Posted inଫୁରସତ

କଳା କାରିଗର ସଞ୍ଜୟ

କାଠର କଠିନ ଆବରଣ ଉପରେ କଳାର କୋମଳ ଫୁଲ ଫୁଟେଇ ପାରୁଥିବା ପିତାଙ୍କଠାରୁ ମିଳିଛି ତାଙ୍କୁ ଚିତ୍ରକଳାର ଆତ୍ମା । ତହିଁରେ ସଞ୍ଜୟ ଭରନ୍ତି ନିଜ କାରିଗରୀର ଅଭିନବତ୍ୱ ଓ ନିଆରା କୌଶଳ। ରୂପ ଦିଅନ୍ତି ଆପଣା ସ୍ବପ୍ନକୁ ନିଜ ନିଷ୍ଠା ଓ କଠୋର ଅଧ୍ୟବସାୟରେ …

ଅନ୍ତଃସତ୍ତାରେ ଜନ୍ମ ନେଇଥିବା କାରିଗରୀକୁ ବଂଶାନୁଗୁଣ ଏବଂ ପରିବେଷ୍ଟନୀ ତିଆରି କରେ। କଳାକାରଟିଏ କଳାକାରକୁ ଜନ୍ମ ଦିଏ; ଯାହା ସ୍ବତଃ ଘଟିଛି ଚିତ୍ରକର ସଞ୍ଜୟ ରାଉଳଙ୍କ କ୍ଷେତ୍ରରେ। ପିତା ଲକ୍ଷ୍ମୀନାରାୟଣ ରାଉଳଙ୍କର କଳାତ୍ମକତାକୁ ପୁଅଟି କେବଳ ଉତ୍ତରାଧୀକାର ସୂତ୍ରରେ ପାଇନି ବରଂ ତାକୁ ପ୍ରାଣକରି, ସାଧନା କରି ନିଜ ଜୀବନକୁ ସମୟ ଅନୁଯାୟୀ ଢାଞ୍ଚାରେ ପକେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। କାଠର କଠିନ ଆବରଣ ଉପରେ କଳାର କୋମଳ ଫୁଲ ଫୁଟେଇ ପାରୁଥିବା ପିତାଙ୍କଠାରୁ ମିଳିଛି ତାଙ୍କୁ ଚିତ୍ରକଳାର ଆତ୍ମା । ତହିଁରେ ସଞ୍ଜୟ ଭରନ୍ତି ନିଜ କାରିଗରୀର ଅଭିନବତ୍ୱ ଓ ନିଆରା କୌଶଳ। ରୂପ ଦିଅନ୍ତି ଆପଣା ସ୍ବପ୍ନକୁ ନିଜ ନିଷ୍ଠା ଓ କଠୋର ଅଧ୍ୟବସାୟରେ ।

ସଞ୍ଜୟ ରାଉଳଙ୍କ ଜନ୍ମ ୪ ଫେବୃଆରୀ ୧୯୯୫ମସିହାରେ ବାଲେଶ୍ୱର ଜିଲାର ନାମ୍ଫୋ ଗ୍ରାମରେ। ଜଣେ ମେଧାବୀ ଛାତ୍ର ହିସାବରେ ସ୍ଥାପତ୍ୟ କଳାରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିବା ସଞ୍ଜୟ ଏବେ ସରକାରୀ ସ୍କୁଲ୍‌ରେ କଳା ଶିକ୍ଷକ ଭାବରେ କାମ କରନ୍ତି ସତ ଶିଳ୍ପୀମନ କିନ୍ତୁ ତାଙ୍କ ଓଡ଼ିଆତ୍ୱକୁ ନେଇ ବିଶ୍ୱ ଦରବାରରେ ପ୍ରସିଦ୍ଧି ଏବଂ ପ୍ରତିଷ୍ଠା ଆଣିବା। କଳାକୁ ଜୀବନର ଏକ ପ୍ରମୁଖ ଅଙ୍ଗ ଭାବରେ ଆଦରି ନେଇଥିବା ସଞ୍ଜୟ ଆଞ୍ଚଳିକ ସ୍ତରରେ ନୁହେଁ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଜଳରଙ୍ଗ, ସ୍ଥାପତ୍ୟ, ଅଏଲ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। କଳା କେନ୍ଦ୍ର ଜମ୍ମୁ କାଶ୍ମୀର, ଉତ୍ତରପ୍ରଦେଶର ଗୋରଖପୁର, ଏକାଡେମୀ ଅଫ୍‌ ଫାଇନ୍‌ ଆର୍ଟ ଅମୃତସର, ପଞ୍ଜାବ, ମର୍ଡନଆର୍ଟ ଗ୍ୟାଲେରୀ ଭୁବନେଶ୍ୱର ଆଦି ସ୍ଥାନରେ ବିଭିନ୍ନ ଗ୍ରୁପ ମାଧ୍ୟମରେ ଗ୍ରୁପ ଏକଜିବିଶନ, ଏମ୍‌ କେ ପି କଲେଜ ଗ୍ରୁପ ଏକଜିବିଶନ, ଡେରାଡୁନ, ବିର୍ଲା ଆର୍ଟ ଏକାଡେମୀ କୋଲକାତା ଦ୍ୱାରା ଅଲ ଇଣ୍ଡିଆ ଏକଜିବିଶନ, ବମ୍ବେ ଆର୍ଟ ସୋସାଇଟି , ୨୭ଆର୍ଟ ପଏଣ୍ଟ ଯୋଧପୁର , ରାଜସ୍ଥାନ ଆଦି ଅନେକ ପ୍ରମୁଖ ସ୍ଥାନରେ ସଞ୍ଜୟ ଦଳଗତ କଳା ପ୍ରଦର୍ଶନ କରି ଯଶ ଖ୍ୟାତି ସାଉଁଟିଛନ୍ତି। କଲିକତା ସରକାରୀ ଚାରୁ କାରୁକଳା ମହାବିଦ୍ୟାଳୟ ତରଫରୁ ୧୫୩ତମ ଓ ୧୫୪ତମ ବାର୍ଷିକ ପରମ୍ପରା ପୁରସ୍କାର, ବିର୍ସା ବିହାର ଆର୍ଟ ସୋସାଇଟି, ପଞ୍ଜାବ ତରଫରୁ ସର୍ବଭାରତୀୟ ପୁରସ୍କାର, ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ, ବାଲେଶ୍ୱରରୁ ନୀଳକଣ୍ଠ ମେମୋରିଆଲ ପୁରସ୍କାର, ଶିଳ୍ପୀ ବିପ୍ରଚରଣ ମେମୋରିଆଲ ପୁରସ୍କାର, ଇନ୍‌ଟାକ୍‌ ତରଫରୁ ଆୟୋଜିତ ବାଲେଶ୍ୱର ଐତିହ୍ୟ ପୁରସ୍କାର, ଜଳେଶ୍ବର ମହୋତ୍ସବ ସମ୍ମାନ , ଓଡିଶା ଲଳିତକଳା ଏକାଡେମୀ ତରଫରୁ କନିଷ୍ଠ ବିଭାଗରେ ସ୍ବତନ୍ତ୍ର ସମ୍ମାନ ଭଳି ଅନେକ ପୁରସ୍କାର ଏବଂ ସମ୍ମାନ ହାସଲ କରିଛନ୍ତି ସଞ୍ଜୟ।

ବାପା କରୁଥିବା କାଠ ଖୋଦେଇ ସୂକ୍ଷ୍ମ କମକୂଟ ଦେଖିସ୍‌ ଆଶ୍ଚର୍ଯ୍ୟ ହେଉଥିଲେ ସଞ୍ଜୟ। ପ୍ରକାରାନ୍ତରେ ସେମିତି କିଛି ଅଙ୍କିବାକୁ ଇଚ୍ଛା କରିଥିଲେ ସେହି ପିଲାଦିନେ। ସମୟକ୍ରମେ ଯୁକ୍ତ ଦୁଇରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲାପରେ କକାଙ୍କ ଜଣେ ସାଙ୍ଗ ଯିଏ କି ବାଲେଶ୍ୱର ଆର୍ଟ କଲେଜରେ ଅଧ୍ୟାପକ ଥିଲେ ସେ କଳାକୁ ବିଷୟ କରି ଶିକ୍ଷା ହାସଲ କଲେ ଶୀଘ୍ର ରୋଜଗାରକ୍ଷମ ହୋଇପାରିବ ବୋଲି ବୁଝେଇଲେ ତାଙ୍କୁ। ୨୦୧୨ରୁ ସେହି ଆର୍ଟ କଲେଜରେ ପଢା ଆରମ୍ଭ ହେଲା। ୨୦୧୬ରେ sculpture departmentରେ ୪ବର୍ଷର ଡିଗ୍ରୀ ସରିବା ପରେ କଲିକତାର Govt college of art and craft collegeରେ ପ୍ରବେଶିକା ପରୀକ୍ଷା ଦେଲେ ସେ ସ୍ନାତକୋତ୍ତର କରିବା ପାଇଁ। ପ୍ରବେଶିକାରେ ଉତ୍ତୀର୍ଣ୍ଣ ହେବା ପରେ ଦୁଇବର୍ଷ ସେଠାରେ modelling and sculpture ବିଭାଗରେ ଶିକ୍ଷା ହାସଲ କଲେ। ଜଳରଙ୍ଗରେ ଚିତ୍ର କରିବାରେ ସଞ୍ଜୟଙ୍କର ରହିଛି ଅପୂର୍ବ ପାରଦର୍ଶିତା। ଗାଁର ଦୈନନ୍ଦିନ ଜୀବନଶୈଳୀର ଦୃଶ୍ୟ, ଐତିହ୍ୟ ଓ ସଂସ୍କୃତିକୁ ଧରି ରଖିଥିବା ଚିତ୍ର ଇତ୍ୟାଦିକୁ ଆଙ୍କିବାକୁ ଆଗ୍ରହ ଦେଖାନ୍ତି ସେ। ସେହିଭଳି ଅନେକ ଚିତ୍ର ଆଙ୍କି ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କାର ଏବଂ ସମ୍ମାନ ହାସଲ କରିଛନ୍ତି ସଞ୍ଜୟ। ତୈଳଚିତ୍ର, ପ୍ରତିକୃତି ଅଙ୍କନ, କାନ୍ଥ ଖୋଦେଇ ଚିତ୍ର , ମନ୍ଦିରର ମୂର୍ତ୍ତି , ମାଟି , ବ୍ରୋଞ୍ଜ , ଫାଇଭର , ସିମେଣ୍ଟ , ଚକଖଡ଼ିରେ ପ୍ରତିକୃତି ନିର୍ମାଣ ଭଳି ପେଶାଦାର କାମ ସେ ନିଖୁଣ ଢଙ୍ଗରେ କରନ୍ତି। ସ୍ଥାପତ୍ୟ କାମରେ(Sculpture) ଆଧୁନିକତାର ଛୁଆଁ ଦେଇ କାମ କରନ୍ତି ସଞ୍ଜୟ। କୌଣସି ଘଟଣା ସମ୍ପର୍କରେ ଅବଗତ ହେବାପରେ ଯେଉଁ ଘଟଣା ସବୁ ତାଙ୍କୁ ବେଶି ପ୍ରଭାବିତ କରେ ସେଇ ଘଟଣାକୁ ମନମସ୍ତିଷ୍କରେ ବେଶିଦିନ କସରତ କରି କରି ତାକୁ କେଉଁ ମାଧ୍ୟମରେ ଘଟଣା ସହ ଯୋଡି ହେଇପାରିବ ତାକୁ ସ୍ଥିର କରିବା ପରେ ସେ କାମ କରନ୍ତି ବୋଲି କୁହନ୍ତି। ତାଙ୍କ ପାଇଁ ମାଧ୍ୟମ ( medium) ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କୁହନ୍ତି। ନିର୍ବାଚିତ କରି ସରିଲା ପରେ ସ୍ଥାପତ୍ୟର ରୂପ ଦିଅନ୍ତି। ମନକୁ ନଛୁଇଁଲା ଯାଏଁ ସେ ବାରମ୍ବାର ଭାଙ୍ଗି ଗଢୁଥାନ୍ତି ତାଙ୍କ ସ୍ଥିରୀକୃତ କାମ; ଯାହା ତାଙ୍କ କାମର ନିଖୁଣତାକୁ ଦର୍ଶାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?