ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ ମନ୍ଦିରରେ ଶ୍ରଦ୍ଧାଳୁ ତଥା କାଉଡ଼ିଆ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି।

ଏହି ପବିତ୍ର ଦିନରେ ବାବା ପଞ୍ଚମୁଖେଶ୍ୱରଙ୍କ ନିକଟରେ ଜଳାଭିଷେକ କରିବା ପାଇଁ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଭକ୍ତଙ୍କ ଭିଡ଼ ଜମିଥିଲା। ଏହି ଅବସରରେ ଭକ୍ତ ଓ କାଉଡ଼ିଆମାନଙ୍କ ସୁବିଧା ନିମନ୍ତେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଭବ୍ୟ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ବ୍ଲକ ସଦର ମହକୁମାସ୍ଥିତ ପୁରୁଣା ଡାକ୍ତରଖାନା ନିକଟସ୍ଥ ମା’ ଦୁର୍ଗା ମନ୍ଦିର, ଜଗନ୍ନାଥ କଲୋନୀ ନିକଟରେ ଥିବା ହନୁମାନ ମନ୍ଦିର ଏବଂ କଲ୍ୟାଣସିଂହପୁର ଟାଉନ୍‌ର ମୁଖ୍ୟ ହନୁମାନ ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା।

ସକାଳୁ ପୂଜାର୍ଚ୍ଚନା ସାରିବା ପରେ କାଉଡ଼ିଆ ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହିତ ଅନ୍ନପ୍ରସାଦ ସେବନ କରିଥିଲେ। ସ୍ଥାନୀୟ ମନ୍ଦିର କମିଟି, ପୂଜକ ଏବଂ ଗ୍ରାମର ଯୁବକମାନେ ଉପସ୍ଥିତ ରହି ଏହି ସେବା କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଏହି ଧାର୍ମିକ କାର୍ଯ୍ୟକ୍ରମ ଯୋଗୁ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ତଥା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆ କ୍ରିକେଟରେ ହଲଚଲ: କମିନ୍ସଙ୍କ ସମର୍ଥନରେ ଦେଲେ ଅବସର ଚେତାବନୀ

ନୂଆଦିଲ୍ଲୀ,୨୧।୧୧: ଉସମାନ ଖୱାଜା ସାଣ୍ଡପେପର୍‌ ବିବାଦକୁ ନେଇ କରିଥିବା ଦାବି ପରେ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ଝଡ଼ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଖେଳାଳିମାନେ…

ଭାରତର ପ୍ରଥମ ସ୍ବଦେଶୀ ଏଚ୍‌୫ଏନ୍‌୧ ଟିକା ଶୁଭାରମ୍ଭ

ନୂଆଦିଲ୍ଲୀ,୨୨ା୧୧:କୁକୁଡ଼ାମାନଙ୍କୁ ଅତ୍ୟଧିକ ସଂକ୍ରାମକ ଆଭିଆନ୍‌ ଇନ୍‌ଫ୍ଲୁଏଞ୍ଜା (ଏଚ୍‌ପିଏଆଇ) ବା ବାର୍ଡ ଫ୍ଲୁରୁ ରକ୍ଷା କରିବା ଲକ୍ଷ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର ଦେଶର…

ଏସିଆ କପ ଫାଇନାଲରେ ଭାରତ-ପାକିସ୍ତାନ ମ୍ୟାଚ ରଦ୍ଦ: ପାକିସ୍ତାନକୁ ଚାମ୍ପିୟନ ଘୋଷଣା, ରାଗରେ ଭାରତ କଲା ଏମିତି…

ନୂଆଦିଲ୍ଲୀ,୨୧।୧୧: ମେନ୍ସ ବ୍ଲାଇଣ୍ଡ କ୍ରିକେଟ ଏସିଆ କପ ୨୦୨୬ର ଫାଇନାଲ ମ୍ୟାଚ ଶୁକ୍ରବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାର ଥିଲା। ହେଲେ ବାଂଲାଦେଶର ଢାକାରେ ଲଗାତାର…

ଏସ୍‌ଏସ୍‌ବି ଜୁନିୟର ଆସିଷ୍ଟାଣ୍ଟ, କ୍ଲର୍କ ପରୀକ୍ଷା ଘୁଞ୍ଚିଲା: ଏହି ଦିନ ହେବ ପରୀକ୍ଷା

ଭୁବନେଶ୍ୱର,୨୧ା୧୧(ସୁଚିସ୍ମିତା ସାହୁ):ବାତ୍ୟା ‘ଅକ୍ୱାନ’ର ପ୍ରଭାବକୁ ଦୃଷ୍ଟିରେ ରଖି ଷ୍ଟେଟ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ହେବାକୁ ଥିବା…

ଛୋଟ ସାଥୀକୁ ଗିଳିଦେଲା ବିଶାଳକାୟ ତାରା: ମହାକାଶରେ ବିରଳ ଦୃଶ୍ୟ

ଓ୍ବାଶିଂଟନ,୨୧ା୧୧:ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଜ୍ୟୋତିର୍ବିଜ୍ଞାନୀମାନେ ଏକ ବିଶାଳକାୟ ତାରା ନିଜର ଛୋଟ ସାଥୀ ତାରାକୁ ଗିଳିିଦେଇ ନିଜ ଭିତରେ ମିଶାଇଦେବାର ବିରଳ ଘଟଣାକୁ…

୧ ଲକ୍ଷ ୧୫ ହଜାରକୁ ଖସିଲା ସୁନା

ନୂଆଦିଲ୍ଲୀ,୨୧ା୧୧: ସୁନା ଓ ରୁପା ଦରରେ ଲଗାତର ହ୍ରାସ ଜାରି ରହିଛି। ଇଣ୍ଡିଆନ ବୁଲିୟନ ଜୁଏଲର୍ସ ଆସୋସିଏଶନ(ଆଇବିଜେଏ)ର ସୂଚନା ଅନୁଯାୟୀ ଶୁକ୍ରବାର ୧୦ ଗ୍ରାମ (୨୪ କ୍ୟାରେଟ)…

କୃତ୍ରିମ ଚନ୍ଦ୍ର ମାଟିରେ ଆଳୁ ଚାଷ କଲେ ବୈଜ୍ଞାନିକ

ୱାଶିଂଟନ, ୨୧ା୧୧: କୃତ୍ରିମ ଚନ୍ଦ୍ର ମାଟିରେ ପୁଷ୍ଟିକର ଏବଂ ଖାଇବା ଉପଯୋଗୀ ଆଳୁ ଚାଷ କରିବାରେ ବୈଜ୍ଞାନିକମାନେ ସଫଳତା ହାସଲ କରିଛନ୍ତି। ନାସା ସହାୟତାରେ ଓରେଗନ୍‌ ଷ୍ଟେଟ୍‌…

‘ଅକ୍ୱାନ’ ଦୁର୍ବଳ: ପବନ କମ୍‌, ଅଧିକ ବର୍ଷିଲା

ଭୁବନେଶ୍ୱର, ୨୧ା୧୧ (ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକ୍ୱାନ’ ଦୁର୍ବଳ ଅବସ୍ଥାରେ ଶୁକ୍ରବାର ସ୍ଥଳଭାଗ ଛୁଇଁଛି। ସକାଳ ୭ଟା ୩୦ରୁ ୮ଟା ୩୦ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?