କାଳିଆ ପରେ ବଳରାମ ଯୋଜନାରେ ମିଳିବ ଟଙ୍କା

ବରଗଡ଼ ଅଫିସ୍‌,୨୫।୨: ରାଜ୍ୟ ସରକାରଙ୍କ ବଳରାମ ଯୋଜନା ଗୁରୁବାର ବରଗଡ଼ ଜିଲାରେ ଆରମ୍ଭ ହୋଇଛି। ଅତାବିରା ସମବାୟ କେନ୍ଦ୍ର ବ୍ୟାଙ୍କ ଶାଖାରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଅତାବିରା ବ୍ଳକ ଅନ୍ତର୍ଗତ ମନାପଡ଼ା ଗ୍ରାମର ମହାଲକ୍ଷ୍ମୀ ଯୁଗ୍ମଦେୟ ଗୋଷ୍ଠିକୁ ୧ ଲକ୍ଷ ୬୦ ହଜାର ଟଙ୍କାର କୃଷି ଋଣ ପ୍ରଦାନ କରି ମୁଖ୍ୟ ଜିଲା କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀ ଏହାର ଶୁଭାରମ୍ଭ କରିଛନ୍ତି। ଉକ୍ତ ଗୋଷ୍ଠିରେ ୫ଜଣ ଭୂମିହୀନ ଭାଗ ଚାଷୀ କୃଷ୍ଣଚନ୍ଦ୍ର ସାହୁ, ଅଜିତ କଠାର, ସନ୍ତୋଷ ବାଗ, ବୃନ୍ଦାବନ ଗୁରୁ ଏବଂ ଗୋବିନ୍ଦ ଗୁରୁ ସଭ୍ୟ ଭାବେ ରହିଥିବା ଜିଲା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ଭଟଲି କୃଷି ଅଧିକାରୀ ସୋମନାଥ ରଣା, ଅତାବିରା ବ୍ଲକ କୃଷି ଅଧିକାରୀ ବିଜୟ କୁମାର ପଟ୍ଟନାୟକଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ ୨୧୦ ସ୍ବତନ୍ତ୍ର ଟ୍ରେନ

ପୁରୀ ଅଫିସ,୧୨।୪: ଜୁନ ୨୦ରେ ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ରଥକାଠ ମଧ୍ୟ ପର୍ଯ୍ୟାୟକ୍ରମେ ପୁରୀରେ ପହଞ୍ଚତ୍ବାରେ ଲାଗିଛି। ତେବେ ରଥଯାତ୍ରାକୁ...

ସିଲେକ୍ସନ ଓ୍ବାରିୟର, ଟାଇଗର ଟିମ୍‌ ବିଜୟୀ

ଦଶପଲ୍ଲା,୭।୩ (ଡି.ଏନ.ଏ.) – ସ୍ଥାନୀୟ ଗାନ୍ଧୀ ମଇଦାନରେ ଚାଲିଥିବା ଦଶପଲ୍ଲା ପ୍ରିମିୟର ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ରବିବାର ୨ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ପ୍ରଥମେ...

କାଶୀପୁରର ଝାଡ଼ାବାନ୍ତି ପ୍ରସଙ୍ଗ: ପାର୍ଲାମେଣ୍ଟରେ ଉଠାଇଲେ ସପ୍ତଗିରି

ରାୟଗଡ଼ା ଅଫିସ, ୧୩ା୮: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ବ୍ୟାପିଥିବା ଝାଡ଼ାବାନ୍ତି ପ୍ରସଙ୍ଗକୁ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ପାର୍ଲାମେଣ୍ଟରେ ଉଠାଇଛନ୍ତି। ଜଳବାହିତ ରୋଗ ଏବଂ...

ସିକରମାହା ସ୍କୁଲରେ ଟିଜିଟି ଶିକ୍ଷକ ନାହାନ୍ତି: ନବମ,ଦଶମ ଶ୍ରେଣୀ ଛାତ୍ରୀଛାତ୍ର ହଇରାଣ

ଫୁଲବାଣୀ ଅଫିସ,୨୪ା୭-ସରକାର ଅଷ୍ଟମ ଶ୍ରେଣୀ ଥିବା ବିଦ୍ୟାଳୟକୁ ଅପଗ୍ରେଡ କରି ନବମ ଓ ଦଶମ ଶ୍ରେଣୀ ଖୋଲିଛନ୍ତି। ହେଲେ ପିଲାମାନଙ୍କୁ କିପରି ପଢ଼ାଯିବ ତାର ବ୍ୟବସ୍ଥା...

ଏଣିକି ଛୁଟିଦିନରେ ଅସ୍ତ୍ରୋପଚାର ଗୃହ ଖୋଲା ରହିବ

ଭୁବନେଶ୍ୱର, ୨୮।୧(ବ୍ୟୁରୋ): ରାଜ୍ୟରେ ଥିବା ସରକାରୀ ଡାକ୍ତରଖାନାରେ ଏଣିକି ଛୁଟିଦିନରେ ମଧ୍ୟ ଅସ୍ତ୍ରୋପଚାର ଗୃହ (ଓଟି) ଖୋଲା ରହିବ। ଫଳରେ ଜରୁରିକାଳୀନ ଚିକିତ୍ସା ସେବା ପାଇଁ...

ରଥ ନିର୍ମାଣକୁ କେନ୍ଦ୍ର ସରକାରଙ୍କ ଅନୁମତି: ରଥ ଖଳାରେ ଧାର୍ମିକ ସମାବେଶକୁ ବାରଣ

ଭୁବନେଶ୍ୱର, ୭।୫(ବ୍ୟୁରୋ): ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କରିବା ସକାଶେ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ରଥ ନିର୍ମାଣ କରିବା ପାଇଁ...

ଉଦାହରଣ ପାଲଟିଲେ ସରପଞ୍ଚ

ଖଇରା, ୧୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନହଙ୍ଗ ପଞ୍ଚାୟତର ସରପଞ୍ଚ ରାଜଶ୍ରୀ ଦାସ ନିଜ ପଞ୍ଚାୟତବାସୀଙ୍କ ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡି ଅନ୍ୟମାନଙ୍କ...

ଗଞ୍ଜାମ ସହରରେ ଲାଗିଲା ଅଶୋକ ଚକ୍ର

ଗଞ୍ଜାମ,୧୧।୨(ଡି.ଏନ୍‌.ଏ.): ସଜେଇ ହେଉଛି ଗଞ୍ଜାମ ସହର। ଗଞ୍ଜାମ ସହର ଦାମୋଦରପୁରରେ ପ୍ରଥମ ଥର ପାଇଁ ପଥରରେ ନିର୍ମିତ ଅଶୋକ ଚକ୍ର ଲଗାଯାଇଛି। ଏଥିସହ ଆକର୍ଷଣୀୟ ପଥରରେ...

Advertisement
Archives

Model This Week