ସରପଞ୍ଚଙ୍କ ସମ୍ପର୍କୀୟ ସାଜିଛନ୍ତି ଶ୍ରମିକ

ପରଜଙ୍ଗ, ୧୯।୧୧(ଡି.ଏନ୍‌.ଏ.): ସରପଞ୍ଚଙ୍କ ୨ ଭାଇ, ଭାଉଜ, ଶ୍ୱଶୁର, ଶାଳୀ ସମସ୍ତେ ମିଶି କରୁଛନ୍ତି ମାଟି କାମ। ଏ ବାବଦକୁ ସେମାନେ ସରକାରଙ୍କଠାରୁ ମଜୁରି ମଧ୍ୟ ନେଇଛନ୍ତି। ସରକାରୀ ଓ୍ବେବ୍‌ସାଇଟ୍‌ରୁ ମିଳିଥିବା ଏଭଳି ତଥ୍ୟ ଏବେ ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତରେ ଚାଲିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ବାସ୍ତବ ଚିତ୍ରକୁ ପଦାକୁ ଆଣିଛି। ସ୍ଥାନୀୟ ଶ୍ରମିକଙ୍କୁ ଅଣଦେଖା କରି ରାତିଅଧିଆ ମେଶିନରେ କାମ କରାଯାଇ ସରକାରୀ ତହବିଲ୍‌ରୁ ଅର୍ଥ ହଡ଼ପ କରାଯାଉଥିବା ଅଭିଯୋଗ ଆସିବା ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯିବ ବୋଲି ସ୍ପଷ୍ଟ କରାଯିବା ପରେ ଏହାକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି ସ୍ଥାନୀୟ ଜନପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ।
ଅଭିଯୋଗ ଅନୁଯାୟୀ, କଙ୍କିଳି ପଞ୍ଚାୟତର ଛପୁଟିଆରୁ କୁସୁମୁଗୋଠ ମୁଣ୍ଡା ସାହିକୁ ସଂଯୋଗ କରୁଥିବା ମାଟି ରାସ୍ତାର ଉନ୍ନୀତକରଣ ଲାଗି ୨୦୨୨-୨୩ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏଥିଲାଗି ୧୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ କାମ ଜାରି ରହିଛି। ଏହି କାର୍ଯ୍ୟରେ ୧ ଲକ୍ଷ ୯୨ ହଜାର ଟଙ୍କାର ବିଲ୍‌ ହୋଇଥିବାବେଳେ ନଭେମ୍ବର ୧୨ରୁ ୧୮ ତାରିଖ ଯାଏ ୪୨ ଶ୍ରମିକ ନିୟୋଜିତ ଥିବା ବିଭାଗୀୟ ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି। ସବୁଠାରୁ ବଡ଼କଥା ସମ୍ପୃକ୍ତ ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ସରପଞ୍ଚ ମକର ଚାନ୍ଦ ସାହୁଙ୍କ ୨ ଭାଇ, ଭାଉଜ, ଶ୍ୱଶୁର ଏବଂ ଶାଳୀ। ହେଲେ ସ୍ଥାନୀୟ ଲୋକଙ୍କ କହିବା କଥା, ଉକ୍ତ ମାଟି ରାସ୍ତା କାମରେ କୌଣସି ଶ୍ରମିକ ନିୟୋଜିତ ହୋଇନାହାନ୍ତି। ରାତିଅଧିଆ ମେଶିନ୍‌ ଲଗାଇ କାମ ହେଉଛି। ଏ ସଂକ୍ରାନ୍ତରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ଏପିଓ, ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ବିଡିଓ, କନିଷ୍ଠ ଯନ୍ତ୍ରୀ ଏବଂ ପିଇଓ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ତେବେ ସେତେବେଳକୁ କୌଣସି ଶ୍ରମିକ ଉପସ୍ଥିତ ନ ଥିବା ଦେଖିବାକୁ ମିଳିଥିଲା। କନିଷ୍ଠ ଯନ୍ତ୍ରୀଙ୍କ ବିନା ଏଷ୍ଟିମେଟ୍‌ରେ କିପରି କାମ ହେଉଛି ବୋଲି ଅଧିକାରୀମାନେ ସରପଞ୍ଚଙ୍କୁ ପ୍ରଶ୍ନ କରିଥିଲେ। ଏହି ସମୟରେ ମେଶିନରେ କାମ ହେଉଥିବା ସରପଞ୍ଚ ସେହି ସମୟରେ ସ୍ବୀକାର କରିଥିଲେ। ତେବେ ରାସ୍ତାକାମରେ ହେଉଥିବା ଅନିୟମିତତା ସମ୍ପର୍କରେ ଶୁକ୍ରବାର ପୁନର୍ବାର ଅଭିଯୋଗ ହେବାପରେ ସେ ମତ ବଦଳାଇଛନ୍ତି। ସେ କହିଛନ୍ତି, ରାସ୍ତା କାମର ତଦାରଖ ସେ ନିଜେ କରୁଛନ୍ତି। ମେଟ୍‌ଙ୍କ ଉପସ୍ଥିତିରେ ଶ୍ରମିକମାନେ କାମ କରୁଛନ୍ତି। ମେଶିନ ଲଗାଇ କାମ ହେଉ ନ ଥିବା ସେ ସ୍ପଷ୍ଟୀକରଣରେ କହିଛନ୍ତି।
ଅନ୍ୟପଟେ ଅଭିଯୋଗ ପରେ ବ୍ଲକ ପ୍ରଶାସନ ତତ୍ପର ହୋଇଉଠିଛି। ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ସଂଗ୍ରାମ କିଶୋର ଭୋଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri