ସାରାଙ୍କ ଲାଲ୍‌ ଡ୍ରେସ୍‌କୁ ନେଇ ଚର୍ଚ୍ଚା, ଦାମ୍‌ ରହିଛି…

ମୁମ୍ବାଇ: ଲକଡାଉନ୍‌ ହଟିବା ପରେ ଅଭିନେତ୍ରୀ ଅଭିନେତାମାନେ ସେମାନଙ୍କ ଫିଲ୍ମର ପ୍ରମୋଶନ କରୁଥିବା ନଜର ଆସିଛନ୍ତି। ତେବେ ସାରା ଅଲ୍ଲୀ ଖାନ୍‌ ଏବଂ ବରୁଣ ଧାଓ୍ବନ ତାଙ୍କର ଅଗାମୀ ଫିଲ୍ମ ‘କୁଲି ନମ୍ବର -୧’ର ପ୍ରମୋଟ କରୁଥିବା ଦେଖିବାକୁ ମିଳିଛି। ୨୮ ନଭେମ୍ବରରେ ମୁମ୍ବାଇରେ ସାରା ତାଙ୍କର ଏହି ଆଗାମୀ ଫିଲ୍ମର ପ୍ରମୋଟ୍‌ କରୁଥିଲେ। ଯେଉଁଥିରେ ସେ ଏକ ଲାଲ୍‌ ରଙ୍ଗର କୋଟ୍‌ ଏବଂ ପ୍ୟାଣ୍ଟ ପିନ୍ଧିଥିଲେ। ଏହି ଲୁକ୍‌ରେ ସେ ଖୁବ୍‌ ଆକର୍ଷଣୀୟା ଦେଖାଯାଉଥିଲେ।

ସାରା ଏବେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଅଧିକାଂଶ ସମୟ ସେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବାକୁ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି।

ତେବେ ଅସଲ ଚର୍ଚ୍ଚାର କଥା ହେଲା ସାରା ପିନ୍ଧଥିବା ଡ୍ରେସ୍‌କୁ ନେଇ। ସେ ପିନ୍ଧିଥିବା ଲାଲ୍‌ ରଙ୍ଗର ଡ୍ରେସ୍‌କୁ ଲଣ୍ଡନର ଡିଜାଇନର୍‌ ଡାନିଏଲା କର୍ଣ୍ଣଟସ ପ୍ରସ୍ତୁତ କରିଛନ୍ତି। ଡ୍ରସ୍‌ ସହିତ ମ୍ୟାଚ୍‌ କରି ସେ ଲାଲ୍‌ ରଙ୍ଗର ଏକ ହିଲ୍‌ ପିନ୍ଧିଛନ୍ତି। ଲାଲ୍‌ ରଙ୍ଗର ନେଲ୍‌ପଲିସ ମଧ୍ୟ ଲଗାଇଛନ୍ତି। ତାଙ୍କ ଜ୍ୟାକେଟ୍‌ର ଦାମ୍‌ ୮୩୬୫୫ ଟଙ୍କା ଏବଂ ଟ୍ରାଉଜରର ଦାମ୍‌ ୪୮,୭୧୬ ଟଙ୍କା। ମୋଟ୍‌ ଡ୍ରେସ୍‌ର ମୂଲ୍ୟ ପ୍ରାୟ ୧,୩୨,୩୭୧ ଟଙ୍କା। ତାଙ୍କର ପ୍ରଶଂସକମାନେ ମଧ୍ୟ ସାରାଙ୍କ ଡ୍ରେସ୍‌କୁ ଖୁବ୍‌ ପସନ୍ଦ କରିବା ସହ ବିଭିନ୍ନ କମେଣ୍ଟ ଦେଇଛନ୍ତି।

ବଡ଼ଦିନ ଅବସରରେ ସାରା ଏବଂ ବରୁଣଙ୍କ ‘କୁଲି ନମ୍ବର-୧’ ଆମାଜନ ପ୍ରାଇମ୍‌ ଭିଡିଓରେ ମୁକ୍ତିଲାଭ କରିବ। ଏହା ଏକ ସମ୍ପୂର୍ଣ୍ଣ ପାରିବାରିକ କମେଡି ଫିଲ୍ମ। ଏହାର ନିର୍ଦ୍ଦେଶନା ଦେଇଛନ୍ତି କମେଡି କିଙ୍ଗ୍‌ ଡେଭିଡ୍‌ ଧାଓ୍ବନ୍‌। ଏହା ତାଙ୍କ ଫିଲ୍ମ ‘କୁଲି ନଂ -୧’ର ରିମେକ୍‌। ଯେଉଁଥିରେ ଗୋବିନ୍ଦା ଏବଂ କରିସ୍ମା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁରଦର୍ଶନରେ ‘ଓମ୍‌ ନମଃ ଶିବାୟ’ର ପୁନଃ ପ୍ରସାରଣ, ଦର୍ଶକଙ୍କୁ ମୁଗ୍ଧ କରିଥିଲା ଧାରାବାହିକରେ ଥିବା ୫୨ ଗୀତ

ବମ୍ବେ: ସାରାଦେଶରେ ଲକ୍‌ଡାଉନ୍‌ ଯୋଗୁ ଲୋକମାନଙ୍କୁ ଘରେ ରହିବାକୁ ପଡ଼ୁଥିଲା। ଏହି ସମୟରେ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିଲା ଦୁରଦର୍ଶନ। ନବେ ଦଶକରେ ଜନ୍ମିତ ପିଲାଦିନକୁ...

ଟ୍ରୋଲ ହେଲେ ଟ୍ୱିଙ୍କଲ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ତାଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ସୋସିଆଲ ମଡିଆରେ ଖୁବ୍ ଆକ୍ଟିଭ । ସମୟ ସମୟରେ ତାଙ୍କର କିଛି...

ଡ୍ରଗ୍ସ ମାମଲା: ଅଭିନେତ୍ରୀଙ୍କ ପରେ ଏନ୍‌ସିବି ରାଡାରରେ ଆସିପାରନ୍ତି ବଲିଉଡ୍‌ର ଆଗଧାଡିର ଅଭିନେତା

ମୁମ୍ବାଇ,୨୯ ।୯: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି...

ବିବାଦରେ ବଲିଉଡ୍‌ ହ୍ୟାଣ୍ଡସମ

ମୁମ୍ବାଇ: ବିବାଦକୁ ଆସିଛନ୍ତି ବଲିଉଡ୍‌ର ହ୍ୟାଣ୍ଡସମ୍‌ ଜନ୍‌ ଆବ୍ରାହମ୍‌। ଫିଲ୍ମ ଦୁନିଆରୁ ଏବେ ଦୂରରେ ଥିଲେ ମଧ୍ୟ ସେ ଏବେ ଏକ ଭିଡିଓ ମାଧ୍ୟମରେ ସାମ୍ନାକୁ...

ବିକିନି ଶୁଟିଂ ଲାଗି ଚର୍ଚ୍ଚାକୁ ଆସିଥିଲେ ଏହି ଅଭିନେତ୍ରୀ, ଫଟୋଗ୍ରାଫର କହିଥିଲେ ଢାଙ୍କି ଦିଅ ଶରୀର

୬୦ ଦଶକରେ ହିନ୍ଦୀ ଅଭିନେତ୍ରୀମାନେ ପାରମ୍ପରିକ ପୋଷାକରେ ନଜରକୁ ଆସୁଥିଲେ। ମାତ୍ର ‘କଶ୍ମୀର କି କାଲୀ’ ଫିଲ୍ମରେ ବଲିଉଡ୍‌ରେ ଡେବ୍ୟୁ କରିଥିବା ଶର୍ମିଲା ଟାଗୋର ସେହି...

୬୦୦ କିଲୋମିଟର ସାଇକେଲ ଚଳାଇ ସଲମାନ୍‌ଙ୍କୁ ଭେଟିଲେ ପ୍ରଶଂସକ

ଗୁଆହାଟି, ୧୪।୨: ଚଳିତବର୍ଷ ଫିଲ୍ମ ଫେୟାର ମୁମ୍ବାଇରେ ନ ହୋଇ ଆସାମର ରାଜଧାନୀ ଗୁଆହାଟିଠାରେ ଅନୁଷ୍ଠିତ ହେବ। ଫେବୃୟାରୀ ୧୫ ଏବଂ ୧୬ରେ ହେବାକୁ ଥିବା...

‘ରନୱେ ୩୪’ର ଟ୍ରେଲର ରିଲିଜ୍‌

ବଲିଉଡ୍‌ ଅଭିନେତା ଅଜୟ ଦେବଗନ, ଅମିତାଭ ବଚ୍ଚନ ଏବଂ ରକୁଲପ୍ରୀତ ସିଂହଙ୍କ ଆଗାମୀ ଫିଲ୍ମ ‘ରନୱେ ୩୪’ର ଟ୍ରେଲର ରିଲିଜ୍‌ ହୋଇଯାଇଛି । ଅମିତାଭ ବଚ୍ଚନ,...

ମାତ୍ର ୧୬ ବର୍ଷ ବୟସରେ ଘର ଛାଡିଥିବା କଙ୍ଗନା ଆଜି କୋଟିପତି ଅଭିନେତ୍ରୀ

ମୁମ୍ବାଇ: କଙ୍ଗନା ରାନାୱତ । ଆଜି ବଲିଉଡର ଜଣେ ଚର୍ଚ୍ଚିତ ଚେହେରା । ୧୯୮୭ ମାର୍ଚ୍ଚ ୨୩ରେ ହିମାଚଳ ପ୍ରଦେଶର ମଣ୍ଡିରେ ଜନ୍ମ ନେଇଥିଲେ କଙ୍କନା...

Advertisement
Archives

Model This Week