୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି ଉଲାକା ନିଜର ୫ବର୍ଷର ରିପୋର୍ଟ ସୂଚନା ଦେବା ସହ ଏହାର ଏକ କାର୍ଡ ଉନ୍ମୋଚନ କରିଥିଲେ ା ଏ ନେଇ ସେ କହିଛନ୍ତି, ଏହି ରିପୋର୍ଟ କାର୍ଡରେ ରହିଥିବା ତଥ୍ୟ ପ୍ରତି ଯଦି କାହାର କିଛି ସନ୍ଦେହ ଉପୁଜେ, ତେବେ ସାଧାରଣ ଜନତା ଲୋକ ସଭା ୱେବ୍‌ସାଇଟରେ ଉପଲବ୍ଧ ଥିବା ତଥ୍ୟ ଦେଖିପାରିବେ।
୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ଏକମାତ୍ର କଂଗ୍ରେସ ଏମ୍‌ପି ଭାବେ କୋରାପୁଟ ଲୋକ ସଭା ଆସନରୁ ନିର୍ବାଚିତ ହେବା ପରେ ଏହି ୫ବର୍ଷ ମଧ୍ୟରେ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ବିକାଶ ପାଇଁ ଜନତାଙ୍କ ହିତ, ଶିକ୍ଷା, ଭିତ୍ତିଭୂମି ବିକାଶ, ରୋଜଗାର, ସ୍ବାସ୍ଥ୍ୟ, ନୀତି ହସ୍ତକ୍ଷେପ ଓ ରେଳ ଯୋଗାଯୋଗ ଆଦି କ୍ଷେତ୍ରରେ ସଂସଦରେ ଦାବି ଉପସ୍ଥାପନ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମଧ୍ୟ ବିଭିନ୍ନ ସମସ୍ୟା ବିଷୟରେ ଅବଗତକରି ବିକାଶ କରାଇଛନ୍ତି ା ଗ୍ରାମାଞ୍ଚଳରେ ମୋବାଇଲ ସୁବିଧା ପାଇଁ ୧୩୫୦ କୋଟି ଟଙ୍କା ବ୍ୟୟରେ ରାୟଗଡ଼ା ଓ କୋରାପୁଟ ଜିଲା ନିମନ୍ତେ ୧୪୮୨ଟି ମୋବାଇଲ ଟାୱାର ଅନୁମୋଦନ, ଜୟପୁର ବିମାନବନ୍ଦରରେ ନିୟମିତ ବିମାନ ଚଳାଚଳ, ଏମ୍‌ପି ଲାଡ୍‌ରୁ ୧୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୨୦୦ରୁ ଊର୍ଦ୍ଧ୍ୱ ରାସ୍ତା, ୧୨ଟି ଶ୍ରେଣୀଗୃହ, ୧୦ରୁ ଅଧିକ ପାନୀୟଜଳ ପ୍ରକଳ୍ପ, ୬୮କମ୍ୟୁନିଟି ହଲ୍‌, ୩୦ରୁ ଅଧିକ କଲର୍ଭଟ ଏବଂ ଜମି କେନାଲ ସମେତ କୋଭିଡ୍‌ ସମୟରେ ୧.୫କୋଟି ଟଙ୍କା ବ୍ୟୟରେ କୋଭିଡ୍‌ ପରିଚାଳନା ଆଦି ସୁବିଧା କରିଛନ୍ତି ବୋଲି କହିଛନ୍ତି ସପ୍ତଗିରି ା ସେହିଭଳି ରାୟଗଡ଼ା ଓ କୋରାପୁଟଠାରେ ଏନ୍‌ଇଇଟି ପରୀକ୍ଷା କେନ୍ଦ୍ର, ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରାପ୍ତି, ରାୟଗଡ଼ା ଓ କୋରାପୁଟରେ ୧୯ଟି ଏକଲବ୍ୟ ଆବାସିକ ବିଦ୍ୟାଳୟ, ଗୁଣପୁରଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଭିତ୍ତିଭୂମିର ବିକାଶ, ପିଏମ୍‌ଜିଏସ୍‌ୱାଇ ଯୋଜନାରେ ୧୬୮ ରାସ୍ତା ଦାବି, ୯୦୦ କୋଟି ଟଙ୍କାରେ ଜୟପୁର, ରାୟଗଡ଼ା ଓ କୋରାପୁଟ ବାଇପାସ୍‌ ରାସ୍ତା ନିର୍ମାଣ, ୮ହଜାର କୋଟି ଟଙ୍କା ବ୍ୟୟରେ କଂସାରିଗୁଡ଼ାଠାରେ ବହୁ ପ୍ରତୀକ୍ଷିତ ଆଲୁମିନା ରିଫାଇନାରି ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ, କମ୍ପାନୀରେ ୪୫୦୦ ସିଧାସଳଖ ନିଯୁକ୍ତି ଓ ୨୦ହଜାର ଅତିରିକ୍ତ ନିଯୁକ୍ତ, କରୋନା ମୁକାବିଲା ପାଇଁ ୧କୋଟି ଟଙ୍କା ସହାୟତା ରାଶି ପ୍ରଦାନ, ଏମ୍‌ପି ଲାଡ୍‌ରୁ କୋରାପୁଟ ଓ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ୨ଟି ଆମ୍ବୁଲାନ୍ସ ପ୍ରଦାନ ଭଳି ବିକାଶ କରାଇବାରେ ସକ୍ଷମ ହୋଇଛନ୍ତି ା ସେହିଭଳି କୋଭିଡ୍‌ ପରଠାରୁ ବନ୍ଦ ରହିଥିବା ଟ୍ରେନ୍‌ ରହଣିକୁ ପୁନଃ କାର୍ଯ୍ୟକ୍ଷମ କରାଇଛନ୍ତି ା ତେବେ ଆଗାମୀ ନିର୍ବାଚନରେ ସେ ବିଜୟ ଲାଭ କରିବା ପରେ ଅଞ୍ଚଳର ଜଳ, ଜଙ୍ଗଲ ଓ ଜମିର ବିକାଶ ପାଇଁ ସବୁବେଳେ ସଂଘର୍ଷ ଜାରି ରହିବ ବୋଲି ଏମ୍‌ପି ସପ୍ତଗିରି କହିଛନ୍ତି ା ଅନ୍ୟପଟେ ବାହାରୁ କେତେଜଣ ନେତା ଆସି କଂଗ୍ରେସ ଏମ୍‌ପି ଇଟାଟିଏ ମଧ୍ୟ ପକାଇ ନ ଥିବା ଅଭିଯୋଗର ଉତ୍ତରରେ ସପ୍ତଗିରି କହିଛନ୍ତି, ସେ ଅଞ୍ଚଳର ବିକାଶ ପାଇଁ କ’ଣ ସବୁ କରିଛନ୍ତି ତାଙ୍କ ରିପୋର୍ଟ କାର୍ଡ ଦେଖିଲେ ଜାଣିପାରିବେ ା ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ଼ା ବିଧାୟକ ପ୍ରାର୍ଥୀ ଆପଲସ୍ବାମୀ କାଡ୍ରାକା, ପିସିସି ସାଧାରଣ ସମ୍ପାଦକ ଦୁର୍ଗାପ୍ରସାଦ ପଣ୍ଡା, ଜିଲା ମିଡିଆ ସେଲ୍‌ ଅଧ୍ୟକ୍ଷ ଶଙ୍କର୍ଷଣ ମଙ୍ଗରାଜ, ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଓ ଅସଲାମ୍‌ ଖାନ୍‌ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?