ସଂସ୍କାର ଫଂସ୍କାର ବାଜେକଥା

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

ଶୀର୍ଷକର ଏହି ଅବାଞ୍ଛିତ ମନ୍ତବ୍ୟଟି ଶୁଣିବାକୁ ମିଳିଲା ମୁକ୍ତ ଚେତନା ସପକ୍ଷରେ କୁହାଟ ଛାଡ଼ୁଥିବା ଜଣେ ଯୁବକଙ୍କଠାରୁ, ଯିଏ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରୁଥିବା ଏକ ବିବାଦୀୟ ପ୍ରସଙ୍ଗ ସପକ୍ଷରେ ପ୍ରଗଳ୍‌ଭ ହୋଇ ଉଠୁଥିଲେ। ପ୍ରସଙ୍ଗଟି ଥିଲା ସମଲିଙ୍ଗୀ ବିବାହକୁ ନେଇ। ସଂସାରରେ ସୃଷ୍ଟି ହୋଇଥିବା ପ୍ରତ୍ୟେକ ପ୍ରାଣୀଙ୍କ ବଂଶ ବିସ୍ତାର ପାଇଁ ଦୁଇ ବିପରୀତ ଲିଙ୍ଗୀଙ୍କ ସଂସର୍ଗ ଏକ ଜୈବିକ ଆବଶ୍ୟକତା। ବିଶେଷତଃ ସୃଷ୍ଟିର ସମସ୍ତ ପ୍ରାଣୀଙ୍କ ମଧ୍ୟରେ ବଡ଼ପଣ୍ଡା ବୋଲାଉଥିବା ମଣିଷ ନିଜର ନିମ୍ନତମ ସଂସ୍କାର ବିରୋଧରେ ଯାଇ ପୁଅଟିଏ ପୁଅକୁ ବା ଝିଅଟିଏ ଅନ୍ୟ ଜଣେ ଝିଅକୁ ବିବାହ କରିବା ଅତ୍ୟନ୍ତ ଅକଳ୍ପନୀୟ ବୋଲି ପ୍ରତିପକ୍ଷ ମତ ଦେବାରୁ ଅତ୍ୟନ୍ତ କ୍ରୋଧିତ ହୋଇ ସେ କହିଲେ- ”ସଂସ୍କାର ଫଂସ୍କାର ସବୁ ବାଜେକଥା। ସଂସ୍କାର ନାମ ନେଇ ମଣିଷର ମୁକ୍ତ ଚେତନାକୁ ବହୁଭାବେ ଅବଦମିତ କରାଯାଇଛି। ତା’ର ସ୍ବାଧୀନ ଚିନ୍ତାକୁ ଡଷ୍ଟବିନ୍‌ରେ ଫିଙ୍ଗି ଦିଆଯାଇଛି। ଆଉ ନୁହେଁ। ଅତୀତରେ ସହବାସ ସମ୍ପର୍କ ବା ଲିଭ-ଇନ୍‌-ରିଲେଶନକୁ ସୁପ୍ରିମକୋର୍ଟର ଅନୁମୋଦନ ମିଳିଲା ଭଳି ଏବେ ସମଲିଙ୍ଗୀ ବିବାହ ମଧ୍ୟ ବୈଧ ବିବେଚିତ ହେବ। ସଂସ୍କାର ନାମରେ ମଣିଷ ଆଉ ଶୋଷଣର ଶିକାର ହେବନାହିଁ।“
ପ୍ରକୃତରେ ସଂସ୍କାର ଶୋଷଣ କରେ ନା ଶୋଷଣରୁ ରକ୍ଷା କରେ, ସେ ସମ୍ପର୍କରେ ଛୋଟ ଏକ ଘଟଣା। ଘଟଣାଟି ସମ୍ପର୍କରେ ଶୁଣିବାକୁ ମିଳିଥିଲା ଜଣେ ବନ୍ଧୁଙ୍କଠାରୁ, ଯିଏ ଘଟଣାର ଦ୍ୱିତୀୟ ଭାଗ ଶୁଣାଇଲା ପରେ ଅତି ଦୁଃଖରେ କହିଥିଲେ, ମଣିଷ ସଂସ୍କାରଦ୍ରୋହୀ ହେଲେ ତା’ର ଶେଷବାଣୀ ଏୟା ହିଁ ହୁଏ। କଥାଟି ଥିଲା ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ତରୁଣୀ କନ୍ୟାକୁ ନେଇ। ଝିଅଟି ଚାରିବର୍ଷ ତଳେ ବାଙ୍ଗାଲୋରରେ ରହି ଚାକିରି କରୁଥିଲା। ସେଠାରେ ଜଣେ ଅଣଓଡ଼ିଆ ସହକର୍ମୀ ଯୁବକ ସହ ସହବାସୀ ସମ୍ପର୍କରେ ରହିଲା। ନିଜ ମା’ବାପାଙ୍କଠାରୁ ଏ ସମ୍ପର୍କ ଲୁଚାଇ ରଖିଲା ପରେ ଅନ୍ୟ ଏକ ସୂତ୍ରରୁ ଏ ସମ୍ପର୍କରେ ଜାଣି ମା’ବାପା ଦୁହେଁ ଦୁଃଖରେ ଭାଙ୍ଗିପଡ଼ିଲେ ଓ ଝିଅକୁ ଏପରି ଅନୈତିକ ସମ୍ପର୍କ ସଂସ୍କାରର ପରିପନ୍ଥୀ ବୋଲି ବହୁଭାବେ ବୁଝାଇଲେ। ଝିଅଟି ବୁଝିଲା ନାହିଁ। ବୋଧହୁଏ ପୂର୍ବୋକ୍ତ ଯୁବକ ପରି କହିଥିବ- ”ସଂସ୍କାର ଫଂସ୍କାର ସବୁ ପୁରୁଣା କଥା। ତୁମ ଦୃଷ୍ଟିରେ ଯାହା ଅନୈତିକ ଆଇନ ଦୃଷ୍ଟିରେ ତାହା ଅବୈଧ ନୁହେଁ। ସୁତରାଂ ବିବାହ ନ କରି ସ୍ବାମୀ-ସ୍ତ୍ରୀ ଭଳି ସାଙ୍ଗରେ ରହିବା କିଛି ଦୋଷାବହ ନୁହେଁ।“
ସଂସ୍କାରସମ୍ପନ୍ନ ମା’ବାପାଙ୍କୁ ପିଠି କରି ସଂସ୍କାର ବିରୋଧୀ ଝିଅଟି ଚାଲି ଯାଇଥିଲା ତା’ କର୍ମସ୍ଥଳକୁ, ତା’ ସହକର୍ମୀକୁ ଜୀବନସାଥୀ କରି ସହବାସୀ ସମ୍ପର୍କରେ ରହିବା ପାଇଁ। ମାତ୍ର ବର୍ଷଟିଏ ଯାଇନି, ସେ ପୁଣି ଫେରିଆସିଲା ସହବାସୀ ସମ୍ପର୍କର ଅପମୃତ୍ୟୁ ଘଟାଇ, ତା’ ତଥାକଥିତ ଜୀବନସାଥୀ ସହ ସମ୍ପର୍କ ତୁଟାଇ। ମା’ବାପା ଖୁସି ହେଲେ ନାହିଁ କି ଦୁଃଖ କଲେ ନାହିଁ। ତିନି ମାସ ବିତିଗଲା ପରେ ଝିଅକୁ ବାଙ୍ଗାଲୋର ନ ଫେରିବା ଦେଖି ଜାଣିଲେ ଯେ ସେ ଚାକିରି ଛାଡ଼ି ଚାଲିଆସିଛି। ଏହାର କିଛିଦିନ ପରେ ଝିଅଟି ଭୁବନେଶ୍ୱରରେ ଏକ ସରକାରୀ ଚାକିରି ପାଇଗଲା। ବୟସରେ ତାରୁଣ୍ୟର ରଙ୍ଗ ଲିଭିବା ପୂର୍ବରୁ ଝିଅକୁ ନିଃସଙ୍ଗ ଜୀବନ ବିତାଉଥିବାର ଦେଖି ମା’ବାପା ଦୁହେଁ ଦୁଃଖରେ ଭାଙ୍ଗିପଡ଼ୁଥିବା ବେଳେ ତା’ ପାଖରୁ ଜାଣିଲେ ଯେ ସେ ଏଥର ଏକ ମୁସଲମାନ ଯୁବକକୁ ଭଲ ପାଇ ବସିଛି ଓ ତାକୁ ବିବାହ କରିବାକୁ ଚାହୁଁଛି। ପୁଣି ସଂସ୍କାର କଥା ଉଠାଇ ମା’ବାପା ଅରାଜି ହେଲେ ସିନା ଝିଅ କିନ୍ତୁ ସଂସ୍କାର ଭଳି ପୁରୁଣା ବିଚାରକୁ ଗୋଟିଏ ଫୁତ୍‌କାରରେ ଉଡ଼ାଇ ଦେଇ ଦ୍ୱିତୀୟ ସାଥୀ ସହ ସହବାସୀ ସମ୍ପର୍କରେ ରହିଲା। ଛଅମାସ ଯାଇନାହିଁ ସେଇ ପ୍ରତ୍ୟାଶିତ ଅଘଟଣଟି ଘଟିଗଲା। ଝିଅଟି ଗର୍ଭବତୀ ହେଲାରୁ ତା’ ସାଥୀକୁ ବିବାହ କରିବାକୁ ଜୋରଦେଲା। ପୁଅଟି ତା’ ଧର୍ମର ବିଧି ବ୍ୟବସ୍ଥା ଅନୁଯାୟୀ ଝିଅଟିକୁ ନିଜ ଧର୍ମକୁ ନେବା ପାଇଁ ବାଧ୍ୟ କଲା। ଝିଅ ଅରାଜି ହେଲାରୁ ପରିଣାମ ହେଲା ଅତ୍ୟନ୍ତ ପ୍ରତ୍ୟାଶିତ। ହତ୍ୟା ହେଉ କି ଆମତ୍ହତ୍ୟା, ଅକାଳରେ ଅବସାନ ଘଟିଲା ଗୋଟିଏ ତରୁଣୀ ଜୀବନର। ଦୁଇ ଦୁଇ ଥର ସେମାନଙ୍କୁ ଅବଜ୍ଞା କରିଥିବା ଝିଅ ପାଇଁ କାନ୍ଦିବାକୁ ମା’ବାପାଙ୍କ ଆଖିରେ ଲୁହ ନ ଥିଲା।
ଏ କେବଳ ଗୋଟିଏ ଘଟଣା ନୁହେଁ। ଭାରତୀୟ ସଂସ୍କାର ଓ ସଂସ୍କୃତି ସୂତ୍ରରେ ଅନୈତିକ ବିବେଚିତ ହେଉଥିବା ସହବାସୀ ସମ୍ପର୍କ ଅବୈଧ ନୁହେଁ ବୋଲି ସୁପ୍ରିମକୋର୍ଟ କହିଲା ପରେ ବିବାହ ନ କରି ବହୁ ଯୁବତୀ ଯୁବକ ଅଘୋଷିତ ଦାମ୍ପତ୍ୟ ଉପଭୋଗ କରୁଛନ୍ତି ଓ ମୁକ୍ତ ଚେତନା ନଁାରେ ପୁଣି କିଛିଦିନ ପରେ ପରସ୍ପରଠୁ ବିଚ୍ଛିନ୍ନ ହୋଇ ଯାଉଛନ୍ତି। ଏ ସବୁ ସଂସ୍କାର ବିବର୍ଜିତ କାର୍ଯ୍ୟ ପ୍ରତି ଆଇନର ସମର୍ଥନ ଦେଖି ସମାଜ ନୀରବ ରହିବାକୁ ବାଧ୍ୟ ହେଉଛି। ଏକ ନୀତିନିଷ୍ଠ ସମାଜର ସଂସ୍କାର ଉପରେ ଆଇନର ଏହି ହାତୁଡ଼ି ପ୍ରହାର ଯଥେଷ୍ଟ ନ ହେଲା ଭଳି ଏବେ ପୁଣି ଆଉ ଯେଉଁ ବିଚିତ୍ର ଦାବିଟିଏ ମୁଣ୍ଡ ଟେକି ଉଚ୍ଚତମ ନ୍ୟାୟାଳୟର ସିଦ୍ଧାନ୍ତକୁ ଅପେକ୍ଷା କରି ରହିଛି, ତାହା ହେଉଛି ‘ସମଲିଙ୍ଗୀ ବିବାହ’। ବଡ଼ ବିଚିତ୍ର ଏହି ବିବାହ! ସଚରାଚର ବିବାହ ପରେ ନାରୀପୁରୁଷ ଜାୟା ଓ ପତି ରୂପରେ ଦମ୍ପତି ବୋଲାଉଥିବା ବେଳେ ଏ କ୍ଷେତ୍ରରେ ଦୁଇଟି ପୁରୁଷ ବା ଦୁଇଜଣ ନାରୀଙ୍କ ମଧ୍ୟରୁ କିଏ ଜାୟା ଓ କିଏ ପତିର ମାନ୍ୟତା ପାଇବ; ତାହା ବୋଧହୁଏ ଅଦାଲତର ବିଚାର ପରିସରକୁ ଆସି ନ ଥିବ! ବହୁବର୍ଷ ତଳେ ଅବିବାହିତା ନାରୀଙ୍କ ମାତୃତ୍ୱ ଲାଭ ସପକ୍ଷରେ ଦୃଢ଼ ଯୁକ୍ତି ବଢ଼ାଯାଇଥିଲା। ତା’ ସହ ଅନ୍ୟାନ୍ୟ କର୍ମଜୀବୀ ବିବାହିତା ମହିଳାଙ୍କ ପରି ଏହି ଅବିବାହିତା କର୍ମଜୀବୀମାନଙ୍କୁ ପ୍ରସବକାଳୀନ ଛୁଟି ମଞ୍ଜୁର ପାଇଁ ଦାବି ଉଠିଥିଲା। ମାତ୍ର ଧନ୍ୟ କହିବ, ନୀତିରୁ ଜନ୍ମ ନେଇଥିବା ଆମ ଦେଶର ନ୍ୟାୟ ବ୍ୟବସ୍ଥାକୁ, ସେତେବେଳେ ଏ ପ୍ରକାର ଏକ ଅଯୌକ୍ତିକ ତଥା ଅନୈତିକ ଦାବିକୁ ପ୍ରତ୍ୟାଖ୍ୟାନ କରି ଭାରତ ସରକାର ଅବିବାହିତାମାନଙ୍କ ପ୍ରସବକୁ ଏକ ‘ନୈତିକ ସ୍ଖଳନ’ ବୋଲି ମନ୍ତବ୍ୟ ଦେଇଥିଲେ। ମଣିଷ ଯେ ଇତର ପ୍ରାଣୀମାନଙ୍କଠୁଁ ଏକ ଉନ୍ନତ ଜୀବନର ଅଧିକାରୀ, ସମାଜ ଆଚରିତ ନୈତିକତାବୋଧ ନିକଟରେ ଏହାର ଆଚରଣ ଯେ ଉତ୍ତରଦାୟୀ, ଏହା ପ୍ରଶାସନିକ ସ୍ତରରେ ପ୍ରମାଣିତ ହୋଇଯାଇଥିଲା।
ଅଥଚ ଏହା ମଧ୍ୟରେ ଉଭୟ ମଣିଷ ଓ ସମାଜର ଚେତନାରେ କ’ଣ ଏମିତି ପରିବର୍ତ୍ତନ ହୋଇଗଲା ଯେ ଏବେ ଚିତ୍ର ନଗରୀର ଜଣେ ଅଭିନେତ୍ରୀ ଅତି ନିର୍ଲଜ୍ଜ ଭାବେ କହିପାରୁଛି- ”ବିବାହ କଥା ପରେ, ମାତ୍ର ତା’ ପୂର୍ବରୁ ମୁଁ ମାଆ ହେବାକୁ ଚାହେଁ।“ ଆଧୁନିକତାର ଅନ୍ଧ ଔଜ୍ଜ୍ୱଲ୍ୟ ସହ ମୁକ୍ତ ଚେତନାର ଅବାଞ୍ଛିତ ଆକର୍ଷଣ ଯେତେବେଳେ ଏକ ସଂସ୍କାରନିଷ୍ଠ ସମାଜ ଉପରେ ଭାରି ପଡ଼ିଯାଏ, ସେତେବେଳେ କେବଳ ଅବିବାହିତା ତରୁଣୀଟିଏ ଗର୍ଭବତୀ ହେବାକୁ ଘୋଷଣା କରେ ନାହିଁ, ପୁରୁଷଟିଏ ଅନ୍ୟ ଏକ ପୁରୁଷକୁ ବା ନାରୀ ଜଣେ ଅନ୍ୟ ଏକ ନାରୀକୁ ବିବାହ କରିବାକୁ ନିଜ ଅଧିକାର ବୋଲି ଦାବି କରେ। କେବଳ ପରସ୍ପରର ସଙ୍ଗ ଲୋଡ଼ିବା ବ୍ୟତିରେକେ ସନ୍ତାନ ଉତ୍ପାଦନ କରିବା ଯେ ବିବାହର ମୁଖ୍ୟ ଲକ୍ଷ୍ୟ, ଭବିଷ୍ୟତ ବିଶ୍ୱକୁ ପ୍ରାଣମୟ କରି ଗଢ଼ି ତୋଳିବାକୁ ବିପରୀତ ଲିଙ୍ଗୀ ଦମ୍ପତିଙ୍କର ଯେ ଏକ ଜୈବିକ ଆବଶ୍ୟକତା ରହିଛି, ଏମିତି ଏକ ସ୍ବଚ୍ଛ ସତ୍ୟକୁ ସେ ଅସ୍ବୀକାର କରେ।
ଭୁଲିଗଲେ ଚଳିବ ନାହିଁ ଯେ ସମଲିଙ୍ଗୀ ବିବାହ ପ୍ରକୃତି ବିରୋଧରେ ଏକ ଖୋଲା ବିଦ୍ରୋହ। ଇତିହାସ ସାକ୍ଷୀ ଅଛି, ମଣିଷର ଜ୍ଞାନ, ବିଜ୍ଞାନ, ବିଦ୍ୟା ବିଦ୍‌ବତ୍ତା ବା ଉଗ୍ର ଆଧୁନିକତା ଯେତେବେଳେ ପ୍ରକୃତି ବିରୋଧରେ ଆହ୍ବାନ ହୋଇ ଛିଡ଼ା ହୋଇଛି, ସେତେବେଳେ ପ୍ରକୃତି ଅତ୍ୟନ୍ତ ନିର୍ମମ ଭାବେ ତାହାର ପ୍ରତିଶୋଧ ନେଇଛି। ଆଉ ପ୍ରକୃତିର କ୍ରୋଧକୁ ପ୍ରଶମିତ କରିବା ପାଇଁ କେବଳ ଭାରତରେ କାହିଁକି, ସମଗ୍ର ବିଶ୍ୱରେ ବି କୌଣସି ଆଇନର ସାମର୍ଥ୍ୟ ନାହିଁ। ସୁତରାଂ, ସାଧୁ ସାବଧାନ!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?