Odisha Elections 2024
Posted inଖେଳ

ଡେବ୍ୟୁରେ ସୁଯୋଗ ପାଇବା ପରେ ପିତାଙ୍କୁ ନିଆରା ଉପହାର ଦେଲେ ସରଫରାଜ

ନୂଆଦିଲ୍ଲୀ,୧୫।୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ସରଫରାଜ ଖାନ ଅର୍ଦ୍ଧ ଶତକ କରି ଡେବ୍ୟୁକୁ ସ୍ମରଣୀୟ କରିପାରିଛନ୍ତି। ରନ୍‌ ଆଉଟ ହେବା ପୂର୍ବରୁ ସରଫରାଜ ଖାନ ୬୬ ବଲରେ ୬୨ ରନ ସଂଗ୍ରହ କରିଛନ୍ତି। ସରଫରାଜଙ୍କ ଏହି ଇନିଂସରେ ୯ ଚୌକା ଓ ଗୋଟିଏ ଛକା ଅନ୍ତର୍ଭୁକ୍ତ ହୋଇଥିଲା। ଏହି ଇନିଂସ ପାଇଁ ସରଫରାଜ ତାଙ୍କ ପିତାଙ୍କୁ ଶ୍ରେୟ ଦେଇଛନ୍ତି। ସରଫରାଜ କହିଛନ୍ତି ଯେ ତାଙ୍କ ପିତାଙ୍କ କାରଣରୁ ସେ କ୍ରିକେଟ ଖେଳିବାରେ ସକ୍ଷମ ହୋଇଛନ୍ତି। ଏଥିପାଇଁ ପିତାଙ୍କ ଧନ୍ୟବାଦ ଜଣାଇଛନ୍ତି।

ସରଫରାଜ ଖାନ ୬ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ପ୍ରଥମ ଦିନର ଖେଳ ଶେଷ ହେବା ପରେ ସରଫରାଜ କହିଛନ୍ତି ଯେ ଡେବ୍ୟୁ କରିବା ଭଲ ଲାଗେ। ପଡ଼ିଆକୁ ଆସିବା ଏକ ବଡ଼ ଅନୁଭୂତି ଥିଲା। ମୁଁ ୬ ବର୍ଷ ବୟସରୁ କ୍ରିକେଟ ଖେଳୁଛି। ମୋ ବାପାଙ୍କ ସ୍ବପ୍ନ ଥିଲା ଯେ ମୁଁ ଭାରତ ପାଇଁ କ୍ରିକେଟ ଖେଳେ, ଆଉ ଆଜି ଏହି ସ୍ବପ୍ନ ଆଜି ପୂରଣ ହୋଇଛି।

ସରଫରାଜ ଦୀର୍ଘ ସମୟ ପରେ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ତୃତୀୟ ଟେଷ୍ଟରେ କ୍ୟାପ୍‌ ପାଇବା ମାତ୍ରେ ତାଙ୍କ ପିତାଙ୍କ ନିକଟକୁ ଯାଇଥିଲେ। ପୁଅ ଭାରତ ପାଇଁ ଖେଳୁଥିବା ଦେଖିବା ପରେ ସରଫରାଜଙ୍କ ପିତା ଆଖିରେ ଲୁହ ଆସିଯାଇଥିଲା। କେବଳ ଏତିକି ନୁହେଁ, ସରଫରାଜଙ୍କ ପିତା ମଧ୍ୟ ତାଙ୍କ ପୁଅର କ୍ୟାପ୍‌କୁ ଚୁମ୍ବନ ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସନରାଇଜର୍ସ ହାଇଦ୍ରାବାଦକୁ ପ୍ଲେଅଫରେ ପହଞ୍ଚାଇଲା ବର୍ଷା, ଗୁଜରାଟ ଟାଇଟାନ୍ସ ବିରୋଧରେ ମ୍ୟାଚ ରଦ୍ଦ

ହାଇଦ୍ରାବାଦ,୧୬।୫: ଆଇପିଏଲ ୨୦୨୪ ର ୬୬ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଗୁଜୁରାଟ ଟାଇଟାନ୍ସକୁ ସାମ୍ନା କରିଥିଲା। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ...

ବିରାଟଙ୍କ ରିଟାୟରମେଣ୍ଟ ପ୍ଲାନକୁ ନେଇ ଖୋଲିଲା ଗୁମର

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଭଲଭାବେ ଜାଣିଛନ୍ତି ଯେ ତାଙ୍କୁ ମଧ୍ୟ ଦିନେ କ୍ରିକେଟ ରୁ ଅବସର ନେବାକୁ ପଡିବ।...

୪ ଦିନ ୫ ମ୍ୟାଚ୍‌, ରୋଚକ ସ୍ଥିତିରେ ପ୍ଲେ ଅଫ୍‌ ରେସ୍‌: କିଏ ମାରିବ ବାଜି

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ ରେ ପହଞ୍ଚିଛି। କିନ୍ତୁ ଅବଶିଷ୍ଟ ୨ ସ୍ଥାନ ପାଇଁ ୫ଟି ଦଳ ମଧ୍ୟରେ...

ଅଭ୍ୟାସ ମ୍ୟାଚ୍‌ ସମୟରେ ମୁମ୍ବାଇ ଖେଳାଳିଙ୍କ ମଧ୍ୟରେ ସଂଘର୍ଷ, କ୍ରିକେଟ ଛାଡ଼ି କୁସ୍ତିରେ ମାତିଲେ: Video

ନୂଆଦିଲ୍ଲୀ,୧୬।୫: ଆଇପିଏଲ୍‌ରେ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଛି। ଦଳ ପ୍ଲେଅଫ୍‌ ରେସ୍‌ରୁ ପ୍ରଥମେ ବାଦ୍‌ ପଡ଼ିଥିଲା। ଏବେ ମୁମ୍ବାଇର ଅନ୍ତିମ ମ୍ୟାଚ୍‌ କେବଳ ଔପଚାରିକତା...

ଏହି କ୍ରିକେଟର୍‌ଙ୍କୁ ପ୍ରପୋଜ୍‌ କଲେ ରିଙ୍କୁ ସିଂ, ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ପ୍ଲେ ଅଫ ପହଞ୍ଚିବାରେ ପ୍ରଥମ ଦଳ ହୋଇଛି। କେକେଆର୍‌ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଦଳ ୧୩ଟି...

କୋହଲିଙ୍କ ପାଇଁ ଏମିତି କହିଦେଲେ ବିଶ୍ୱର ସବୁଠୁ ଦ୍ରୁତତମ ଧାବକ

ନୂଆଦିଲ୍ଲୀ,୧୬।୫: ଜୁନ ୨ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବ। ଏଥି ସହିତ ବିଶ୍ୱ ପ୍ରସିଦ୍ଧ...

ଚାହିଁଲେ ବି ପୁଣି ଥରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହୋଇପାରିବେ ନାହିଁ ରବି ଶାସ୍ତ୍ରୀ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୬।୫: ଟି୨୦ ବିଶ୍ୱକପ୍‌ ୨୦୨୪ ଶେଷ ହେବା ପରେ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବ। କାରଣ ଜୁନ୍‌ ୨୯ ପରେ ବର୍ତ୍ତମାନର ମୁଖ୍ୟ କୋଚ୍‌...

ହୋଷ୍ଟ ଭାବେ ନୂଆ ଇନିଂସ ଆରମ୍ଭ କରିବେ ଧାଓ୍ବନ୍‌, କଲେ ବଡ଼ ଘୋଷଣା…

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟର ଶିଖର ଧାଓ୍ବନ୍‌ ଆସନ୍ତା ୨୦ରେ ନୂଆ ଚାଟ୍‌ ଶୋ’ ସହ ହୋଷ୍ଟ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାର ନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri