କମେଡି ଶୋ ‘ଦି କପିଲ ଶର୍ମା ଶୋ’ର ସପ୍ନା ଗୋଟିଏ ଏପିସୋଡ ପାଇଁ ଚାର୍ଜ କରନ୍ତି ଲକ୍ଷ ଲକ୍ଷ ଟଙ୍କା, ଶୋ’ ବ୍ୟତୀତ ଆଓ୍ବାର୍ଡ ଶୋ’ରୁ ମିଳେ କୋଟି କୋଟି ଟଙ୍କା

ମୁମ୍ବାଇ: ଲୋକପ୍ରିୟ କମେଡି ଶୋ ‘ଦି କପିଲ ଶର୍ମା ଶୋ’ ଘରେ ଘରେ ପରଚିତ। ଏହି ଶୋ’ରେ ‘ସପ୍ନା’ ଭୂମିକାରେ ଅଭିନୟ କରୁଥିବା କୃଷ୍ଣା ଅଭିଷେକ ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ପୁଣି ସେ କପିଲ ଶର୍ମା ଶୋ’କୁ ଏଣ୍ଟ୍ରି କରିଛନ୍ତି। କପିଲଙ୍କ ବିୟୁଟି ପାର୍ଲରର ସପ୍ନା ଗୋଟିଏ ଏପିସୋଡ ପାଇଁ ଲକ୍ଷ ଲକ୍ଷ ଟଙ୍କା ଚାର୍ଜ କରିଥା’ନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସପ୍ନା ଏହି ଶୋ’ ବ୍ୟତୀତ ବିଭିନ୍ନ ଆଓ୍ବାର୍ଡ ଶୋ’ରୁ ବର୍ଷକୁ କୋଟି କୋଟି ଟଙ୍କା ଆୟ କରଥା’ନ୍ତି।

ବଲିଉଡର ଷ୍ଟାର୍‌ ଅଭିନେତା ଗୋବିନ୍ଦାଙ୍କ ଭଣଜା କୃଷ୍ଣା ଅଭିଷେକ ଗତ କିଛି ବର୍ଷ ଧରି ଗ୍ଲାମର ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। କିନ୍ତୁ ଲୋକପ୍ରିୟ କମେଡି ଶୋ ‘ଦି କପିଲ ଶର୍ମା’ ଶୋ’ରୁ ସେ ପପୁଲାର ହୋଇ ପାରିଥିଲେ। ଏହି ଶୋ’ରେ ଅଭିଷେକ ସପ୍ନା ପାର୍ଲର ୱାଲି ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଦିଅନ୍ତି।

୨୦୦୨ରେ ଅଭିଷେକ ତାଙ୍କର ଆକ୍ଟିଗଂରେ କ୍ୟାରିୟର ଆରମ୍ଭ କରିଥିଲେ। ସେ ‘ହମ ତୁମ ଅର ମଦର’, ‘ଜହାଂ ଯାଇଏଗା ହମେ ପାଇଏଗା’ ପରି ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ସେ ଭୋଜପୁରୀ ଇଣ୍ଡଷ୍ଟ୍ରିର ମଧ୍ୟ ଲୋକପ୍ରିୟ ଚେହେରା ରହିଆସିଛନ୍ତି। ସେଠାରେ ବେଶି ନେମ୍‌ ଫେମ୍‌ ନ ମିଳିବାରୁ ଭୋଜପୁରୀ ଇଣ୍ଟଷ୍ଟ୍ରି ଛାଡି ଟିଭି ରିଆଲିଟି ଶୋ’ରେ ଏଣ୍ଟ୍ରି କରିଥିଲେ। ତେବେ ଅଭିଷେକଙ୍କୁ ‘କମେଡି ସର୍କସ’ରୁ ଅଧିକ ସଫଳତା ମିଳିଥିଲା। ଯାହାଯୋଗୁ ସେ ସେ ଘରେ ଘରେ ପରିଚିତ ହୋଇ ପାରିଥିଲେ।
ଏହାପରେ ସେ ଦି କପିଲ ଶର୍ମା ଶୋ’ରେ ଲେକପ୍ରିୟ ହୋଇଥିଲେ। ଅଭିଷେକ ଏହି ଶୋ’ର ଗୋଟିଏ ଏପିସୋଡ କରିବା ପାଇଁ ପ୍ରତି ମାସରେ ପ୍ରାୟ ୧୦ ରୁ ୧୨ ଲକ୍ଷ ଟଙ୍କା ନେଇଥା’ନ୍ତି। ଏହା ବ୍ୟତୀତ ଅଭିଷେକଙ୍କ ମୋଟ ବାର୍ଷିକ ସମ୍ପତ୍ତି ହେଉଛି ୪୦ କୋଟି ଟଙ୍କା। ଏହି ଶୋ ବ୍ୟତୀତ ଅଭିଷେକ ବିଭିନ୍ନ ଆଓ୍ବାର୍ଡ ଶୋ ଏବଂ ଇଭେଣ୍ଟରୁ ମଧ୍ୟ ଅଧିକ ଆୟ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଦିନରେ କୋଟି କୋଟି ଟଙ୍କାର ଶେୟାର କିଣିଲେ ଟ୍ରମ୍ପ, ଥରି ଉଠିଲା ଆମେରିକା

ଓ୍ବାଶିଂଟନ,୧୮।୫: ଏହି ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ବା ତାଙ୍କ ପରାମର୍ଶଦାତାମାନେ ୩,୭୦୦ରୁ ଅଧିକ ଷ୍ଟକ ବାଣିଜ୍ୟ କରିଛନ୍ତି। ଏହି…

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର…

କ୍ରାଇମବ୍ରାଞ୍ଚ DGଙ୍କ ବଡ଼ ବୟାନ: ସୌମ୍ୟ ହତ୍ୟାର ସବୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୫: କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସବୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା DG ମିଶ୍ର…

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri