ସରପଞ୍ଚ, ଭାଜପା ନେତାଙ୍କୁ ଆକ୍ରମଣ ଘଟଣା, ୪ ଅଟକ

ହିଞ୍ଜିଳିକାଟୁ,୨୦।୬(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ପିତଳ ସରପଞ୍ଚ ରାମରାଘବ ପାତ୍ର ଓ ପିତଳ ଭାଜପା ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଅନ୍ୟପଟେ ଆକ୍ରମଣ ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବାରୁ ରାତିରୁ ପିତଳ ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୂର୍ବ ଶତ୍ରୁତା ଓ ରାଜନୈତିକ ବିବାଦ ପାଇଁ ଗୁରୁବାର ସନ୍ଧ୍ୟାରେ ୮ରୁ ଉଦ୍ଧର୍‌ବ ବ୍ୟକ୍ତି ମାରଣାସ୍ତ୍ରରେ ସରପଞ୍ଚ ଓ ଭାଜପା ନେତାଙ୍କୁ ପିତଳ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଫଳରେ ଉଭୟେ ଗୁରୁତର ଆହତ ହୋଇଥିଲେ। ଘଟଣା ନେଇ ସରପଞ୍ଚ ରାମରାଘବଙ୍କ ବାପା ପ୍ରମୋଦ କୁମାର ପାତ୍ର ଶୁକ୍ରବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ୧୩ ଜଣ ବ୍ୟକ୍ତି ଆକ୍ରମଣରେ ସଂପୃକ୍ତ ଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ହିଞ୍ଜିଳି ଥାନାରେ ପୋଲିସ ନଂ. ୪୯୨/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଗୁରୁତର ଆହତ ସରପଞ୍ଚ ପାତ୍ର ଓ ଭାଜପା ନେତା ପ୍ରଧାନ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ ଢଳେଇ କାମ ଚାଲିଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲେ ରାଜମିସ୍ତ୍ରୀ, ତଳେ ପଡ଼ି…

ଦିଗପହଣ୍ଡି/ପାଟପୁର,୧୩ା୭(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟ ଜଗନ୍ନାଥ ପଣ୍ଡାଙ୍କ ନୂଆ ଘରର...

ଏସବୁ କୃଷକଙ୍କୁ ମିଳିବ ନାହିଁ ପିଏମ୍‌ କିଷାନର ଆଗାମୀ କିସ୍ତି! ଆସିଲା ବଡ଼ ଅପ୍‌ଡେଟ୍‌  

ନୂଆଦିଲ୍ଲୀ,୧୩।୭: ଦେଶର କୋଟି କୋଟି କୃଷକ ପିଏମ୍‌ କିଷାନ ଯୋଜନାର ୨୦ତମ କିସ୍ତିର ଅପେକ୍ଷାରେ ଅଛନ୍ତି। ଜୁନରେ ଏହି ଟଙ୍କା ଆସିବାର ଥିଲା, ହେଲେ ଏଥର...

ଶନିଦେବଙ୍କ କୃପା ଦୃଷ୍ଟି ପାଇଁ…

ଧାର୍ମିକ ଶାସ୍ତ୍ର ଅନୁଯାୟୀ, କର୍ମ, ନ୍ୟାୟ ଓ ଦଣ୍ଡର ଅଧିପତି ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ କେଉଁ ଜିନିଷ ଦାନ କଲେ ଶନିଦୋଷ...

ପାରମ୍ପରିକ ଖାଦ୍ୟ ପ୍ରତି କମୁଛି ଯୁବପିଢ଼ିଙ୍କ ଆଗ୍ରହ, ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଚାଲିଛି ପ୍ରତିଯୋଗିତା

ଭଞ୍ଜନଗର,୧୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମଳାସପଦର ମା’ ଅମ୍ବିକା ଏସ୍‌ଏଚ୍‌ଜି ରାଜ୍ୟ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି। ଯାହାକୁ...

ସବୁଠି FM ତାତି: ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ବିଜେଡି

ଭୁବନେଶ୍ୱର,୧୩ା୭: ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଛି ଘେରିଛି ଛାତ୍ର ଓ ଯୁବ ବିଜେଡି। ବାଲେଶ୍ବର ଫକୀର ମୋହନ(FM) କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପ୍ରତିବାଦରେ ଏହି...

ସରକାରଙ୍କୁ ପିସିସି ସଭାପତିଙ୍କ କଡ଼ା ଟାର୍ଗେଟ୍‌, କହିଲେ ଛାତ୍ରୀଙ୍କ ଅଭିଯୋଗକୁ ହାଲୁକା ଭାବେ ନିଆଯାଇ…

ଭୁବନେଶ୍ୱର,୧୩ା୭: ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ନେଇ ସରକାରଙ୍କୁ ପିସିସି ସଭାପତି ଭକ୍ତ ଦାସ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି,...

ଭୟଙ୍କର ଦୁର୍ଘଟଣା: ୧୦ ଫୁଟ ଉପରକୁ ଉଡ଼ି JCB ଉପରେ ଝୁଲିଲା କାର

ମୟୂରଭଞ୍ଜ: ୧୩।୭: ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ୧୦ ଫୁଟ ଉପରକୁ ଉଡିଲା କାର। ଯାଇଁ ସିଧା ଲାଗିଲା ଜେଶିବିରେ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ...

FM College Case: ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର,୧୩।୭: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀରୁ ଫେରିବା ପରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri