Posted inଫୁରସତ

କଳା କାରିଗର ସଞ୍ଜୟ

କାଠର କଠିନ ଆବରଣ ଉପରେ କଳାର କୋମଳ ଫୁଲ ଫୁଟେଇ ପାରୁଥିବା ପିତାଙ୍କଠାରୁ ମିଳିଛି ତାଙ୍କୁ ଚିତ୍ରକଳାର ଆତ୍ମା । ତହିଁରେ ସଞ୍ଜୟ ଭରନ୍ତି ନିଜ କାରିଗରୀର ଅଭିନବତ୍ୱ ଓ ନିଆରା କୌଶଳ। ରୂପ ଦିଅନ୍ତି ଆପଣା ସ୍ବପ୍ନକୁ ନିଜ ନିଷ୍ଠା ଓ କଠୋର ଅଧ୍ୟବସାୟରେ …

ଅନ୍ତଃସତ୍ତାରେ ଜନ୍ମ ନେଇଥିବା କାରିଗରୀକୁ ବଂଶାନୁଗୁଣ ଏବଂ ପରିବେଷ୍ଟନୀ ତିଆରି କରେ। କଳାକାରଟିଏ କଳାକାରକୁ ଜନ୍ମ ଦିଏ; ଯାହା ସ୍ବତଃ ଘଟିଛି ଚିତ୍ରକର ସଞ୍ଜୟ ରାଉଳଙ୍କ କ୍ଷେତ୍ରରେ। ପିତା ଲକ୍ଷ୍ମୀନାରାୟଣ ରାଉଳଙ୍କର କଳାତ୍ମକତାକୁ ପୁଅଟି କେବଳ ଉତ୍ତରାଧୀକାର ସୂତ୍ରରେ ପାଇନି ବରଂ ତାକୁ ପ୍ରାଣକରି, ସାଧନା କରି ନିଜ ଜୀବନକୁ ସମୟ ଅନୁଯାୟୀ ଢାଞ୍ଚାରେ ପକେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। କାଠର କଠିନ ଆବରଣ ଉପରେ କଳାର କୋମଳ ଫୁଲ ଫୁଟେଇ ପାରୁଥିବା ପିତାଙ୍କଠାରୁ ମିଳିଛି ତାଙ୍କୁ ଚିତ୍ରକଳାର ଆତ୍ମା । ତହିଁରେ ସଞ୍ଜୟ ଭରନ୍ତି ନିଜ କାରିଗରୀର ଅଭିନବତ୍ୱ ଓ ନିଆରା କୌଶଳ। ରୂପ ଦିଅନ୍ତି ଆପଣା ସ୍ବପ୍ନକୁ ନିଜ ନିଷ୍ଠା ଓ କଠୋର ଅଧ୍ୟବସାୟରେ ।

ସଞ୍ଜୟ ରାଉଳଙ୍କ ଜନ୍ମ ୪ ଫେବୃଆରୀ ୧୯୯୫ମସିହାରେ ବାଲେଶ୍ୱର ଜିଲାର ନାମ୍ଫୋ ଗ୍ରାମରେ। ଜଣେ ମେଧାବୀ ଛାତ୍ର ହିସାବରେ ସ୍ଥାପତ୍ୟ କଳାରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିବା ସଞ୍ଜୟ ଏବେ ସରକାରୀ ସ୍କୁଲ୍‌ରେ କଳା ଶିକ୍ଷକ ଭାବରେ କାମ କରନ୍ତି ସତ ଶିଳ୍ପୀମନ କିନ୍ତୁ ତାଙ୍କ ଓଡ଼ିଆତ୍ୱକୁ ନେଇ ବିଶ୍ୱ ଦରବାରରେ ପ୍ରସିଦ୍ଧି ଏବଂ ପ୍ରତିଷ୍ଠା ଆଣିବା। କଳାକୁ ଜୀବନର ଏକ ପ୍ରମୁଖ ଅଙ୍ଗ ଭାବରେ ଆଦରି ନେଇଥିବା ସଞ୍ଜୟ ଆଞ୍ଚଳିକ ସ୍ତରରେ ନୁହେଁ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଜଳରଙ୍ଗ, ସ୍ଥାପତ୍ୟ, ଅଏଲ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। କଳା କେନ୍ଦ୍ର ଜମ୍ମୁ କାଶ୍ମୀର, ଉତ୍ତରପ୍ରଦେଶର ଗୋରଖପୁର, ଏକାଡେମୀ ଅଫ୍‌ ଫାଇନ୍‌ ଆର୍ଟ ଅମୃତସର, ପଞ୍ଜାବ, ମର୍ଡନଆର୍ଟ ଗ୍ୟାଲେରୀ ଭୁବନେଶ୍ୱର ଆଦି ସ୍ଥାନରେ ବିଭିନ୍ନ ଗ୍ରୁପ ମାଧ୍ୟମରେ ଗ୍ରୁପ ଏକଜିବିଶନ, ଏମ୍‌ କେ ପି କଲେଜ ଗ୍ରୁପ ଏକଜିବିଶନ, ଡେରାଡୁନ, ବିର୍ଲା ଆର୍ଟ ଏକାଡେମୀ କୋଲକାତା ଦ୍ୱାରା ଅଲ ଇଣ୍ଡିଆ ଏକଜିବିଶନ, ବମ୍ବେ ଆର୍ଟ ସୋସାଇଟି , ୨୭ଆର୍ଟ ପଏଣ୍ଟ ଯୋଧପୁର , ରାଜସ୍ଥାନ ଆଦି ଅନେକ ପ୍ରମୁଖ ସ୍ଥାନରେ ସଞ୍ଜୟ ଦଳଗତ କଳା ପ୍ରଦର୍ଶନ କରି ଯଶ ଖ୍ୟାତି ସାଉଁଟିଛନ୍ତି। କଲିକତା ସରକାରୀ ଚାରୁ କାରୁକଳା ମହାବିଦ୍ୟାଳୟ ତରଫରୁ ୧୫୩ତମ ଓ ୧୫୪ତମ ବାର୍ଷିକ ପରମ୍ପରା ପୁରସ୍କାର, ବିର୍ସା ବିହାର ଆର୍ଟ ସୋସାଇଟି, ପଞ୍ଜାବ ତରଫରୁ ସର୍ବଭାରତୀୟ ପୁରସ୍କାର, ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ, ବାଲେଶ୍ୱରରୁ ନୀଳକଣ୍ଠ ମେମୋରିଆଲ ପୁରସ୍କାର, ଶିଳ୍ପୀ ବିପ୍ରଚରଣ ମେମୋରିଆଲ ପୁରସ୍କାର, ଇନ୍‌ଟାକ୍‌ ତରଫରୁ ଆୟୋଜିତ ବାଲେଶ୍ୱର ଐତିହ୍ୟ ପୁରସ୍କାର, ଜଳେଶ୍ବର ମହୋତ୍ସବ ସମ୍ମାନ , ଓଡିଶା ଲଳିତକଳା ଏକାଡେମୀ ତରଫରୁ କନିଷ୍ଠ ବିଭାଗରେ ସ୍ବତନ୍ତ୍ର ସମ୍ମାନ ଭଳି ଅନେକ ପୁରସ୍କାର ଏବଂ ସମ୍ମାନ ହାସଲ କରିଛନ୍ତି ସଞ୍ଜୟ।

ବାପା କରୁଥିବା କାଠ ଖୋଦେଇ ସୂକ୍ଷ୍ମ କମକୂଟ ଦେଖିସ୍‌ ଆଶ୍ଚର୍ଯ୍ୟ ହେଉଥିଲେ ସଞ୍ଜୟ। ପ୍ରକାରାନ୍ତରେ ସେମିତି କିଛି ଅଙ୍କିବାକୁ ଇଚ୍ଛା କରିଥିଲେ ସେହି ପିଲାଦିନେ। ସମୟକ୍ରମେ ଯୁକ୍ତ ଦୁଇରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲାପରେ କକାଙ୍କ ଜଣେ ସାଙ୍ଗ ଯିଏ କି ବାଲେଶ୍ୱର ଆର୍ଟ କଲେଜରେ ଅଧ୍ୟାପକ ଥିଲେ ସେ କଳାକୁ ବିଷୟ କରି ଶିକ୍ଷା ହାସଲ କଲେ ଶୀଘ୍ର ରୋଜଗାରକ୍ଷମ ହୋଇପାରିବ ବୋଲି ବୁଝେଇଲେ ତାଙ୍କୁ। ୨୦୧୨ରୁ ସେହି ଆର୍ଟ କଲେଜରେ ପଢା ଆରମ୍ଭ ହେଲା। ୨୦୧୬ରେ sculpture departmentରେ ୪ବର୍ଷର ଡିଗ୍ରୀ ସରିବା ପରେ କଲିକତାର Govt college of art and craft collegeରେ ପ୍ରବେଶିକା ପରୀକ୍ଷା ଦେଲେ ସେ ସ୍ନାତକୋତ୍ତର କରିବା ପାଇଁ। ପ୍ରବେଶିକାରେ ଉତ୍ତୀର୍ଣ୍ଣ ହେବା ପରେ ଦୁଇବର୍ଷ ସେଠାରେ modelling and sculpture ବିଭାଗରେ ଶିକ୍ଷା ହାସଲ କଲେ। ଜଳରଙ୍ଗରେ ଚିତ୍ର କରିବାରେ ସଞ୍ଜୟଙ୍କର ରହିଛି ଅପୂର୍ବ ପାରଦର୍ଶିତା। ଗାଁର ଦୈନନ୍ଦିନ ଜୀବନଶୈଳୀର ଦୃଶ୍ୟ, ଐତିହ୍ୟ ଓ ସଂସ୍କୃତିକୁ ଧରି ରଖିଥିବା ଚିତ୍ର ଇତ୍ୟାଦିକୁ ଆଙ୍କିବାକୁ ଆଗ୍ରହ ଦେଖାନ୍ତି ସେ। ସେହିଭଳି ଅନେକ ଚିତ୍ର ଆଙ୍କି ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କାର ଏବଂ ସମ୍ମାନ ହାସଲ କରିଛନ୍ତି ସଞ୍ଜୟ। ତୈଳଚିତ୍ର, ପ୍ରତିକୃତି ଅଙ୍କନ, କାନ୍ଥ ଖୋଦେଇ ଚିତ୍ର , ମନ୍ଦିରର ମୂର୍ତ୍ତି , ମାଟି , ବ୍ରୋଞ୍ଜ , ଫାଇଭର , ସିମେଣ୍ଟ , ଚକଖଡ଼ିରେ ପ୍ରତିକୃତି ନିର୍ମାଣ ଭଳି ପେଶାଦାର କାମ ସେ ନିଖୁଣ ଢଙ୍ଗରେ କରନ୍ତି। ସ୍ଥାପତ୍ୟ କାମରେ(Sculpture) ଆଧୁନିକତାର ଛୁଆଁ ଦେଇ କାମ କରନ୍ତି ସଞ୍ଜୟ। କୌଣସି ଘଟଣା ସମ୍ପର୍କରେ ଅବଗତ ହେବାପରେ ଯେଉଁ ଘଟଣା ସବୁ ତାଙ୍କୁ ବେଶି ପ୍ରଭାବିତ କରେ ସେଇ ଘଟଣାକୁ ମନମସ୍ତିଷ୍କରେ ବେଶିଦିନ କସରତ କରି କରି ତାକୁ କେଉଁ ମାଧ୍ୟମରେ ଘଟଣା ସହ ଯୋଡି ହେଇପାରିବ ତାକୁ ସ୍ଥିର କରିବା ପରେ ସେ କାମ କରନ୍ତି ବୋଲି କୁହନ୍ତି। ତାଙ୍କ ପାଇଁ ମାଧ୍ୟମ ( medium) ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କୁହନ୍ତି। ନିର୍ବାଚିତ କରି ସରିଲା ପରେ ସ୍ଥାପତ୍ୟର ରୂପ ଦିଅନ୍ତି। ମନକୁ ନଛୁଇଁଲା ଯାଏଁ ସେ ବାରମ୍ବାର ଭାଙ୍ଗି ଗଢୁଥାନ୍ତି ତାଙ୍କ ସ୍ଥିରୀକୃତ କାମ; ଯାହା ତାଙ୍କ କାମର ନିଖୁଣତାକୁ ଦର୍ଶାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri