Posted inଫୁରସତ

ବୁଣାକାରଙ୍କ ଚମତ୍କାରିତା: ଦିଆସିଲି ଖୋଳରେ ପ୍ୟାକ୍‌ ହେଉଛି ଶାଢ଼ି

ଜଣେ ବୁଣାକାର ଏମିତି କୌଶଳରେ ଶାଢ଼ି ବୁଣିଛନ୍ତି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। କାରଣ ଶାଢ଼ିଟି ଏକ ଦିଆସିଲି ଖୋଳରେ ବି ପ୍ୟାକ୍‌ ହୋଇପାରୁଛି। ତେଲେଙ୍ଗାନାର ସିର୍କିଲା ସହରର ବାସିନ୍ଦା ନଲା ବିଜୟ ସଫଳତାର ସହିତ ଏପରି ଏକ ଅନନ୍ୟ ଶାଢ଼ି ବୁଣିଛନ୍ତି। ଯାହା ସମ୍ପୂର୍ଣ୍ଣ ରେଶମରୁ ପ୍ରସ୍ତୁତ। ଏହା ଏକ ଦିଆସିଲି ଖୋଳ ଭିତରେ ଆରାମରେ ପ୍ୟାକ୍‌ ହୋଇପାରୁଛି।

ସ୍ଥାନୀୟ କାରିଗରମାନେ ନଲାଙ୍କ କାରିଗରୀ କୌଶଳରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ସେ ଏପରି ଉତ୍କୃଷ୍ଟ କଳା ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନାଁ କମାଇଛନ୍ତି। ଯାହାକୁ ନେଇ ଗର୍ବ କରନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ତେଲେଙ୍ଗାନାର ନଗର ଉନ୍ନୟନ ମନ୍ତ୍ରୀ କେ.ଟି. ରାମା ରାଓଙ୍କ ଅଫିସିଆଲ ଟୁଇଟର ପେଜ୍‌ରେ ପ୍ରଶଂସା କରିଛନ୍ତି। ଯେଉଁଥିରେ ସେ ଜଣେ ଦକ୍ଷ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଏକ ଚମତ୍କାର ସୃଷ୍ଟି ବିଷୟରେ କହିଛନ୍ତି। ମନ୍ତ୍ରୀ ଲେଖିଛନ୍ତି, ନଲା ବିଜୟ ନାମକ ବୁଣାକାର ତେଲେଙ୍ଗାନାର ସିର୍କିଲା ସହରର ବାସିନ୍ଦା। ସେ ସଫଳତାର ସହିତ ଶାଢ଼ିଟି ବୁଣିଛନ୍ତି। ଯାହା ଶୁଦ୍ଧ ରେଶମରୁ ତିଆରି। ଏହା ଏକ ମ୍ୟାଚେସ୍‌ ବକ୍ସରେ ଫିଟ୍‌ ହୋଇପାରୁଛି। ସେ ନିକଟରେ ହାଇଦ୍ରାବାଦରେ ମନ୍ତ୍ରୀ ଇରାବେଲି ଦୟାକର ରାଓ, ସବିତା ଇନ୍ଦ୍ରା ରେଡ୍ଡି, ଭି.ଶ୍ରୀନିବାସ ଗୌଡ଼ ଏବଂ କେ.ଟି ରାମା ରାଓଙ୍କ ଉପସ୍ଥିତିରେ ନିଜର ସୃଷ୍ଟି ପ୍ରଦର୍ଶନ କରିଥିଲେ।

ଜାନୁୟାରୀ ୧୧ରେ ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଏହାକୁ ୭୦୦ ଲୋକ ପସନ୍ଦ କରିଥିବା ବେଳେ ଅନେକ ୟୁଜର କମେଣ୍ଟ ବି ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମହାନ ପ୍ରତିଭା, ଅନ୍ୟ ଜଣେ ଲେଖିଛନ୍ତି, ଆଶା କରୁଛି ବିଜୟ ତୁମର ସ୍ବପ୍ନ ସାକାର ହେବ। ସେହିପରି ଆଉ ଜଣେ ଲେଖିଛନ୍ତି, କଠିନ ପରିଶ୍ରମ ସାର୍ଥକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?