Advertisement
Posted inଜାତୀୟ

‘ଇନ୍ଦିରା ଗାନ୍ଧୀଙ୍କ କ୍ଷମତା ଯାଇଛି, ଦିନେ ମୋଦି ବି ଯିବେ, ତେଣୁ ପରିସ୍ଥିତି ଖରାପ କରନା…’କାହିଁକି ରାଜ୍ୟପାଳ ମଲିକ କହିଲେ ଏମିତି

ନୂଆଦିଲ୍ଲୀ,୨୧ ।୧୧: ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ରବିବାର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ମନେରଖିବା ଉଚିତ ଯେ ଶାସନ କ୍ଷମତା ଚିରସ୍ଥାୟୀ ନୁହେଁ ଏହା ଆସେ ଆଉ ଯାଏ । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ମୋଦି ଜି ବୁଝି ଯିବା ଦରକାର କି ଶାସନ କ୍ଷମତା ଆସେ ଆଉ ଯାଏ । ଇନ୍ଦିରା ଗାନ୍ଧୀଙ୍କ କ୍ଷମତା ବି ଚାଲିଯାଇଛି, ଯେତେବେଳେ ଲୋକେ କହୁଥିଲେ ତାଙ୍କୁ କେହି ହଟାଇ ପାରିବେ ନାହିଁ, ଗୋଟିଏ ଦିନ ଆପଣ ବି ଚାଲିଯିବେ । ସେଥିପାଇଁ ପରିସ୍ଥିତିକୁ ଏମିତି ବିଗାଡି ଦିଅନ୍ତୁ ନାହିଁ ଯାହାକୁ କେବେ ସଜଡା ଯାଇ ପାରିବ ନାହିଁ ।
ସୂଚନାଯୋଗ୍ୟ, ଜୟପୁରରେ ରବିବାର ମଲିକ ରାଜସ୍ଥାନ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ସମୟରେ ଏମିତି କହିଛନ୍ତି । ସେ କହିଛନ୍ତି ଦେଶରେ ବିଭିନ୍ନ ପ୍ରକାରର ଲଢେଇ ଆରମ୍ଭ ହେବାକୁ ଯାଉଛି । କୃଷକ ପୁଣିଥରେ ଆନ୍ଦୋଳନ କରିବେ ତ ଯୁବକ ପୁଣି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବେ ।
ଅଗ୍ନିପଥ ଯୋଜନାକୁ ନେଇ ବି ଖୁବ୍ ବର୍ଷିଛନ୍ତି ମଲିକ । ସେ କହିଛନ୍ତି, ମୁଁ ଯେତିକି ଜାଣିଛି ଅଗ୍ନିପଥ ଯୋଜନାରେ ଭର୍ତ୍ତି ହେଉଥିବା ସେନା ବ୍ରହ୍ମୋସ ସହିତ ଅନ୍ୟ ମିଶାଇଲକୁ ଛୁଇଁ ପାରିବେ ନାହିଁ । କାରଣ ଏମାନଙ୍କୁ ଅନୁମତି ଦିଆଯାଇ ନାହିଁ । ତେଣୁ ଏହାଦ୍ୱାରା ଅଗ୍ନିପଥ ଯୋଜନା ସେନାକୁ ବି ନଷ୍ଟ କରିଦେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଥରୁରଙ୍କ ଅଭିଯୋଗ: ଖାର୍ଗେଙ୍କ ଭଳି ମୋତେ ମିଳୁନି ସମାନ ସୁଯୋଗ

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଶଶି ଥରୁର ଜୋରସୋରରେ ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ବିପକ୍ଷ ପ୍ରାର୍ଥୀ ମଲିକାର୍ଜୁନ ଖାର୍ଗେଙ୍କ ଭଳି ତାଙ୍କୁ ସମାନ...

ପଶ୍ଚିମବଙ୍ଗରେ ଲକ୍‌ଡାଉନ ଉଲ୍ଲଂଘନ

ନୂଆଦିଲ୍ଲୀ,୧୨।୪(ପି.ଟି.): ପଶ୍ଚିମବଙ୍ଗରେ ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତିବାଦ ଜଣାଇଛି। ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ଲାଗି ସେଠାରେ...

ଏକ ଦେଶ ଏକ ନିର୍ବାଚନ ଏବେ ଭାରତର ମୁଖ୍ୟ ଆବଶ୍ୟକତା: ମୋଦି

ନୂଆଦିଲ୍ଲୀ,୨୬।୧୧: ଏକ ଦେଶ ଏକ ନିର୍ବାଚନ ଏବେ ଭାରତର ମୁଖ୍ୟ ଆବଶ୍ୟକତା। ଏହାଦ୍ୱାରା ସମୟ ଏବଂ ଅର୍ଥର ଅପଚୟ ରୋକା ଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଜୁଲାଇ ୬ରେ ଇଣ୍ଡିଆ ଗେଟ୍‌ରୁ ଆରମ୍ଭ ହେବ ‘ଏକ ବିଧାନ ଏକ ସମ୍ବିଧାନ’ ଅଭିଯାନ

ନୂଆଦିଲ୍ଲୀ,୩୦।୬: ଜୁଲାଇ ୬ରେ ଜନସଂଘ ସଂସ୍ଥାପକ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଦିବସ ପାଳନ ଅବସରରେ ଇଣ୍ଡିଆ ଗେଟ୍‌ଠାରୁ ‘ଏକ ବିଧାନ ଏକ ସମ୍ବିଧାନ’ ଅଭିଯାନ ଆରମ୍ଭ...

ପେଗାସସ୍‌ କିଣିଛନ୍ତି ମୋଦି ସରକାର

ନୂଆଦିଲ୍ଲୀ, ୩୦।୧: ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେର ବାବଦରେ ଚାଞ୍ଚଲ୍ୟକର ରିପୋର୍ଟ ପ୍ରଘଟ କରିଛି ଆମେରିକାର ଖବରକାଗଜ...

ପରୀକ୍ଷା ପାଇଁ ଟଙ୍କା ନ ଥିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ଟପର

ବାଙ୍ଗାଲୋର,୧୩।୧୦: ପରିବାର ଲୋକେ ସ୍କୁଲ ଫି ଦେଇ ନ ପାରିବାରୁ ପରୀକ୍ଷା ବେଳେ ହଲ ଟିକେଟ୍‌ ମିଳିଲା ନାହିଁ। ଏଥିଯୋଗୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଭାଗ୍ୟବଶତଃ...

ଧର୍ମ ନାଁରେ ଚାଲିଛି ରାଜନୀତି, ମହଙ୍ଗାମାଡ, ବେକାରୀ ସମସ୍ୟାକୁ ନେଇ ହେଉନି କୌଣସି ଆଲୋଚନା

ମୁମ୍ବାଇ,୧ ।୫: କିଛିଦିନ ହେବ ସାରା ଦେଶରେ ସାଂପ୍ରଦାୟିକ ହିଂସା ଓ ଏହା ଉପରେ ଆଲୋଚନା ବଢିବାରେ ଲାଗିଛି । ଉତ୍ସବ ସମୟରେ ପଥରମାଡ ହେଉ...

ଆସାନସୋଲ ଉପନିର୍ବାଚନ: ଭାଜପା ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ

କୋଲକତା,୧୨।୪:ପଶ୍ଚିମବଙ୍ଗର ଆସାନସୋଲ ଲୋକ ସଭା ଆସନ ପାଇଁ ମଙ୍ଗଳବାର ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଭୋଟ ସମୟରେ ହିଂସା ଘଟଣା ସାମ୍ନାକୁ ଆସିଛି। ଭାଜପା ପ୍ରାର୍ଥୀ ଅଗ୍ନିମିତ୍ର...

Advertisement
Archives

Model This Week