Posted inଜାତୀୟ

ମନ କି ବାତରେ ଘଣ୍ଟା ଘଣ୍ଟା ଧରି କହୁଥିବା ପ୍ରଧାନମନ୍ତ୍ରୀ, ମଣିପୁର ଘଟଣାକୁ ନେଇ ୩୬ ସେକେଣ୍ଡରେ କହିଦେଲେ: ପୂର୍ବତନ ରାଜ୍ୟପାଳ ମଲିକ

ନୂଆଦିଲ୍ଲୀ,୨୧।୭: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ କିଛିଦିନ ହେବ ବିଭିନ୍ନ ପ୍ରସଙ୍ଗରେ ନିଜର ବୟାନ ରଖି ଆସୁଛନ୍ତି ଚର୍ଚ୍ଚାକୁ। ଏଥର ମଣିପୁର ହିଂସାରେ କୁକି ମହିଳାଙ୍କ ସହ ହୋଇଥିବା ବର୍ବରତା ସାମ୍ନାକୁ ଆସିବା ପରେ ମଲିକ ତାଙ୍କ ବୟାନ ରଖି ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅତି ନିକଟର ଥିବା ମଲିକ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି।
ମଲିକ କହିଛନ୍ତି କି ମନ କି ବାତ ଓ ଅନ୍ୟ ପ୍ରସଙ୍ଗ ଉପରେ ଘଣ୍ଟା ଘଣ୍ଟା ଧରି ମତ ରଖୁଥିବା ପ୍ରଧାନମନ୍ତ୍ରୀ ମୋଦି ମଣିପୁରରେ ଘଟିଥିବା ଅମାନବୀୟ ଓ ଦେଶକୁ ଲଜ୍ଜିତ କରିଥିବା ଘଟଣାକୁ ନେଇ କେବଳ ୩୬ ସେକେଣ୍ଡେରେ କଥା ସାରିଦେଲେ। ଏଇ ମାତ୍ର କିଛି ସେକେଣ୍ଡର ବୟାନ ଏବେ ସମସ୍ତଙ୍କୁ ଚକିତ କରିଛି। ମଣିପୁର ହିଂସାକୁ ନେଇ ଟୁଇଟ କରି ମଲିକ କହିଛନ୍ତି, ପ୍ରତି ମାସରେ ଘଣ୍ଟା ଘଣ୍ଟା ଧରି ମନ କି ବାତ କରୁଥିବା ପ୍ରଧାନମନ୍ତ୍ରୀ ଆଜି ଜଳୁଥିବା ମଣିପୁରକୁ ନେଇ ମାତ୍ର ୩୬ ସେକେଣ୍ଡ କହିଲେ। ଏମିତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ବେଟି ବଚାଓ, ବେଟି ପଢାଓର ସ୍ଲୋଗାନ ଦେଉଥିବା ସରକାରଙ୍କ ଶାସନକାଳରେ ସର୍ବସାଧାରଣରେ ମହିଳାଙ୍କୁ ଉଲଗ୍ନ କରି ବୁଲାଯାଉଛି। ମଣିପୁରରେ ମହିଳାଙ୍କ ପ୍ରତି ହୋଇଥିବା ବର୍ବରତା ନିନ୍ଦନୀୟ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ମଣିପୁର ହିଂସାକୁ ନେଇ ମଲିକ କହିଥିଲେ ଯଦି ପୁଣିଥରେ ଏଭଳି ସରକାର ଆସେ ତେବେ ସାରା ଦେଶରେ ଏମାନେ ଦଙ୍ଗା କରିଦେବେ। କାରଣ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଶେଷ କରିପାରିବା କଥା କହୁଥିବା ଏହି ସରକାର ମଣିପୁର ହିଂସାକୁ ତ କମ କରିପାରୁ ନାହଁାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି

ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା  ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆଜିଠୁ ବଦଳିଲା ‘ମନରେଗା’ ଯୋଜନା, ନୂଆ ‘VB-G RAM G’ ଆକ୍ଟରେ ଏବେ ପ୍ରତିଦିନ ମିଳିବ…

ନୂଆଦିଲ୍ଲୀ,୧।୭: ଗ୍ରାମୀଣ ରୋଜଗାର କ୍ଷେତ୍ରରେ କେନ୍ଦ୍ର ସରକାର ଆଜି ଅର୍ଥାତ୍ ୧ ଜୁଲାଇ ୨୦୨୬ରୁ ଏକ ଐତିହାସିକ ତଥା ବଡ଼ ନୀତିଗତ ପରିବର୍ତ୍ତନ କାର୍ଯ୍ୟକାରୀ କରିଛନ୍ତି। ଦେଶର…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri