ଜରିମାନାରୁ ବଞ୍ଚାଉଛି, ଜୀବନ ନେଉଛି

ଭୁବନେଶ୍ୱର,୫।୧(ବ୍ୟୁରୋ): ବାଇକ୍‌ ଚାଳକଙ୍କ ସୁରକ୍ଷା କବଚ ହେଉଛି ହେଲ୍‌ମେଟ୍‌। ଦୁର୍ଘଟଣାଜନିତ ମୃତ୍ୟୁ ରୋକିବାକୁ ହେଲ୍‌ମେଟ୍‌ ପିନ୍ଧି ବାଇକ୍‌ ଚଳାଇବା ବାଧ୍ୟତାମୂଳକ କରାଯାଇଛି। କିଛିଦିନ ତଳେ ପରିବହନ ବିଭାଗ ପକ୍ଷରୁ ଡବଲ୍‌ ହେଲ୍‌ମେଟ୍‌ ନିୟମ କରାଯାଇଥିବାବେଳେ ନୂଆବର୍ଷରୁ ଏହା କାର୍ଯ୍ୟକାରୀ ହୋଇଛି। ଏହାପରଠୁ ହେଲ୍‌ମେଟ୍‌ ଶୋ’ରୁମ୍‌ ଓ ଦୋକାନରେ ଭିଡ଼ ବଢ଼ିଯାଇଛି। ଏପଟେ ରାଜଧାନୀ ସମେତ ରାଜ୍ୟର ରାସ୍ତା ପାର୍ଶ୍ୱରେ ନକଲି ଆଇଏସ୍‌ଆଇ ମାର୍କା ଓ ଶସ୍ତା ହେଲ୍‌ମେଟ୍‌ ପସରା ମେଲିଛି। ଆକର୍ଷଣୀୟ ତଥା ଶସ୍ତା ହେଉଥିବାରୁ ଲୋକେ ମଧ୍ୟ ତାହାକୁ କିଣି ବ୍ୟବହାର କରୁଛନ୍ତି। ସେହିଭଳି ଜରିମାନାରୁ ବଞ୍ଚତ୍ବା ପାଇଁ ଲୋକେ ଭଙ୍ଗା ତଥା ପୁରୁଣା ହେଲ୍‌ମେଟ୍‌ ପିନ୍ଧି ଗାଡ଼ି ଚଲାଉଛନ୍ତି। ଶସ୍ତା ଓ ଭଙ୍ଗା ହେଲ୍‌ମେଟ୍‌ ଯୋଗୁ ଜରିମାନାରୁ ସିନା ମୁକ୍ତି ମିଳୁଛି, ହେଲେ ଜୀବନ ନେଇଯାଉଛି। ଏକ ସର୍ଭେ ଅନୁସାରେ, ଉନ୍ନତମାନର ହେଲ୍‌ମେଟ୍‌ ପିନ୍ଧିଥିଲେ ବଡ଼ ଦୁର୍ଘଟଣା ଘଟିଲେ ମଧ୍ୟ ଚାଳକଙ୍କ ଜୀବନ ବଞ୍ଚତ୍ବାର ୪୨% ସମ୍ଭାବନା ରହିଥାଏ। ଦୁର୍ଘଟଣା ସମୟରେ ହେଲ୍‌ମେଟ୍‌ ଥିଲେ ମୁଣ୍ଡକୁ ୬୯% ଗୁରୁତର ଆଘାତରୁ ରକ୍ଷା କରିଥାଏ। ଶସ୍ତା ହେଲ୍‌ମେଟ୍‌ ନିଷେଧ କରାଯାଇଥିଲେ ମଧ୍ୟ ପରିବହନ ବିଭାଗ ନିୟମ କରିଦେଇ ଚୁପ୍‌ ବସିଛି। ଏପଟେ ପୋଲିସ କେବଳ ଜରିମାନା ଆଦାୟ କରି ଦାୟିତ୍ୱ ନିଭାଉଥିଲେ ମଧ୍ୟ ବିନା ଆଇଏସ୍‌ଆଇ ମାର୍କା ଓ ଭଙ୍ଗା ହେଲ୍‌ମେଟ୍‌ ବ୍ୟବହାର ଉପରେ ରୋକ ଲଗାଉନି। ସେହିଭଳି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ଥିବା ଲିଗାଲ ମେଟ୍ରୋଲୋଜି ନିର୍ଦ୍ଦେଶାଳୟ ବିନା ଆଇଏସ୍‌ଆଇ ମାର୍କା ହେଲ୍‌ମେଟ୍‌ ବିକ୍ରିକୁ ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନେଉନି। ଫଳରେ ଏସବୁ ହେଲ୍‌ମେଟ୍‌ ପାଇଁ ଅଜାଣତରେ କାହିଁ କେତେ ଜୀବନ ଚାଲିଯାଉଛି।
ସରକାରୀ ରିପୋର୍ଟରୁ ଜଣାପଡିଛି ଯେ, ରାଜ୍ୟରେ ଦୁର୍ଘଟଣାଜନିତ ମୃତକଙ୍କ ମଧ୍ୟରେ ଅଧିକାଂଶ ୧୫ରୁ ୩୫ବର୍ଷ ମଧ୍ୟରେ। ଏଥିସହିତ ଦୁର୍ଘଟଣାରେ ଚାରିଚକିଆ ଯାନ ଚାଳକଙ୍କଠାରୁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ୨୬% ଅଧିକ। ଅଧିକାଂଶ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହେଲ୍‌ମେଟ୍‌ ପିନ୍ଧି ନ ଥିବାରୁ ଓ ଶସ୍ତା ହେଲ୍‌ମେଟ୍‌ ଯୋଗୁ ହୋଇଥିବା ଜଣାପଡ଼ିଛି। ତେଣୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିନା ଆଇଏସ୍‌ଆଇ ମାର୍କା ହେଲ୍‌ମେଟ୍‌ ବ୍ୟାନ କରାଯାଇଛି। ହେଲ୍‌ମେଟ୍‌ରେ ଆଇଏସ୍‌ଆଇ ମାର୍କା ନ ଥିଲେ ଚାଳକଙ୍କୁ ୧୦୦୦ ଟଙ୍କା ଜରିମାନା ଗଣିବାର ନିୟମ ରହିଛି। ପୁଣି ହେଲ୍‌ମେଟ୍‌ର ଓଜନ ୧.୨ କେଜିରୁ ଅଧିକ ହେବ ନାହିଁ। ଆଇଏସ୍‌ଆଇ ବୈଧତା ନ ଥିବା ହେଲ୍‌ମେଟ୍‌ ତିଆରି କରୁଥିବା କମ୍ପାନୀ ଧରାପଡିଲେ ୨ବର୍ଷ ଜେଲ୍‌ଦଣ୍ଡ ସହ ୨ଲକ୍ଷ ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି। ଏପରିକି ଏହାକୁ ବିକ୍ରି କରିବା ଉପରେ ମଧ୍ୟ କଟକଣା ରହିଛି। କିନ୍ତୁ ସବୁ ନିୟମ ଓ ପଦକ୍ଷେପ କେବଳ କାଗଜକଲମରେ ସୀମିତ। ସହର ସାରା ବେଧଡ଼କ ଶସ୍ତା ଓ ଡୁପ୍ଲିକେଟ୍‌ ହେଲ୍‌ମେଟ୍‌ ବିକ୍ରି ହେଉଛି। କେଉଁଠୁ ଏହି ହେଲ୍‌ମେଟ୍‌ ତିଆରି ହୋଇ ଆସୁଛି ତାହାର ଖବର ମଧ୍ୟ କାହାପାଖେ ନାହିଁ। ଅନ୍ୟପକ୍ଷେ ଟ୍ରାଫିକ୍‌ ପୋଲିସ ନିକଟରୁ ବଞ୍ଚତ୍ବା ପାଇଁ ରାଜଧାନୀରେ ୬୦%ରୁ ଅଧିକ ଲୋକ ପୁରୁଣା ଭଙ୍ଗା ହେଲ୍‌ମେଟ୍‌ରେ କାମ ଚଳାଉଥିବା ନଜରକୁ ଆସୁଛି। ଏହା ଉପରେ ପଦକ୍ଷେପ ନ ନେଲେ ଡବଲ୍‌ ହେଲ୍‌ମେଟ୍‌ ନିୟମ, ଯାଞ୍ଚ ଓ ଜରିମାନାର ଲକ୍ଷ୍ୟ ସାଧନ ହୋଇପାରିବ ନାହିଁ ଓ ବାଇକ୍‌ ଆରୋହୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଅଧିକ ରହିବ ବୋଲି ଆଶଙ୍କା ଦେଖାଦେଇଛି।

 

ନକଲି ଆଇଏସ୍‌ଆଇ ମାର୍କା ହେଲ୍‌ମେଟ୍‌, ଡବଲ୍‌ ରେଟ୍‌

ଯାଞ୍ଚ ଓ ପଦକ୍ଷେପ ନ ଥିବାରୁ ରାସ୍ତାପାର୍ଶ୍ୱ ଦୋକାନୀମାନେ ନକଲି ଆଇଏସ୍‌ଆଇ ମାର୍କା ହେଲ୍‌ମେଟ୍‌ ବିକ୍ରି କରି ଲୋକଙ୍କୁ ଶୋଷଣ କରୁଛନ୍ତି। କମ୍ପାନୀ, ଲୋଗୋ ଓ ଡିଜାଇନ୍‌ ସମାନ ସହ ଶୋ’ରୁମ୍‌ଠାରୁ ଶସ୍ତା ହେଉଥିବାରୁ ଲୋକେ ଜାଣି ନ ପାରି କିଣୁଛନ୍ତି। ଡବଲ୍‌ ହେଲ୍‌ମେଟ୍‌ ନିୟମ ଲାଗୁଠାରୁ ଏହି ନକଲି ହେଲ୍‌ମେଟ୍‌ର ମୂଲ୍ୟ ମଧ୍ୟ ପୂର୍ବାପେକ୍ଷା ଦୁଇଗୁଣା ଅଧିକ ନେଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ ୩ଶହରୁ ୪ଶହ ଟଙ୍କାରେ ବିକ୍ରି ହେଲ୍‌ମେଟ୍‌କୁ ଏବେ ୬ଶହରୁ ଅଧିକ ନେଉଛନ୍ତି। ଏପରିକି ଅତି ଚାଲାକ୍‌ ବେପାରୀମାନେ ଅରିଜିନାଲ କହି ବିଭିନ୍ନ ବ୍ରାଣ୍ଡେଡ୍‌ କମ୍ପାନୀ ହେଲ୍‌ମେଟ୍‌କୁ ଶୋ’ରୁମ୍‌ ଦରଠୁ ୫୦ କିମ୍ବା ୧୦୦ ଟଙ୍କା କମ୍‌ରେ ବିକ୍ରି କରି ମାଲାମାଲ୍‌ ହେଉଛନ୍ତି।

 

‘ସଚେତନ କରୁଛୁ, ଆଗକୁ କାର୍ଯ୍ୟାନୁଷ୍ଠାନ’
ମୋଟର ଭେଇକିଲ୍‌ ଆକ୍ଟ-୧୯୮୮ ଅନୁଯାୟୀ, ବାଇକ୍‌ ଚାଳକ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାଡର୍‌ସ(ବିଆଇଏସ୍‌)ର ମାନ୍ୟତାପ୍ରାପ୍ତ ହେଲ୍‌ମେଟ୍‌ ପିନ୍ଧିବା ଉଚିତ। ଏଥିସହିତ ହେଲ୍‌ମେଟ୍‌ରେ ଲାଗିଥିବା ଷ୍ଟ୍ରାଫ୍‌କୁ ମଧ୍ୟ ଭଲଭାବେ ବାନ୍ଧିବାର ନିୟମ ରହିଛି। ଏବେ ଆମେ ଲୋକଙ୍କୁ ଏନେଇ ସଚେତନ କରୁଛୁ। ଟ୍ରାଫିକ ଏସିପି ଓ ମୁଁ ନିଜେ ମଧ୍ୟ ପ୍ରତିଦିନ ଲୋକଙ୍କୁ ଯାଞ୍ଚ କରି ଏବାବଦରେ ସଚେତନ କରାଉଛୁ। ଆଗକୁ ନିୟମ ଉଲ୍ଲଂଘନ କଲେ କିମ୍ବା ଭଙ୍ଗା ହେଲ୍‌ମେଟ୍‌ ପିନ୍ଧିଥିଲେ ଜରିମାନା ଆଦାୟ କରାଯିବ।
– ସୌମ୍ୟା ମିଶ୍ର, ଟ୍ରାଫିକ୍‌ ଡିସିପି

 

ଓଁକାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଇଭିଏମ୍‌ରେ ହେବ ପୌର ନିର୍ବାଚନ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଆସନ୍ତା ପୌର ନିର୍ବାଚନ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ(ଇଭିଏମ୍‌)ରେ ହେବ। ସର୍ବଦଳୀୟ ବୈଠକ ଅବସରରେ ରାଜ୍ୟ ନିର୍ବାଚନ କମିଶନର ଗୁରୁବାର ଏହି ସୂଚନା ଦେଇଛନ୍ତି। ତେବେ...

ଅଧାପନ୍ତରିଆ ବିକାଶ କାର୍ଯ୍ୟ

ଭୁବନେଶ୍ୱର, ୨୭ା୮(ବ୍ୟୁରୋ): ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ବିକାଶମୂଳକ କାର୍ଯ୍ୟ ଅଧାପନ୍ତରିଆ ରହିଛି। ଲକ୍‌ଡାଉନ୍‌ ସକାଶେ ବନ୍ଦ ଥିବା ରାସ୍ତା ମରାମତି, ଡ୍ରେନ୍‌ ନିର୍ମାଣ ସହ ବିଭିନ୍ନ...

ରଙ୍ଗ ଉତ୍ସବକୁ ଫିକା କରିବ କରୋନା

ଭୁବନେଶ୍ୱର,୬।୩(ବ୍ୟୁରୋ): ଦିନ କେଇଟା ପରେ ରଙ୍ଗ ଓ ଭାଇଚାରାର ପର୍ବ ହୋଲି। ଫଗୁ ଓ ଫଗୁଣର ଏହି ଉତ୍ସବକୁ ସ୍ବାଗତ କରିବାକୁ ଲୋକେ ପ୍ରସ୍ତୁତ ହେଉଥିବାବେଳେ...

ଚିକିତ୍ସା ପାଇଁ ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ୱର,୪।୨ (ବ୍ୟୁରୋ): ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ ଦୀର୍ଘଦିନ ହେଲା ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯିବ...

ଜାନୁୟାରୀ ୩୧ ଯାଏ ବଢ଼ିଲା ମାଣ୍ଡିଆ ସଂଗ୍ରହ ପଞ୍ଜୀକରଣ ଅବଧି

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ରାଜ୍ୟରେ ମାଣ୍ଡିଆ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜୀକରଣ ସମୟସୀମାକୁ ୨୦୨୩ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଶୁକ୍ରବାର କୃଷି ଓ ଖାଦ୍ୟ ଉତ୍ପାଦନ...

ମହାନଦୀ ମାଳବନ୍ଧର ସୁରକ୍ଷା:ପଥର ପ୍ୟାକିଂରେ ବ୍ୟବହାର ହେଉଛି ଛୋଟ ପଥର; ପ୍ରଥମ ବନ୍ୟାରେ ଭାସିଯିବା ଆଶଙ୍କା

ଖଣ୍ଡପଡା,୪ା୭ (ସ୍ବ.ପ୍ର.): କଣ୍ଟିଲୋ ନୀଳମାଧବ ଜୀଉ ମନ୍ଦିର ପାଦଦେଶରେ ପ୍ରବାହିତ ମହାନଦୀ ଦକ୍ଷିଣପାର୍ଶ୍ୱ ମାଳବନ୍ଧ ବିଭିନ୍ନ ସମୟରେ କ୍ଷତିଗ୍ରସ୍ତ ହେଉଥିବାରୁ ଏହାର ସୁରକ୍ଷା ପାଇଁ ପଦକ୍ଷେପ...

ଗୋପାଳପୁର ବିଜେଡି ବିଧାୟକ ଅଛି: ପ୍ରଦୀପ

ବ୍ରହ୍ମପୁର ଅଫିସ/ଗୋପାଳପୁର,୨୪ା୬: ଦଳରୁ ବହିଷ୍କୃତ ବିଷୟ ଗଣମାଧ୍ୟମରେ ପ୍ରସାରଣ ହୋଇଛି ଓ ନିଜେ ଶୁଣିଛି। ତେବେ ଏବେ ମଧ୍ୟ ମୁଁ ବିଜେଡିର ବିଧାୟକ ଅଛି। ବିଧାନସଭା...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ୍‌ ଚିହ୍ନଟ; ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ,୪।୮: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ...

Advertisement
Archives

Model This Week