Posted inଫୁରସତ

ଅନନ୍ୟ ଶୈଳନିବାସ ସାପୁତାରା…

ଗୁଜରାଟର ଡାଙ୍ଗ ଜିଲା ଅନ୍ତର୍ଗତ ଏକ ସହର ହେଉଛି ସାପୁତାରା। ଏହା ସ୍ଥାନୀୟ ଏକ ଶୈଳନିବାସ ଭାବେ ମଧ୍ୟ ବେଶ୍‌ ପରିଚିତ। ସମୁଦ୍ରପତ୍ତନଠାରୁ ପ୍ରାୟ ୩୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ଅନନ୍ୟ ଶୈଳନିବାସଟିର ଆକର୍ଷଣୀୟ ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ସେଥିପାଇଁ ବର୍ଷସାରା ଏଠାରେ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳେ। ଅନ୍ୟଦିନ ତୁଳନାରେ ବିଶେଷକରି ଖରାଦିନେ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କର ଆଗମନ ହୋଇଥାଏ।

କ’ଣ ଦେଖିବେ

ଏହି ଶୈଳନିବାସରେ ପର୍ଯ୍ୟଟକ ବହୁ ଉଚ୍ଚ ଉଚ୍ଚ ପାହାଡ଼, ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ, ହ୍ରଦ ତଥା ସନ୍‌ସେଟ୍‌ ପଏଣ୍ଟ ତଥା ଆଧ୍ୟାତ୍ମିକସ୍ଥଳୀ ଦେଖିବାକୁ ପାଇପାରିବେ। ଯେମିତିକି:

* ସାପୁତାରା ହ୍ରଦ: ଉକ୍ତ ଶୈଳନିବାସରେ ରହିଛି ଏହି ଲୋକପ୍ରିୟ ତଥା ଆକର୍ଷଣୀୟ ହ୍ରଦ। ସାପୁତାରାର ନାମାନୁସାରେ ଏହାର ମଧ୍ୟ ନାମକରଣ ସାପୁତାରା ହ୍ରଦ ରଖାଯାଇଛି। ଏହି ହ୍ରଦରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ବୋଟିଂର ସୁବିଧା ବି ରହିଛି। ମୁଖ୍ୟତଃ ଖରାଦିନେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୋଟିଂ ପାଇଁ ଆସିଥାନ୍ତି।

* ନାଗେଶ୍ୱର ମନ୍ଦିର: ଜଙ୍ଗଲ ପରିବେଷ୍ଟିତ ଏକ ପାହାଡ଼ ଉପରେ ରହିଛି ଏହି ଆଧ୍ୟାତ୍ମିକ ପୀଠ। ପର୍ଯ୍ୟଟକ ଏଠାକୁ ଯାଇ ପ୍ରଭୁଙ୍କ ଦର୍ଶନ କରିବା ସହ ଜଙ୍ଗଲ ପରିବେଶରେ ବୁଲି ଅପୂର୍ବ ଆନନ୍ଦ ଲଭିପାରିବେ।

* ସାପୁତାରା ଆଦିବାସୀ ସଂଗ୍ରହାଳୟ: ଏହି ସଂଗ୍ରହାଳୟରେ ମୁଖ୍ୟତଃ ଆଦିବାସୀଙ୍କର କଳା, ସଂସ୍କୃତି, ପୋଷାକ, ଗହଣା ତଥା ଡାଙ୍ଗ କ୍ଷେତ୍ରର ପୂର୍ବ ଇତିହାସ ଉପରେ ଆଧାରିତ ବିଭିନ୍ନ ଜିନିଷକୁ ସାଇତି ରଖାଯାଇଥିବାର ଦେଖିବାକୁ ମିଳିଥାଏ।

* ସନ୍‌ସେଟ୍‌ ପଏଣ୍ଟ: ସାପୁତାରାରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠାରେ ପର୍ଯ୍ୟଟକ ବସି ସୂର୍ଯ୍ୟାସ୍ତର ଅପୂର୍ବ ଦୃଶ୍ୟକୁ ମନଭରି ଉପଭୋଗ କରିପାରିବେ।

* ଗିରା ଜଳପ୍ରପାତ: ସାପୁତାରାଠାରୁ ପ୍ରାୟ ୫ କି.ମି. ଦୂରରେ ରହିଛି ଏହି ଆକର୍ଷଣୀୟ ଜଳପ୍ରପାତ। ପର୍ଯ୍ୟଟକ ଚାହିଁଲେ ସାପୁତାରା ଶୈଳନିବାସ ବୁଲିବା ସହ ଏହି ଜଳପ୍ରପାତ ଦେଖିବାକୁ ମଧ୍ୟ ଯାଇପାରିବେ।

କେବେ ଯିବେ

ବର୍ଷର ଯେ କୌଣସି ସମୟରେ ଚାହିଁବେ ପର୍ଯ୍ୟଟକ ସାପୁତାରା ବୁଲିବାକୁ ଯାଇପାରିବେ। ହେଲେ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ସାପୁତାରା ଯିବା ପାଇଁ ଖରାଦିନ ଓ ଶୀତଦିନ ହେଉଛି ସବୁଠୁ ଉପଯୁକ୍ତ ସମୟ। କାରଣ ଖରାଦିନେ ଏଠାକାର ଜଳବାୟୁ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ଶୀତଦିନେ ଏଠାରେ ଥିବା ହ୍ରଦ ନିକଟକୁ ବହୁ ସଂଖ୍ୟାରେ ଭ୍ରମଣକାରୀ ପକ୍ଷୀ ଉଡ଼ି ଆସୁଥିବାରୁ ଏହା ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ପ୍ରଦାନ କରିଥାଏ।

କେମିତି ଯିବେ
ସାପୁତାରା ଯିବାପାଇଁ ଗମନାଗମନର ବି ଭଲ ସୁବିଧା ରହିଛି। ଓ୍ବାଘାଇ ରେଲ୍‌ଓ୍ବେ ଷ୍ଟେଶନ ହେଉଛି ସାପୁତାରାର ନିକଟବର୍ତ୍ତୀ ଷ୍ଟେଶନ, ଯାହା ସାପୁତାରାଠାରୁ ପ୍ରାୟ ୫୦ କି.ମି. ଦୂରରେ ଅବସ୍ଥିତ। ପର୍ଯ୍ୟଟକ ପ୍ରଥମେ ଉକ୍ତ ରେଳଷ୍ଟେଶନରେ ପହଞ୍ଚତ୍ ସେଠାରୁ ଟ୍ୟାକ୍ସି କିମ୍ବା ଟାଉନ୍‌ ବସ୍‌ ସାହାଯ୍ୟରେ ଆରାମରେ ସାପୁତାରା ଶୈଳନିବାସଠାରେ ପହଞ୍ଚତ୍ ପାରିବେ। ସେହିପରି ପର୍ଯ୍ୟଟକ ଚାହିଁଲେ, ନିଜସ୍ବ ଗାଡ଼ି ସାହାଯ୍ୟରେ ବି ଏଠାକୁ ଆରାମରେ ବୁଲି ଯାଇପାରିବେ।

ଅନ୍ୟାନ୍ୟ ଆକର୍ଷଣ
ସାପୁତାରା ହ୍ରଦରେ ବୋଟିଂ କରିବା ସହ ପର୍ଯ୍ୟଟକ ଚାହିଁଲେ ଏଠାରେ ପାରାଗ୍ଲାଇଡିଂର ମଧ୍ୟ ମଜା ନେଇପାରିବେ। କେବଳ ସେତିକି ନୁହେଁ ଏଠାରେ ଥିବା ଇକୋ ପଏଣ୍ଟରେ ନିଜ ସ୍ବରକୁ ପୁନର୍ବାର ଶୁଣିବାର ଆନନ୍ଦ ବି ଲଭିପାରିବେ। ତା’ସହିତ ଏଠାକାର ଜଙ୍ଗଲ ପରିବେଶରେ ଥିବା ବହୁ ଔଷଧୀୟ ବୃକ୍ଷରାଜି ବୁଲି ଦେଖିବା ସହ ସେ ସମ୍ପର୍କିତ ଅନେକ ତଥ୍ୟ ମଧ୍ୟ ସଂଗ୍ରହ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri