Posted inଭଦ୍ରକ

‘ମୋ ସ୍ବାମୀଙ୍କୁ ବଞ୍ଚାଇ ଦିଅ’

ଧାମନଗର, ୨୬।୬(ସ୍ବ.ପ୍ର.): ସ୍ବାମୀ କାମଳ ରୋଗରେ ଆକ୍ରାନ୍ତ ହୋଇ ଲିଭର ଓ କିଡ୍‌ନୀ ନଷ୍ଟ ହୋଇଯାଇଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତରଙ୍କ କହିବା ମୁତାବକ ତାଙ୍କୁ ଦିଲ୍ଲୀ ଏମ୍‌ସକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ପଡ଼ିବ। ଏଥିପାଇଁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆବଶ୍ୟକ। ସ୍ବାମୀଙ୍କର ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ସମସ୍ତଙ୍କୁ ମୋ ଶଙ୍ଖା ସିନ୍ଦୂରକୁ ବଞ୍ଚାଇଦିଅ ବୋଲି କହି ଆକୁଳ ନିବେଦନ କରୁଛନ୍ତି ସ୍ତ୍ରୀ।
ଜିଲା ସଦର ବ୍ଲକ ଅଧୀନ କଲେଇ ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ହରମୋହନ ରାଉତଙ୍କ ସାନପୁଅ ଭଗବାନ(୩୭) ବେଙ୍ଗାଲୁରୁରେ ଏକ ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ମାସକ ତଳେ ହଠାତ୍‌ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ଚିକିତ୍ସା ପାଇଁ ସେଠାରେ ଡାକ୍ତରଖାନା ଯାଇଥିଲେ। ରିପୋର୍ଟ ଆସିବା ପରେ ତାଙ୍କର କିଡ୍‌ନୀ ଓ ଲିଭର ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା। ଏହାପରେ ସେ ଘରକୁ ଚାଲି ଆସିଥିଲେ। ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସାହାଯ୍ୟ ପାଇଁ ତାଙ୍କ ସ୍ତ୍ରୀ ଅବନ୍ତୀ ଏପରି ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri