ସାରାଙ୍କ ଲାଲ୍‌ ଡ୍ରେସ୍‌କୁ ନେଇ ଚର୍ଚ୍ଚା, ଦାମ୍‌ ରହିଛି…

ମୁମ୍ବାଇ: ଲକଡାଉନ୍‌ ହଟିବା ପରେ ଅଭିନେତ୍ରୀ ଅଭିନେତାମାନେ ସେମାନଙ୍କ ଫିଲ୍ମର ପ୍ରମୋଶନ କରୁଥିବା ନଜର ଆସିଛନ୍ତି। ତେବେ ସାରା ଅଲ୍ଲୀ ଖାନ୍‌ ଏବଂ ବରୁଣ ଧାଓ୍ବନ ତାଙ୍କର ଅଗାମୀ ଫିଲ୍ମ ‘କୁଲି ନମ୍ବର -୧’ର ପ୍ରମୋଟ କରୁଥିବା ଦେଖିବାକୁ ମିଳିଛି। ୨୮ ନଭେମ୍ବରରେ ମୁମ୍ବାଇରେ ସାରା ତାଙ୍କର ଏହି ଆଗାମୀ ଫିଲ୍ମର ପ୍ରମୋଟ୍‌ କରୁଥିଲେ। ଯେଉଁଥିରେ ସେ ଏକ ଲାଲ୍‌ ରଙ୍ଗର କୋଟ୍‌ ଏବଂ ପ୍ୟାଣ୍ଟ ପିନ୍ଧିଥିଲେ। ଏହି ଲୁକ୍‌ରେ ସେ ଖୁବ୍‌ ଆକର୍ଷଣୀୟା ଦେଖାଯାଉଥିଲେ।

ସାରା ଏବେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଅଧିକାଂଶ ସମୟ ସେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବାକୁ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି।

ତେବେ ଅସଲ ଚର୍ଚ୍ଚାର କଥା ହେଲା ସାରା ପିନ୍ଧଥିବା ଡ୍ରେସ୍‌କୁ ନେଇ। ସେ ପିନ୍ଧିଥିବା ଲାଲ୍‌ ରଙ୍ଗର ଡ୍ରେସ୍‌କୁ ଲଣ୍ଡନର ଡିଜାଇନର୍‌ ଡାନିଏଲା କର୍ଣ୍ଣଟସ ପ୍ରସ୍ତୁତ କରିଛନ୍ତି। ଡ୍ରସ୍‌ ସହିତ ମ୍ୟାଚ୍‌ କରି ସେ ଲାଲ୍‌ ରଙ୍ଗର ଏକ ହିଲ୍‌ ପିନ୍ଧିଛନ୍ତି। ଲାଲ୍‌ ରଙ୍ଗର ନେଲ୍‌ପଲିସ ମଧ୍ୟ ଲଗାଇଛନ୍ତି। ତାଙ୍କ ଜ୍ୟାକେଟ୍‌ର ଦାମ୍‌ ୮୩୬୫୫ ଟଙ୍କା ଏବଂ ଟ୍ରାଉଜରର ଦାମ୍‌ ୪୮,୭୧୬ ଟଙ୍କା। ମୋଟ୍‌ ଡ୍ରେସ୍‌ର ମୂଲ୍ୟ ପ୍ରାୟ ୧,୩୨,୩୭୧ ଟଙ୍କା। ତାଙ୍କର ପ୍ରଶଂସକମାନେ ମଧ୍ୟ ସାରାଙ୍କ ଡ୍ରେସ୍‌କୁ ଖୁବ୍‌ ପସନ୍ଦ କରିବା ସହ ବିଭିନ୍ନ କମେଣ୍ଟ ଦେଇଛନ୍ତି।

ବଡ଼ଦିନ ଅବସରରେ ସାରା ଏବଂ ବରୁଣଙ୍କ ‘କୁଲି ନମ୍ବର-୧’ ଆମାଜନ ପ୍ରାଇମ୍‌ ଭିଡିଓରେ ମୁକ୍ତିଲାଭ କରିବ। ଏହା ଏକ ସମ୍ପୂର୍ଣ୍ଣ ପାରିବାରିକ କମେଡି ଫିଲ୍ମ। ଏହାର ନିର୍ଦ୍ଦେଶନା ଦେଇଛନ୍ତି କମେଡି କିଙ୍ଗ୍‌ ଡେଭିଡ୍‌ ଧାଓ୍ବନ୍‌। ଏହା ତାଙ୍କ ଫିଲ୍ମ ‘କୁଲି ନଂ -୧’ର ରିମେକ୍‌। ଯେଉଁଥିରେ ଗୋବିନ୍ଦା ଏବଂ କରିସ୍ମା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri