ଠିକାଦାରୀ କରି ଅର୍ଥ ଉପାର୍ଜନ କରିବାକୁ ଚାହେଁନି: ସମ୍ମାନ ନ ମିଳିଲେ ବିଜେଡିରୁ ଇସ୍ତଫା ଦେବି କହିଲେ ସରପଞ୍ଚ

ତିହିଡ଼ି,୩ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ସିନ୍ଦୋଳ ପଞ୍ଚାୟତର ସରପଞ୍ଚ ସୁପ୍ରଭା ପାଣି କେତେଜଣ ବରିଷ୍ଠ ନେତାଙ୍କ ଅସହଯୋଗ ଓ ଅସମ୍ମାନ ଯୋଗୁ ମାନସିକ ଅଶାନ୍ତି ଭୋଗି ଚାଲିଛନ୍ତି। ସେ ସରପଞ୍ଚ ଭାବେ ନିର୍ବାଚିତ ହେବା ପରଠାରୁ ବିରୋଧକୁ ସାମ୍ନା କରି ଆସୁଛନ୍ତି। ଦଳରେ ତାଙ୍କୁ ଉଚିତ ସମ୍ମାନ ନ ମିଳିଲେ ବିଜେଡିରୁ ଇସ୍ତଫା ଦେବେ ବୋଲି ଶନିବାର ଅପରାହ୍ନରେ ଖବରଦାତା ସମ୍ମିଳନୀ ମାଧ୍ୟମରେ ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେଉଛନ୍ତି। ସେ ଜଣେ ମହିଳା ପ୍ରତିନିଧି ଭାବେ ନିଜେ ପଞ୍ଚାୟତର ସମସ୍ତ କାର୍ଯ୍ୟ ତୁଲାଇ ଆସୁଛନ୍ତି। ଏହାକୁ ପଞ୍ଚାୟତର କେତେଜଣ ନେତା ବରଦାସ୍ତ କରି ନ ପାରି ବିରୋଧ କରୁଛନ୍ତି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତାଙ୍କ ଅଗୋଚରରେ ପଞ୍ଚାୟତରେ କରାଯାଉଛି। କିଛିଦିନ ପୂର୍ବେ ଏକ ଅଙ୍ଗନୱାଡି ଗୃହ ନିର୍ମାଣ କାର୍ଯ୍ୟ ତାଙ୍କ ଅଗୋଚରରେ ହେଉଥିଲା। ସେ ଏ ସମ୍ପର୍କରେ ପଚାରିବାରୁ ଜଣେ ୱାର୍ଡ ସଦସ୍ୟ ତାଙ୍କୁ ଅପମାନିତ କରିଥିଲେ। ଠିକାଦାରୀ କରି ଅର୍ଥ ଉପାର୍ଜନ କରିବାକୁ ସେ ସରପଞ୍ଚ ହୋଇନାହାନ୍ତି। ଲୋକଙ୍କ ସେବା କରିବା ତାଙ୍କର ଲକ୍ଷ୍ୟ। ମାତ୍ର କେତେଜଣ ବରିଷ୍ଠ ନେତା ତାଙ୍କୁ ବିରୋଧ କରୁଥିବାରୁ ସେ ତାଙ୍କ ଲକ୍ଷ୍ୟ ପୂରଣ କରିପାରୁ ନ ଥିବା ଦର୍ଶାଇଛନ୍ତି। ଏନେଇ ସେ ବାସୁଦେବପୁର ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ବିଧାୟକଙ୍କ ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଥିଲେ ମଧ୍ୟ ପରେ ପୁଣି ସେହି ସମସ୍ୟା ଉପୁଜିଥିବା କହିଛନ୍ତି। ଶ୍ରୀଧର ବାରିକ, ଜଗବନ୍ଧୁ ରାଉଳ, ନିଶାକର ସ୍ବାଇଁ, ଭାଗବତ ଶତପଥୀ, ଶରତ ଲେଙ୍କା, ସନାତନ ଦାସ, ଦଇତାରୀ ନାୟକ, ଲକ୍ଷ୍ମୀଧର ଦାସ, ଜଗବନ୍ଧୁ ଦାସ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ପାଗ ପରିବର୍ତ୍ତନ: ଟ୍ବିନ୍‌ସିଟିରେ ଜାରି ରହିଛି ବର୍ଷା

ଭୁବନେଶ୍ୱର,୨୨ା୬: ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିଛି। ଟ୍ବିନ୍‌ସିଟିରେ ରବିବାର ରାତିରୁ କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ଆଜି ସକାଳୁ ମଧ୍ୟ ବର୍ଷା ଜାରି…

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri