ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି ଥିଲା, ଏଣୁ ଗୌତମ ଋଷି ଦୁଇ ବାଳକଙ୍କୁ ଉଠାଇ ନେଇ କାଖେଇ ଧରି ଚାଲିଲେ। ଏଥିରେ ଗୌତମଙ୍କ ଝିଅ ଅସନ୍ତୁଷ୍ଟ ହୋଇ ପଚାରିଲେ, ତୁମର ନିଜ ପିଲା ତତଲା ବାଲିରେ ଚାଲୁଥିବା ବେଳେ କାହିଁକି ସାବତପୁଅଙ୍କୁ କାଖେଇ ନେଉଛ? ଗୌତମ ଋଷି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଏହା ତାଙ୍କ ସ୍ତ୍ରୀଙ୍କ ସମ୍ପର୍କରେ କୁହାଯାଉଥିବା ବ୍ୟଭିଚାର ବା ଅସତୀ କାର୍ଯ୍ୟର ଏକ ପ୍ରତ୍ୟକ୍ଷ ଟିପ୍ପଣୀ ବୋଲି ଭାବି ଦ୍ୱନ୍ଦ୍ୱରେ ପଡ଼ିଗଲେ। ସେ ଦୁଇ ପୁତ୍ରଙ୍କୁ ସମୁଦ୍ରକୁ ଫିଙ୍ଗି ଦେଲେ ଏବଂ ଘୋଷଣା କଲେ ଯେ, ଯଦି ସେମାନେ ବାସ୍ତବରେ ତାଙ୍କ ପୁଅ ହୋଇଥିବେ, ତେବେ ମଣିଷ ରୂପରେ ଫେରି ଆସିବେ ଏବଂ ଯଦି ହୋଇ ନ ଥିବେ ତେବେ ସେମାନେ ଦୁଇ ମାଙ୍କଡ଼ ହୋଇ ଫେରିବେ। ସମୁଦ୍ରକୁ ଫିଙ୍ଗି ଦେଇଥିବା ଦୁଇ ପୁଅ ସଙ୍ଗେ ସଙ୍ଗେ ବାଳି ଓ ସୁଗ୍ରୀବ ନାମକ ମାଙ୍କଡ଼ ରୂପକୁ ପରିବର୍ତ୍ତନ ହୋଇଗଲେ। ଏହା ଦେଖି ଗୌତମ ଅନୁଭବ କରିଛନ୍ତି ଯେ, ସେ ବାହାରେ ଥିବା ସମୟରେ ତାଙ୍କ ସ୍ତ୍ରୀ ଅହଲ୍ୟାଙ୍କର ବୈଦିକ ଦେବଗଣ ଯଥା ଇନ୍ଦ୍ର ଓ ସୂର୍ଯ୍ୟଙ୍କ ସହ ସମ୍ପର୍କ ଥିଲା। ଅହଲ୍ୟାଙ୍କ ଅସତୀ କାର୍ଯ୍ୟ ସମ୍ପର୍କରେ ଏଭଳି ବର୍ଣ୍ଣନା ମଧ୍ୟ ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆରେ ରଚିତ ରାମାୟଣ ସଂସ୍କରଣରେ ଦେଖିବାକୁ ମିଳେ। ତେବେ ଅଧିକ ଗ୍ରହଣୀୟ ହେଉଥିବା ରାମାୟଣ ସଂସ୍କରଣଗୁଡ଼ିକରେ ଅହଲ୍ୟା ଅଭିଶପ୍ତ ହେବା ପରେ ଅଦୃଶ୍ୟ ହୋଇଯାଇଛନ୍ତି କିମ୍ୱା ପଥର ପାଲଟି ଯାଇଥିବା ବର୍ଣ୍ଣନା କରାଯାଇଛି। ତାଙ୍କୁ ପୁଣି ସ୍ୱରୂପକୁ ଫେରାଇ ଆଣିବା ପାଇଁ ରାମଙ୍କୁ କହିଛନ୍ତି ବିଶ୍ୱାମିତ୍ର। ଅହଲ୍ୟାଙ୍କୁ ପୁନର୍ଜୀବନ ଦେଇଛନ୍ତି ରାମ ଏବଂ ତାଙ୍କୁ ଗ୍ରହଣ କରିବା ପାଇଁ ଗୌତମଙ୍କୁ ବୁଝାଇଛନ୍ତି। ବାଲ୍ମୀକି ରାମାୟଣର ପ୍ରଥମ ଅଧ୍ୟାୟ ବାଲ୍‌ଖଣ୍ଡରେ କାହିଁକି ଏଭଳି ଅସତୀଙ୍କ କାହାଣୀ ରହିଲା ତାହାକୁ ନେଇ ଅନେକେ ଆଶ୍ଚର୍ଯ୍ୟ ହୋଇଥାନ୍ତି। ସୀତାଙ୍କୁ ଅପହରଣ କରି ନେଇ ରାବଣ ଲଙ୍କାରେ ରଖିବା ସମୟରେ ତାଙ୍କ ଉପରେ ଉଠିଥିବା ଅସତୀ ଅଭିଯୋଗ ପରେ ତାଙ୍କ ପ୍ରତି ହୋଇଥିବା ବ୍ୟବହାର ସମ୍ପର୍କରେ ଏହା ସୂଚିତ କରିଥାଇ ପାରେ କି? ପ୍ରତ୍ୟକ୍ଷ ଭାବେ ନ ଦେଖି ଅସତୀ କାର୍ଯ୍ୟକୁ ପ୍ରମାଣ କରିବା ଅସମ୍ଭବ ଥିଲା।
ରାମୟଣ ତିନି ପ୍ରକାର ଅସତୀ କାର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିଛି। ଅହଲ୍ୟା ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି। ଋଷି ଯମଦଗ୍ନିଙ୍କ ସ୍ତ୍ରୀ ରେଣୁକା କିଛି କ୍ଷଣ ପାଇଁ ଆଉ ଜଣେ ପୁରୁଷଙ୍କ କଥା ଭାବିଛନ୍ତି, ଯାହା ମାନସିକ ଅସତୀ କାର୍ଯ୍ୟକୁ ପ୍ରତିପାଦନ କରେ। ଏହା ସହ ସୀତା ଉଭୟ ଶରୀର ଓ ମାନସିକ ସ୍ତରରେ ତାଙ୍କ ସ୍ୱାମୀଙ୍କ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱସ୍ତ ରହିଥିଲେ ମଧ୍ୟ ଜଣେ ରାକ୍ଷସ ରାଜାଙ୍କ ଦ୍ୱାରା ଅପହୃତ ହେବା ପରେ ତାଙ୍କ ଖ୍ୟାତି ଧୂଳିସାତ୍‌ ହୋଇଯାଇଛି। ପ୍ରତ୍ୟେକ ମହିଳା ବିଭିନ୍ନ ଦଣ୍ଡର ସମ୍ମୁଖୀନ ହୋଇଛନ୍ତି। ଅହଲ୍ୟା ପାଷାଣ ପାଲଟି ଯାଇଛନ୍ତି। ସ୍ୱାମୀ ଯମଦଗ୍ନି ତାଙ୍କ ପୁତ୍ର ପର୍ଶୁରାମଙ୍କୁ ରେଣୁକାଙ୍କ ମୁଣ୍ଡ କାଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରେ ପର୍ଶୁରାମ ରେଣୁକାଙ୍କ ଜୀବନ ଫେରାଇ ଆଣିବା ପାଇଁ ଯମଦଗ୍ନିଙ୍କୁ ପ୍ରାର୍ଥନା କରିଛନ୍ତି । ରାମ ରାଜକୀୟ ପ୍ରତିଷ୍ଠା ରକ୍ଷା କରିବା ପାଇଁ ସୀତାଙ୍କୁ ତ୍ୟାଗ କରିଛନ୍ତି। ପର୍ଶୁରାମ ତାଙ୍କ ମା’ଙ୍କୁ ହତ୍ୟା କରିବା ପରେ ମାତୃହତ୍ୟା ଦୋଷରେ ସେ ଆର୍ଯ୍ୟବ୍ରତ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ଓ ଦ୍ରାବିଡ ଭୂମିରେ ଶରଣ ନେବା ଲାଗି ଚାହିଁଛନ୍ତି। ଏବେକାର ରାଜନୀତିଜ୍ଞମାନେ ଅନେକ ସମୟରେ ପର୍ଶୁରାମଙ୍କ ଏଭଳି ଦୃଷ୍ଟିକୋଣକୁ ଅଣଦେଖା କରିଛନ୍ତି। ପର୍ଶୁରାମଙ୍କୁ ଜଣେ ଗୋରକ୍ଷକ ଭାବେ ପ୍ରତିପାଦନ କରାଯାଉଛି, ଯିଏ କି ବିଦେଶୀଙ୍କ ସହ ଲଢ଼େଇ କରିଛନ୍ତି, କିନ୍ତୁ ଏ ବିଷୟ କୌଣସି ପବିତ୍ର ଗ୍ରନ୍ଥରେ ଦେଖିବାକୁ ମିଳେ ନାହିଁ। ପର୍ଶୁରାମ ତାଙ୍କ ମାତାଙ୍କ ମୁଣ୍ଡ ଛେଦନ କରିବାକୁ ପିତାଙ୍କ ନିର୍ଦ୍ଦେଶ ପାଳନ କରିଛନ୍ତି ବୋଲି ଦର୍ଶାଯାଏ। ତେବେ ରେଣୁକା ପୁନର୍ଜୀବନଲାଭ କରିଥିବାରୁ ସେ ପୂଜ୍ୟା, ଯାହା ଜୀବନ-ମୃତ୍ୟୁ, ଅତୁଟ ବିଶ୍ୱାସ ଓ ସତୀତ୍ୱ ଏବଂ ବ୍ରାହ୍ମଣବାଦ ପବିତ୍ରତା ଓ ଅଣ- ବ୍ରାହ୍ମଣବାଦ ଅପବିତ୍ରତା ମଧ୍ୟରେ ପରିବର୍ତ୍ତନର କ୍ଷଣକୁ ସୂଚିତ କରେ। ଉତ୍ତର କର୍ନାଟକ ଏବଂ ଦକ୍ଷିଣ ମହାରାଷ୍ଟ୍ରରେ ପୂଜା ପାଉଥିବା ୟେଲ୍ଲେମାଙ୍କର ରେଣୁକାଙ୍କ ସ୍ୱାମୀ ଯମଦଗ୍ନିଙ୍କ ସହ ସମ୍ପର୍କ ରହିଛି। ସାରା ଭାରତରେ ବିଭିନ୍ନ ସ୍ଥାନରେ ପଇତାଧାରୀ ପର୍ଶୁରାମଙ୍କ ବିରାଟକାୟ ପ୍ରତିମୂର୍ତ୍ତି ପବିତ୍ରତାକୁ ସୂଚିତ କରେ। ଅନ୍ୟପକ୍ଷରେ ମସ୍ତକ କଟାଯାଇ ପରେ ପୁନର୍ଜୀବନ ଲାଭ କରିଥିବା ମା’ ଏବଂ ଘୃଣ୍ୟ କାର୍ଯ୍ୟ କରି ପବିତ୍ର ସ୍ଥାନ ଲାଭ କରିଥିବା ୟେଲ୍ଲେମାଙ୍କୁ କମ୍‌ ସ୍ୱୀକୃତି ମିଳିଛି।
ରାମାୟଣର ପୁରୁଣା ସଂସ୍କରଣ ସତୀ ପ୍ରଥା ସମ୍ପର୍କରେ କିଛି ଉଲ୍ଲେଖ କରିନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଆଞ୍ଚଳିକ ଭାଷାରେ ଲିଖିତ ରାମାୟଣରେ ସତୀର ଧାରଣାକୁ ଉଲ୍ଲେଖ କରାଯିବା ଆରମ୍ଭ ହୋଇଥିଲା। ମେଘନାଦଙ୍କ ଶରୀର ଉଦ୍ଧାର କରାଯିବା ପରେ ରାବଣଙ୍କ ବୋହୂ ସୁଲୋଚନା ସତୀ ପ୍ରଥା ପାଳନ କରିଛନ୍ତି। ତାଙ୍କୁ ଜଣେ ସତୀ କିମ୍ୱା ପ୍ରକୃତରେ ପବିତ୍ର ନାରୀ ଭାବେ ଘୋଷଣା କରାଯାଇଛି। ୧୮୬୧ରେ ମାଇକେଲ ମଧୁସୂଦନ ଦତ୍ତଙ୍କ ରଚିତ ମେଘନାଦ ବଧ କାବ୍ୟରେ ଉଲ୍ଲେଖ କରାଯାଇଛି ଯେ, ମେଘନାଦ (ଇନ୍ଦ୍ରଜିତ)ଙ୍କ ସ୍ତ୍ରୀ ସୁଲୋଚନା ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହ ଉଦ୍ଧାର କରିବା ସହ ସତୀପ୍ରଥା ପାଳନ କରିଛନ୍ତି। ଏଭଳି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରାଯାଇନାହିଁ। ଏହା ପରିବର୍ତ୍ତେ ସେ ସମୟର ହିନ୍ଦୁ ପୁନର୍ଗଠନ ଯୁଗରେ ଦତ୍ତ ସମ୍ପୂର୍ଣ୍ଣ ଭାବେ ତାଙ୍କୁ ଜଣେ ପ୍ରକୃତ ପତିବ୍ରତା, ପ୍ରକୃତ ସତୀ ତଥା ସମର୍ପିତ ସ୍ତ୍ରୀ ଭାବେ ଦର୍ଶାଇଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ଆତ୍ମାହୁତିକୁ ସାହସକତା, ଦୁଃଖଦ ତଥା ନୈତିକ ରୂପରେ ମହାନ୍‌ ବୋଲି ଉଲ୍ଲେଖ କରାଯାଇଛି।
ବାଲ୍ମୀକି ରାମାୟଣରେ ବର୍ଣ୍ଣନା କରାଯାଇଛି ଯେ, ବାଳିଙ୍କ ସ୍ତ୍ରୀ ତାରା ବିଧବା ହେବା ପରେ ତାଙ୍କ (ବାଳିଙ୍କ) ସାନଭାଇ ସୁଗ୍ରୀବଙ୍କୁ ପୁନର୍ୱିବାହ କରିଥିଲେ । ଠିକ୍‌ ସେହିଭଳି ରାବଣଙ୍କ ସ୍ତ୍ରୀ ମନ୍ଦୋଦରୀ ବିଧବା ହେବା ପରେ ରାବଣଙ୍କ ସାନଭାଇ ବିଭୀଷଣଙ୍କୁ ବାହା ହୋଇଥିଲେ। ମୂଳ ବୈଦିକ ପରମ୍ପରାରେ ପୁନର୍ୱିବାହର ଏଭଳି ପ୍ରଥା ରାକ୍ଷସ ଓ ମାଙ୍କଡ଼ଙ୍କ ସହ ଜଡ଼ିତ ଥିଲା, ଯେଉଁଥିରେ ବିଧବାଙ୍କୁ ଜୀବିତ ଲୋକଙ୍କ ହାତ ଧରି ପୁନର୍ୱାର ଜୀବନ କ୍ଷେତ୍ରକୁ ଫେରିବା ସକାଶେ ସ୍ତ୍ରୋତ୍ରରେ କୁହାଯାଇଛି। ସେତେବେଳେ ବିଧବାଙ୍କୁ ପୁନର୍ୱିବାହ କରିବା ପାଇଁ କିଏ ରୋକିଥିଲେ? କିଏ ହିନ୍ଦୁ ଧର୍ମରେ କଡ଼ା ସତୀ ପ୍ରଥା ଆରମ୍ଭ କରିଥିଲେ? ସେ କ’ଣ ମନୁ ଥିଲେ କି?
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?