ଖୋଲିଲା ସାଓ୍ବଂଲିଆ ସେଠ୍‌ ମନ୍ଦିରର ଭଣ୍ଡାର: ୧୦ଦିନରେ ଦାନ କରାଯାଇଛି ୩ କୋଟିରୁ ଊର୍ଦ୍ଧ୍ୱ

ଚିତ୍ତରଗଡ଼,୯।୭: ରାଜସ୍ଥାନର ଚିତ୍ତରଗଡ଼ ଜିଲାରେ ଥିବା ମଓ୍ବୋରର ପ୍ରସିଦ୍ଧ କୃଷ୍ଣ ଧାମ ସାଓ୍ବଂଲିଆ ଜି ମନ୍ଦିରର ଭଣ୍ଡାର ଖୋଲାଯାଇଛି। କରୋନା କାଳ ପରେ ଖୋଲାଯାଇଥିବା ଏହି ଭଣ୍ଡାରରୁ ୩କୋଟିରୁ ଅଧିକ ଦାନ ଅର୍ଥ ବାହାରିଛି। ସବୁଠାରୁ ବଡ଼ କଥା ହେଲା ୩ମାସର ଲକ୍‌ଡାଉନ ପରେ ମାତ୍ର ୧୦ଦିନରେ ଏହି ଦାନ ଅର୍ଥ ବାହାରିଥିବା ଜଣାପଡ଼ିଛି। ଗତ ଏପ୍ରିଲ ୧୦ ଚତୁର୍ଦ୍ଦଶୀରେ ସାଓ୍ବାଂଲିଆ ଜିଙ୍କ ଭଣ୍ଡାର ଖୋଲାଯାଇଥିଲା। ଏହାପରେ କରୋନା ସଂକ୍ରମଣ ଯୋଗୁ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଥିଲା। ତେବେ ଜୁନ ୨୮ରେ ନୂଆ ଗାଇଡଲାଇନ୍‌ ସହ ଉକ୍ତ ମନ୍ଦିରକୁ ପୁଣି ଥରେ ଖେଲାଯାଇଛି। ସାଓ୍ବଂଲିଆ ସେଠ୍‌ଙ୍କ ମହିମା ବିଷୟରେ କହିଲେ ନ ସରେ। ପ୍ରତ୍ୟେକ୍ଷ ଠାକୁର ଭାବେ ସେ ସେଠାରେ ପୂଜା ପାଉଛନ୍ତି। ତେବେ ମାତ୍ର ୧୦ ଦିନରେ ଖୋଲାଯାଇଥିବା ଭଣ୍ଡାରରୁ ୩କୋଟି ୧୨ ଲକ୍ଷ ଟଙ୍କାରୁ ଅଧିକ ଦାନ ଅର୍ଥ ବାହାରିଛି। ଏତଦ୍‌ ବ୍ୟତୀତ ୩୩ଗ୍ରାମ ସୁନା ଓ ୧୩୭୦ଗ୍ରାମ ରୁପା ଅଳଙ୍କାର ଚଢ଼ାଯାଇଛି। ଏଥିରୁ ସହଜରେ ଅନୁମେୟ କରାଯାଇପାରିବ ଯେ, ଏହି ମନ୍ଦିର ଉପରେ ଲୋକଙ୍କର କେତେ ଆସ୍ଥା ଓ ବିଶ୍ୱାସ ରହିଛି। ପ୍ରତି ମାସର ଅମାବାସ୍ୟାରେ ମନ୍ଦିରର ଭଣ୍ଡାର ଖୋଲାଯାଇଥାଏ। ସୂଚନା ମୁତାବକ ୧୮୪୦ରେ ତତ୍କାଳୀନ ମେୱାର ରାଜ୍ୟରେ ଭଗବାନ କୃଷ୍ଣଙ୍କର ୩ଟି ପ୍ରତିମୂର୍ତ୍ତି ସାଓ୍ବଂଲିଆ ଆକାରରେ ବାହାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ମାତିଲା ପାଗଳ ମାଙ୍କଡ, ସକାଳ ହେଲେ ପଡିଯାଉଛି ତାଟି କବାଟ, ଆତଙ୍କିତ ଅବସ୍ଥାରେ ଲୋକେ

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମର ୮ରୁ ଅଧିକ ଜଣ ପାଗଳ ମାଙ୍କଡ କାମୁଡ଼ାରେ ଆହାତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ…

ମେସି-ରୋନାଲ୍ଡୋ ଯଦି ଏକାଠି ହୁଅନ୍ତି ତେବେ ଫିକା ପଡିଯିବ BCCI! ଏମାନଙ୍କ ନେଟ ଓ୍ବର୍ଥ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୬: ଫୁଟବଲ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ, ପ୍ରାୟ ପ୍ରତ୍ୟେକ ଦେଶରେ ଖେଳାଯାଏ। କ୍ରିକେଟ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ବିଶ୍ୱ ଦର୍ଶକଙ୍କ ଉପରେ ଏହାର କବଜାକୁ…

କେନାଲରୁ ମିଳିଲା ୬ ପିତ୍ତଳ ନାଗ, ଦିଗପହଣ୍ଡିରେ ଚର୍ଚ୍ଚା

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତ ଚକ୍ରପୁର ଗାଁ ନିକଟ କେନାଲରୁ ୬ ଟି ପିତ୍ତଳ ନିର୍ମିତ ନାଗ ମିଳିଛି। ଗ୍ରାମର…

NEET ପୁନଃପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟେଲିଗ୍ରାମ ଉପରେ ଲାଗିଲା ଅସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର NEET-UG ପୁନଃପରୀକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ ବ୍ୟବହାର ଉପରେ ଏକ ଅସ୍ଥାୟୀ କଟକଣା ଜାରି…

କେନ୍ଦୁଝରରେ ଚାଞ୍ଚଲ୍ୟ, ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଜାମୁଡ଼ିହା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ…

ଶିଳ୍ପ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ

ବଲାଙ୍ଗୀର,୧୬।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ମଙ୍ଗଳବାର ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ…

ଭାତହାଣ୍ଡିର ଚାଷୀଙ୍କୁ ହତାଦର, ମାସେ ପରେ ବି ମିଳିପାରିନି ଟୋକନ

ବରଗଡ଼,୧୬।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି । ଆଉ ୨ସପ୍ତାହ ପରେ ଏହି ପ୍ରକ୍ରିୟା ସରିଯିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ…

‘ଇରାନ ସହ ଚୁକ୍ତି କରିଛି ଆମେରିକା, ହେଲେ ଆମେରିକା ଉପରେ ଭରସା ନାହିଁ’, କାହିଁକି ଏମିତି ଚେତାବନୀ ଦେଲା CIA? ଜାଣନ୍ତୁ…

ଓ୍ବାଶିଂଟନ,୧୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧକୁ ଏଡାଇବା ପାଇଁ ଏକ ଚୁକ୍ତି ହୋଇଛି, କିନ୍ତୁ ଆମେରିକାରେ ସମସ୍ତେ ଏହି ଚୁକ୍ତି ଉପରେ ଆସ୍ଥା ପ୍ରକଟ କରିନାହାଁନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri