ସିଙ୍ଗିଲ୍‌ ୟୁଜ୍‌ ପ୍ଲାଷ୍ଟିକକୁ ନା: ପରିବେଶ ଶିକ୍ଷା କେନ୍ଦ୍ର ପକ୍ଷରୁ ଅଭିନବ ପ୍ରୟାସ

କାଲିମେଳା, ୧୯।୮(ଜୀବନ କୃଷ୍ଣ ଦାସ):ମାଲକାନାଗିରି ଜିଲା କାଲିମେଳା ବ୍ଲକ ସଦର ବ୍ଲକ କଲୋନୀ ଉଚ୍ଚ ବିଦ୍ୟାଳୟରେ ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ସଚେତନତା ସୃଷ୍ଟି ପାଇଁ ଏକ ରାଲି କରିବା ସହ ବିଭିନ୍ନ ନାରା ଦେଇଥିଲେ l ଆମର ପରିବେଶ ସୁରକ୍ଷା ପାଇଁ ପରିବେଶ ଶିକ୍ଷା କେନ୍ଦ୍ର ଭୁବନେଶର ତରଫରୁ ଏହି ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ରାଜେଶ କୁମାର ମହାନ୍ତ, ପ୍ରୋଜେକ୍ଟ ଅଫିସର ପରିବେଶ ମନ୍ତ୍ରାଳୟ ଭୁବନେଶ୍ବର, ସମ୍ମାନୀତ ଅତିଥି ଭାବେ ସୁଶାନ୍ତ ଲେଙ୍କା ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପରିବେଶ ମନ୍ତ୍ରାଳୟ ଭୁବନେଶ୍ବର, ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ଜେନା, ସହକାରୀ ଶିକ୍ଷକ ଧ୍ରୁବ ଚରଣ ନାୟକ, ସହକାରୀ ଶିକ୍ଷୟିତ୍ରୀ ମିନତୀ ବଳା ଦତ୍ତ, ମମତା ମହାପାତ୍ର, ସାବିତ୍ରୀ ଲେଙ୍କା, ରାଧା ରାଣୀ ମହାପାତ୍ର ଓ ଖେଳ ଶିକ୍ଷକ ଭୀମା ପଡିଆମି ପ୍ରମୁଖ କାଯ୍ୟକ୍ରମରେ ଉପସ୍ଥିତ ଥିଲେ।

ତେବେ ପରିବେଶ ମନ୍ତ୍ରଣାଳୟ ଦ୍ବାରା ମାଲକାନାଗିରି ଜିଲାରେ ୪ଟି ବିଦ୍ୟାଳୟ ମନୋନୀତ ହୋଇଛନ୍ତି l ଉକ୍ତ ବିଦ୍ୟାଳୟଗୁଡିକ ବ୍ଲକ କଲୋନୀ ଉଚ୍ଚ ବିଦ୍ୟାଳୟ, ଜୱାନପାଲ୍ଲୀ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ମାଲକାନାଗିରି ଓ ସରକାରୀ ଆଶ୍ରମ ଉଚ୍ଚ ବିଦ୍ୟାଳୟ ପଦ୍ମଗିରି l ଏହି ବିଦ୍ୟାଳୟରେ ଏକକ ପ୍ଲାଷ୍ଟିକ ବ୍ୟବହାର ଫଳରେ ପରିବେଶ କିପରି ନଷ୍ଟ ହୋଇ ଜୀବଜଗତ ଉପରେ ତାର କୁପ୍ରଭାବ ପଡ଼ିବା ଦ୍ବାରା ପ୍ରାଣୀ ଓ ଉଦ୍ଭିଦ ପ୍ରଭାବିତ ହୋଇଛି l ଏଥିରୁ ନିବୃତ୍ତ ରହିବା ପାଇଁ ପରିବେଶ ମନ୍ତ୍ରାଳୟ ବିଦ୍ୟାଳୟରେ ଭିଡିଓ ପ୍ରଦର୍ଶନ, ଚିତ୍ରାଙ୍କନ, ବକ୍ତୃତା, ରାଲି ମାଧ୍ୟମରେ ଛାତ୍ରଛାତ୍ରୀମା ଙ୍କୁ ଏକକ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ସଚେତନତା ସୃଷ୍ଟି କରୁଛି l
ପ୍ଲାଷ୍ଟିକ ମଣିଷ ଦୈନଦିନ ଜୀବନରେ ଆବଶ୍ୟକତା ପୂରଣ କରୁଥିବାବେଳେ ତାରା ବିକଳ୍ପ ଆଜିଯାଏ ବାହାରି ପାରିନାହିଁ l ତଥାପି ପ୍ଲାଷ୍ଟିକ ମାଟିରେ ମିଶିବା ଦ୍ବାରା ମାଟି ଦୂଷିତ ହେଉଛି। ପ୍ଲାଷ୍ଟିକକୁ ପୋଡ଼ିଲେ ବାୟୁ ପ୍ରଦୂଷଣ ହେଉଛି l ପ୍ଲାଷ୍ଟିକ ଏଣେ ତେଣେ ପଡ଼ିବା ଦ୍ବାରା ଏହାକୁ ଜୀବଜନ୍ତୁ ଖାଇ ମୃତ୍ୟୁମୁଖରେ ପଡୁଛନ୍ତି l ମାଇକ୍ରୋ ପ୍ଲାଷ୍ଟିକ ମଣିଷ ଦେହରେ ଯାଇ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କରୁଛି l ପ୍ୟାକଟ୍‌ ପଲିଥିନରେ ପାନୀୟ ଜଳ ପିଇବା ଦ୍ବାରା ମଣିଷ ଶରୀରରେ ନାନାଦି ରୋଗ ସୃଷ୍ଟି ହେଉଛି l ଯାହାକି ମଣିଷ ସାମାଜ ପାଇଁ ପ୍ଲାଷ୍ଟିକ ବିପଦ ସୃଷ୍ଟି କରୁଛି। ତେଣୁ ପ୍ଲାଷ୍ଟିକ ଠାରୁ ଦୁରେଇ ରହିବ ମଣିଷ ସାମାଜ ପାଇଁ ଜରୁରୀ ରହିଛି l


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri