମାନା, ଘଟଣା ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୭।୫: ମାତ୍ର ୪୦୦ ଟଙ୍କାର ଏକ ବିବାଦ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ପାଇଁ ବଡ଼ ଅସୁବିଧା ସୃଷ୍ଟି କରିଛି। ଗ୍ରାହକଙ୍କ ଅଭିଯୋଗକୁ ବର୍ଷ ବର୍ଷ ଧରି ଅଣଦେଖା କରିବା ଏବଂ ତାଙ୍କୁ ଆଇନଗତ ଲଢ଼େଇ ପାଇଁ ବାଧ୍ୟ କରିବା ଯୋଗୁଁ ମହାରାଷ୍ଟ୍ର ରାଜ୍ୟ ଗ୍ରାହକ ବିବାଦ ସମାଧାନ ଆୟୋଗ (SCDRC) ଏସବିଆଇ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ ବ୍ୟାଙ୍କର ଆପତ୍ତିକୁ ଖାରଜ କରି ଗ୍ରାହକଙ୍କୁ ମୋଟ ୫୮,୭୦୦ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଣେ ଗ୍ରାହକ ଏଟିଏମରୁ ୧,୫୦୦ ଟଙ୍କା ଉଠାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ମେସିନରୁ ମାତ୍ର ୧,୧୦୦ ଟଙ୍କା ବାହାରିଥିଲା। ଅର୍ଥାତ ୪୦୦ ଟଙ୍କା କମ ମିଳିଥିଲା। ଗ୍ରାହକ ଜଣକ ଏ ସମ୍ପର୍କରେ ବ୍ୟାଙ୍କର କଷ୍ଟମର କେୟାର, ନୋଡାଲ ଅଫିସର ଏବଂ ବ୍ୟାଙ୍କିଙ୍ଗ ଓମ୍ୱୁଡ୍ସମ୍ୟାନ (ଲୋକପାଳ)ଙ୍କ ନିକଟରେ ବାରମ୍ୱାର ଗୁହାରି କରିଥିଲେ ମଧ୍ୟ ବ୍ୟାଙ୍କ ପକ୍ଷରୁ କୌଣସି ସମାଧାନ କରାଯାଇ ନଥିଲା। ଏହାପରେ ସେ ଗ୍ରାହକ ଅଦାଲତର ଦ୍ୱାରସ୍ଥ ହୋଇଥିଲେ।

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ନିୟମ ଅନୁଯାୟୀ, ଯଦି ଏଟିଏମରୁ ଟଙ୍କା ଉଠାଇବା ସମୟରେ କୌଣସି ବିଫଳତା (failed transaction) ହୁଏ, ତେବେ ବ୍ୟାଙ୍କକୁ ୭ଟି କାର୍ଯ୍ୟଦିବସ ମଧ୍ୟରେ ଏହାର ସମାଧାନ କରିବାକୁ ପଡ଼ିବ। ଯଦି ବ୍ୟାଙ୍କ ର୍ନିଦ୍ଧାରିତ ସମୟ ମଧ୍ୟରେ ସମାଧାନ ନକରେ, ତେବେ ବିଳମ୍ୱ ହେଉଥିବା ପ୍ରତିଦିନ ପାଇଁ ଗ୍ରାହକଙ୍କୁ ୧୦୦ ଟଙ୍କା ହିସାବରେ ଜରିମାନା (କ୍ଷତିପୂରଣ) ଦେବାକୁ ହେବ।

ଏହି ମାମଲାରେ ୪୭୭ ଦିନର ବିଳମ୍ୱ ପାଇଁ ଜିଲ୍ଲା ଗ୍ରାହକ ଅଦାଲତ ପୂର୍ୱରୁ ବ୍ୟାଙ୍କକୁ ୪୭,୭୦୦ ଟଙ୍କା ଜରିମାନା ସହ ୧,୦୦୦ ଟଙ୍କା କୋର୍ଟ ଖର୍ଚ୍ଚ ଦେବାକୁ କହିଥିଲେ। ଏହା ବିରୋଧରେ ଏସବିଆଇ ରାଜ୍ୟ କୋର୍ଟରେ ଆପିଲ କରିବାରୁ ରାଜ୍ୟ ଆୟୋଗ ବ୍ୟାଙ୍କର ଆପିଲକୁ ଖାରଜ କରିବା ସହ ଅତିରିକ୍ତ ୧୦,୦୦୦ ଟଙ୍କା ଜରିମାନା ଲଗାଇଛନ୍ତି। ଫଳରେ ମୋଟ ଜରିମାନା ରାଶି ୫୮,୭୦୦ ଟଙ୍କାକୁ ବୃଦ୍ଧି ପାଇଛି।

ଏଟିଏମରୁ ଟଙ୍କା ନ ବାହାରିଲେ କିମ୍ୱା ଆକାଉଣ୍ଟରୁ ଟଙ୍କା କଟିଗଲେ ବିଳମ୍ୱ ନକରି ନିଜ ବ୍ୟାଙ୍କ ଶାଖା କିମ୍ୱା କଷ୍ଟମର କେୟାର ନମ୍ୱରରେ ଅଭିଯୋଗ କରନ୍ତୁ। ଏଟିଏମରୁ ବାହାରିଥିବା ଟ୍ରାଞ୍ଜାକ୍ସନ ରସିଦ ସୁରକ୍ଷିତ ରଖନ୍ତୁ। ଯଦି ରସିଦ ବାହାରି ନଥାଏ, ତେବେ ମୋବାଇଲକୁ ଆସିଥିବା ଏସଏମଏସ (SMS) କିମ୍ୱା ମିନି-ଷ୍ଟେଟମେଣ୍ଟକୁ ପ୍ରମାଣ ଭାବେ ବ୍ୟବହାର କରନ୍ତୁ।

ଅଭିଯୋଗ କରିବା ସମୟରେ ଏଟିଏମ ଆଇଡି, ସମୟ, ସ୍ଥାନ ଏବଂ ଟ୍ରାଞ୍ଜାକ୍ସନ ନମ୍ୱର ନିଶ୍ଚିତ ଭାବେ ଜଣାନ୍ତୁ। ଆରବିଆଇ ନିୟମ ଅନୁସାରେ ବ୍ୟାଙ୍କକୁ ୭ ଦିନ ମଧ୍ୟରେ ଆପଣଙ୍କ ଟଙ୍କା ଫେରସ୍ତ କରିବାକୁ ହେବ। ଯଦି ୭ ଦିନ ମଧ୍ୟରେ ବ୍ୟାଙ୍କ ଟଙ୍କା ଫେରସ୍ତ ନକରେ, ତେବେ ୮ମ ଦିନରୁ ପ୍ରତିଦିନ ପାଇଁ ବ୍ୟାଙ୍କ ଆପଣଙ୍କୁ ୧୦ ୦ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ବାଧ୍ୟ।

 


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri