ସର୍ବେଶ୍ୱରଙ୍କୁ ରିମାଣ୍ଡରେ ଆଣିଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରମୁଖ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ସୋମବାରଠାରୁ ୨ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ। ପ୍ରଥମେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ଜେରା ଆରମ୍ଭ ହୋଇଛି। ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ଠକେଇ ସହ ପ୍ରଦୀପଙ୍କ ଆକାଉଣ୍ଟରେ ଟଙ୍କା କାରବାର ସଂକ୍ରାନ୍ତରେ ଅଧିକ ତଥ୍ୟ ପାଇବାକୁ ଆଶା ରଖିଛି କ୍ରାଇମବ୍ରାଞ୍ଚ। ଟାଟା କମ୍ପାନୀରେ ଚାକିରି ଦେବା ନାଁରେ କିପରି ଠକେଇ ର଼୍ୟାକେଟ୍‌ ଚାଲୁଥିଲା, ଏଥିରେ ବେକାର ଯୁବତୀଯୁବକ ଓ ଅଭିଭାବକଙ୍କୁ କିପରି ଫସାଯାଉଥିଲା ଓ ପ୍ରତି ପିଲା ପିଛା କେତେ ଆଦାୟ କରାଯାଉଥିଲା ସେନେଇ କିଛି ପୁରୁଣା ପ୍ରଶ୍ନ ସହ କେତେକ ନୂଆ ପ୍ରଶ୍ନ ମଧ୍ୟ ପଚରାଯାଇଥିଲା। ତେବେ ଜେରାବେଳେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀମାନେ ସର୍ବେଶ୍ୱରଙ୍କଠାରୁ କିଛି ନୂଆ ତଥ୍ୟ ପାଇଛନ୍ତି। ଠକେଇ ଓ ବେଆଇନ ଅର୍ଥ କାରବାରରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିଥିବାରୁ ସେମାନଙ୍କୁ ଗିରଫ ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବ୍ରହ୍ମପୁର ସମେତ ଅନ୍ୟ କେତେକ ଅଞ୍ଚଳକୁ ଯାଇପାରେ ବୋଲି ବିଶ୍ୱସ୍ତସୂତ୍ରରୁ ଜଣାପଡିଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟକାନ୍ତ, ଟାଟା କମ୍ପାନୀ ନାଁରେ ନିଯୁକ୍ତି ଜାଲିଆତି ଓ ଠକେଇ ମାମଲାରେ ତାଙ୍କ ପୁଅ ଆକାଶ ଏବଂ ଏସବୁ ଲିଙ୍କ୍‌ ସହ ବେଆଇନ ଅର୍ଥ କାରବାର ମାମଲାରେ ଆକାଶଙ୍କ ଭାବୀ ଶଶୁର ପ୍ରଦୀପ ଗିରଫ ହୋଇଥିଲେ। ଏହାପରେ ଠକେଇ ଓ ପ୍ରଦୀପଙ୍କ ଲିଙ୍କ୍‌ରେ ଗତ ୧୭ ତାରିଖରେ ସର୍ବେଶ୍ୱରଙ୍କୁ କ୍ରାଇମ୍‌ବ୍ରାଞ୍ଚ ବ୍ରହ୍ମପୁରରୁ ଗିରଫ କରିଥିଲା। ସେହିଭଳି ଆକାଶଙ୍କ ବ୍ୟକ୍ତିଗତ ସହାୟକ ପିଟର ଡେଭିଡ୍‌ଙ୍କୁ ମଧ୍ୟ ପୁଣେରୁ ଆଣି ପଚରାଉଚରା ପରେ ଛାଡ଼ି ଦିଆଯାଇଥିଲା। ମାତ୍ର ସର୍ବେଶ୍ୱରଙ୍କ ସମ୍ପର୍କରେ ସବିଶେଷ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା। ପୂର୍ବରୂ ଏହି ଲିଙ୍କରେ ଆକାଶ ପାଠକ ୫ ଦିନିଆ ରିମାଣ୍ଡରେ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ୨ ଦିନିଆ ରିମାଣ୍ଡରେ ପଚରାଉଚରା କରିସାରିଛି କ୍ରାଇମବ୍ରାଞ୍ଚ ଟିମ୍‌। ପ୍ରଦୀପଙ୍କ ରାଜନୈତିକ ତଥା ଅର୍ଥନୈତିକ କାରବାର ବୁଝାଶୁଝା କରୁଥିବା ସର୍ବେଶ୍ୱର ଠକେଇରେ ମିଡିଲ୍‌ ମ୍ୟାନ ଥିବାରୁ ତାଙ୍କଠାରୁ ଅଧିକ କିଛି ତଥ୍ୟ ମିଳିବା ଆଶାରେ ତାଙ୍କୁ ରିମାଣ୍ଡରେ ଅଣାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ ରକ୍ଷା ପାଇଁ ବିଜେଡି, ଭାଜପା ତତ୍ପର

କେନ୍ଦ୍ରାପଡ଼ା ଅଫିସ,୧୮ା୨: କେନ୍ଦ୍ରାପଡ଼ା ଜିଲାର ରାଜକନିକା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶୁକ୍ରବାର ଅନୁଷ୍ଠିତ ହେବ।...

ଗଞ୍ଜାମର ୯ ସହରରୁ ଉଠିଲା ଶଟ୍‌ଡାଉନ୍‌: ରାତି ୯ରୁ ଲାଗୁ ହେବ ଲକ୍‌ଡାଉନ୍‌

ଛତ୍ରପୁର,୧୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଶୁକ୍ରବାର ରାତି ୯ ଟାରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହେବ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଲକ୍‌ଡାଉନ୍‌ ପକ୍ରିୟା ଜାରି ରହିବ। ଅପରପକ୍ଷରେ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୮୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭ା୮(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୧୫,୭୨୪ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଭୁଶୁଡ଼ିଲା ପାନୀୟ ଜଳ ପ୍ରକଳ୍ପ

ପରଜଙ୍ଗ,୫।୧୨(ଡି.ଏନ.ଏ.)-ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବସୁଧା ଯୋଜନାରେ ନିର୍ମାଣ ହୋଇଥିଲା ପାନୀୟ ଜଳ ପ୍ରକଳ୍ପ। ମାସେ ତଳେ ସରିଥିବା ଏହି ପ୍ରକଳ୍ପ ଶତାଧିକ...

ଆଜି ପ୍ରକାଶ ପାଇବ ମହାନଗର ନିଗମର ସାନି ଚିଠା ସଂରକ୍ଷଣ ତାଲିକା

ଭୁବନେଶ୍ୱର,୭।୧ (ବ୍ୟୁରୋ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ମହାନଗର ନିଗମର ସାନି ଚିଠା ଆସନ ସଂରକ୍ଷଣ ଓ ସୀମା ପୁନଃନିର୍ଦ୍ଧାରଣ ତାଲିକା ପ୍ରକାଶ କରିବ ଗୃହ...

ପୁରୁଣା ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଭାଙ୍ଗିବ ପ୍ରଶାସନ

ପୁରୁଣା ଭୁବନେଶ୍ୱର,୨୯।୧୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉନ୍ନତୀକରଣ ତଥା ମନ୍ଦିର ଆୟ ବୃଦ୍ଧି ନେଇ ପର୍ଯ୍ୟଟନ ବିଭାଗ, ବିଏମସି ଓ ଦେବୋତ୍ତର ବିଭାଗ ମିଳିତ ପ୍ରୟାସରେ...

ବୁଧବାରକୁ ଘୁଞ୍ଚିଲା ଅର୍ଚ୍ଚନାଙ୍କ ଜାମିନ ଆବେଦନ ମାମଲା

ଭୁବନେଶ୍ୱର, ୧୧।୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ରାଜଧାନୀ ଲେଡି ବ୍ଲାକମେଲର୍‌ ଘଟଣାର ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ମାମଲା ବୁଧବାରକୁ ଘୁଞ୍ଚିଛି । ଭୁବନେଶ୍ୱର ଏସ୍‌ଡିଜେଏମଙ୍କ...

ନାଉଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଉପରେ ନଜର

ଜଗତ୍‌ସିଂହପୁର ଅଫିସ, ୨୫ା୧: ପଞ୍ଚାୟତ ନିର୍ବାଚନ ନେଇ ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ପ୍ରାର୍ଥୀ ତାଲିକା ଘୋଷଣା ସରିଛି। ୨୫ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ...

Advertisement
Archives

Model This Week