କୋଭିଡ୍‌ ଯୋଦ୍ଧାଙ୍କ ମୃତ୍ୟୁ ପରେ ପୁଅ ହେଲେ ସରପଞ୍ଚ

ଜୁନାଗଡ଼,୨୫।୨: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭଇଁରୀଗୁଡ଼ା ପଞ୍ଚାୟତ ଉପନିର୍ବାଚନର ଗୁରୁବାର ଫଳାଫଳ ଘୋଷଣା ହୋଇଛି। ଭଇଁରୀଗୁଡ଼ାର ନୂତନ ସରପଞ୍ଚ ଭାବେ ମୃତ କୋଭିଡ୍‌ ଯୋଦ୍ଧା ସରପଞ୍ଚ ଲକ୍ଷ୍ମୀଧର ପାତ୍ରଙ୍କ ପୁଅ ପଞ୍ଚାନନ ପାତ୍ର ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଦେବରାଜ ବାଣୁଆଙ୍କୁ ୧ହଜାର ୧୮ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ପଞ୍ଚାନନ ୧୬୧୬ ଖଣ୍ଡ ଭୋଟ ପାଇଥିବା ବେଳେ ଦେବରାଜ ୫୯୮ ଖଣ୍ଡ ଭୋଟ ପାଇଛନ୍ତି। ୫୪ ଭୋଟ ନାକଚ ହୋଇଯାଇଛି। ଏହି ବିଜୟ ଭଇଁରୀଗୁଡ଼ା ପଞ୍ଚାୟତବାସୀଙ୍କ ବିଜୟ, ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବେ ବୋଲି ନୂତନ ସରପଞ୍ଚ ପଞ୍ଚାନନ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଭୋଟ ଗଣିତି ବେଳେ ନିର୍ବାଚନ ଅଧିକାରୀ ଭାବେ ଜୁନାଗଡ ବିଡିଓ ଦୁଲାରାମ ମାରାଣ୍ଡି, ମାଜିଷ୍ଟେଟ ଦାୟିତ୍ୱରେ ଜୁନାଗଡ ତହସିଲଦାର ବେଦବ୍ୟାସ ଭୋଇ, ଜିପିଓ ରାଜେନ୍ଦ୍ର ଭୋଇ, ଡବ୍ଲୁଇଓ ସୁମନ୍ତ କୁମାର ମାଝୀ, ବିଏସ୍‌ଏସ୍‌ଓ ତୁଷାର ରଞ୍ଜନ ସାହୁ ସମେତ ୧୧ ଜଣ ପ୍ରିଜାଡିଂ ଅଫିସର ଉପସ୍ଥିତ ରହି ଦାୟିତ୍ୱ ତୁଲାଇଥିଲେ। ଗଣତି ବେଳେ ଜୁନାଗଡ଼ ପୋଲିସ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପଞ୍ଚାନନ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ବିଜେଡି ପକ୍ଷରୁ ସମ୍ବର୍ଦ୍ଦିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାର ଟଙ୍କା ମାଗିବାରୁ ମା’ ଝିଅଙ୍କୁ ଆକ୍ରମଣ

ବାସୁଦେବପୁର,୨୧।୮(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଗୁଆଗଡ଼ିଆ ପଞ୍ଚାୟତ କମାରଗଁାରେ ଶନିବାର ମା’ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା...

ଜାତିଗତ ପ୍ରମାଣପତ୍ରରେ ଅନିୟମିତତା: ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ

ବନ୍ତ,୮।୧(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ତୋଫାବିବି ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନ ରାଉତରାପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଅନିତାରାଣୀ ସେଠୀଙ୍କର ଜାତିଗତ ପ୍ରମାଣପତ୍ରରେ...

ବୋହୂକୁ ବଳାତ୍କାର ଅଭିଯୋଗରେ ଶ୍ବଶୁର ଗଲେ ଜେଲ, ବାଳସୁଧାର ଗୃହରେ ଦିଅର

ଦିଗପହଣ୍ଡି,୨୦।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳରେ ବୋହୂଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତ ଶ୍ବଶୁରଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଥାନାରେ...

ଏଟିଏମ୍‌ ସୁରକ୍ଷା କର୍ମୀଙ୍କ ମୃତ୍ୟୁ: ଅଂଶୁଘାତ ସନ୍ଦେହ

ଧାମନଗର, ୧୭।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଅର୍ଜୁନପୁର ଗ୍ରାମର ପ୍ରହଲ୍ଲାଦ ରାଉତଙ୍କ ପୁଅ ଇନ୍ଦ୍ରଜିତ(୩୩)ଙ୍କର ବୁଧବାର ସକାଳେ ମୃତ୍ୟୁ ଘଟିଛି।...

ଗଞ୍ଜାମ ଜିଲା ପାଇଁ ୨ ସ୍ପେଶାଲ ଏଡିଏମ୍‌ ନିଯୁକ୍ତ

ଭୁବନେଶ୍ୱର,୪।୭(ବ୍ୟୁରୋ): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ୨ ଆଇଏଏସ୍‌ ଅଫିସର କରୋନା ପରିଚାଳନା ପାଇଁ ଜିଲାକୁ...

ମହିଳାଙ୍କୁ ଗଣ ବଳାତ୍କାର ଅଭିଯୋଗ: ସ୍ବାମୀ ଛାଡି ଚାଲିଯିବାପରେ ଥାନାର ଦ୍ୱାରସ୍ଥ ହେଲେ ମହିଳା

ରାଉରକେଲା ଅଫିସ, ୧୧।୭: ଝିରିପାଣି ଥାନା ଅଞ୍ଚଳର ଜନୈକା ମହିଳାଙ୍କୁ ଗଣ ବଳାତ୍କାର କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଗତ ୭ ତାରିଖରେ ଏଭଳି ଘଟଣା...

ଆକାଶଙ୍କ ଜେରାରୁ ଦୃଢ଼ ପ୍ରମାଣ ମିଳିଲା

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଟାଟା ମୋଟର୍ସରେ ଚାକିରି ଦେବାକୁ କହି ବହୁକୋଟି ଠକେଇ ଓ ଟ୍ରାଭେଲ ଏଜେନ୍ସି ସ୍କାଏ କିଙ୍ଗ୍‌କୁ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ...

ଆଜି ଶ୍ରୀରାମ ନବମୀ: ଚଳଚଞ୍ଚଳ ରାମ ମନ୍ଦିର

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଆଜି ପବିତ୍ର ଶ୍ରୀରାମ ନବମୀ। ଏହି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ସମାଗମ ହୋଇଛି। କରୋନା ମହମାରି ୨ବର୍ଷ ପରେ ଏହି ଦିନରେ...

Advertisement
Archives

Model This Week